ହାଇଆଲର୍ଟରେ ଭାରତୀୟ ତଟରକ୍ଷୀ ବାହିନୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ହାଇଆଲର୍ଟରେ ଭାରତୀୟ ତଟରକ୍ଷୀ ବାହିନୀ

ନୂଆଦିଲ୍ଲୀ: ଶ୍ରୀଲଙ୍କାରେ ଅତି ନୃଶଂସ ନରସଂହାର କରିଥିବା ଆତଙ୍କୀମାନେ ସମୁଦ୍ର ପଥ ଦେଇ ଭାରତ ମଧ୍ୟରେ ପ୍ରବେଶ କରିବାର ଆଶଙ୍କା ରହିଛି। ଏଭଳି ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀ ଏବେ ହାଇଆଲର୍ଟରେ ରହିଛି। ସମୁଦ୍ର ପଥରେ ଆତଙ୍କବାଦୀମାନେ ଭାରତକୁ ଖସି ଆସିବାର ଆଶଙ୍କା ରହିଥିବା ଜଣାପଡ଼ିବା ବେଳେ ଏଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଶ୍ରୀଲଙ୍କା ଗଣସଂହାର ପଛରେ ସ୍ଥାନୀୟ ମୌଳବାଦୀ ଇସଲାମିଷ୍ଟ ଗ୍ରୁପ୍‌ ନ୍ୟାଶନାଲ ଥୋୱେଥ ଜାମାତ (ଏନ୍‌ଟିଜେ)ର ହାତ ରହିଥିବା ଜଣାପଡ଼ିଛି। ଏହି ସ୍ଥାନୀୟ ଗ୍ରୁପ୍‌ର ସଦସ୍ୟମାନେ ଶ୍ରୀଲଙ୍କାରୁ ଜଳ ପଥ ଦେଇ ଖସିବାକୁ ଉଦ୍ୟମ କରୁଛନ୍ତି। ଏବେ ସମଗ୍ର ଶ୍ରୀଲଙ୍କାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଏଥିସହ ଆଜି ମଧ୍ୟରାତ୍ରରୁ ଶ୍ରୀଲଙ୍କାରେ ଜରୁରୀ ପରିସ୍ଥିତି ମଧ୍ୟ ଘୋଷଣା ହୋଇପାରେ।

ଶ୍ରୀଲଙ୍କାରୁ ଜଳପଥରେ ପଳାୟନ କରିବା ଏକମାତ୍ର ବିକଳ୍ପ ବୋଲି ଆତଙ୍କୀ ସଂଗଠନ ଗୁଡ଼ିକ ଜାଣିଛନ୍ତି। ତେଣୁ ସେମାନେ ଭାରତକୁ ଆସିବାକୁ ଲକ୍ଷ୍ୟ ରଖିଥିବା ଗୁଇନ୍ଦା ବିଭାଗ ଜାଣିବାକୁ ପାଇଛି। ଏଭଳି ସୂଚନା ମିଳିବା ପରେ ଭାରତୀୟ ତଟରକ୍ଷୀ ବାହିନୀକୁ ସତର୍କ ରହିବାକୁ କୁହାଯାଇଛି। ବିଶେଷ କରି ଦକ୍ଷିଣ ଭାଗରେ ଆସୁଥିବା ଜାହାଜ ଓ ବୋଟ୍‌ଗୁଡ଼ିକୁ ସର୍ଚ୍ଚ କରିବାକୁ କୁହାଯାଇଛି। ସେହିପରି କୋଚିରେ ଥିବା ନୌସେନା ବେସ୍‌ରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।



from Odisha Reporter http://bit.ly/2UwScpA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages