
ଶ୍ରୀନଗର : ଗତ ୨ ବର୍ଷ ଧରି ଶ୍ରୀନଗରରୁ ଆତଙ୍କୀ କାର୍ଯ୍ୟକଳାପ କରି ଆସୁଥିବା ଜଣେ ପାକିସ୍ତାନୀ ଆତଙ୍କବାଦୀକୁ ଜମ୍ମୁକଶ୍ମୀରର ବାରମୁଲ୍ଲା ଜିଲ୍ଲାରୁ ଗିରଫ ହୋଇଛି। ପୁଲିସ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ଆତଙ୍କବାଦୀର ନାମ ମହମ୍ମଦ ୱାକର ଅହମ୍ମଦ। ଲସ୍କର-ଏ-ତାଏବା ସହ ଜଡ଼ିତ ଏହି ଆତଙ୍କବାଦୀ ୨୦୧୭ ମସିହା ଜୁଲାଇ ମାସରେ ସୀମା ପାର କରିଥିଲା। ଗିରଫ କରାଯିବା ପରେ ତାକୁ ଶ୍ରୀନଗରଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି ଉପସ୍ଥିତ କରାଯାଇଛି। ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ମିଆଁୱାଇ ଅଞ୍ଚଳର ମୋହଲା ମିଲାନାର ମୂଳ ବାସିନ୍ଦା। ସେ ପିଓକେର ମୁଜାଫରାବାଦ୍ଠାରେ ସାମରିକ ତାଲିମ ନେଇଥିବା ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ ସୂଚନା ଦେଇଛନ୍ତି।
ପୁଲିସ୍ କହିଛି, ୱାକରକୁ କୁହାଯାଇଥିଲା କଶ୍ମୀରରେ କୁଆଡ଼େ ମୁସଲିମ୍ଙ୍କୁ ନମାଜ ପଢ଼ିବାକୁ ଦିଆଯାଉନି। ସେମାନଙ୍କର ଘର ଧ୍ୱଂସ କରିଦିଆଯାଉଛି ବୋଲି ମଧ୍ୟ କୁହାଯାଇଥିଲା। ପାକିସ୍ତାନରେ କମ୍ ବୟସର ଯୁବକମାନଙ୍କୁ ମିଛ କଥା କହି କିଭଳି ଆତଙ୍କବାଦୀ ସଂଗଠନରେ ସାମିଲ କରାଯାଉଛି ଏହା ତାହାର ନିଚ୍ଛକ ଉଦାହରଣ ବୋଲି ପୁଲିସ୍ କହିଛି। ୱାକର ମଧ୍ୟ ମାନିଛି ଯେ ତାକୁ ଯାହା କୁହାଯାଇଥିଲା କଶ୍ମୀରରେ ସ୍ଥିତି ସେମିତି ଆଦୌ ନୁହେଁ।
ୱାକର ଆହୁରି ମଧ୍ୟ ଜଣାଇଛି କିଭଳି ସୀମାପାର ଆତଙ୍କବାଦକୁ ପ୍ରୋତ୍ସାହନ ଦେବାପାଇଁ ଯୁବକମାନଙ୍କୁ ଭାରତ ସୀମା ଭିତରକୁ ପଠାଯାଉଛି। ଏଥିସହିତ ତାଲିମ ବାବଦରେ ମଧ୍ୟ ସେ ସୂଚନା ଦେଇଛି। ତେବେ ଆଜି ଯାଏ ସେ କୌଣସି ଆକ୍ରମଣ ବା ହିଂସାକାଣ୍ଡ ଘଟାଇ ନଥିବା ଜଣାପଡ଼ିଛି।
ୱାକରକୁ ଲସ୍କର ଆତଙ୍କୀ ଜାକିର-ଉର୍ -ରେହମାନ୍ ଲଖ୍ଭିର ଘରେ ତାଲିମ ଦିଆଯାଇଥିଲା। ରାୱଲପିଣ୍ଡିସ୍ଥିତ ଏହି ଘରେ ସେ ମାସେ ତାଲିମ ନେଇଥିଲା।
from Odisha Reporter http://bit.ly/2ZAbK0n
No comments:
Post a Comment