ନମୋ ଟିଭି ଉପରେ ମଧ୍ୟ ନିର୍ବାଚନ କମିଶନଙ୍କ କଟକଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 10, 2019

ନମୋ ଟିଭି ଉପରେ ମଧ୍ୟ ନିର୍ବାଚନ କମିଶନଙ୍କ କଟକଣା

ନୂଆଦିଲ୍ଲୀ: ରାତି ପାହିଲେ ସାଧାରଣ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିର ଗୁଣଗାନ କରୁଥିବା ୨୪ ଘଣ୍ଟିଆ ସ୍ୟାଟେଲାଇଟ୍‌ ଚ୍ୟାନେଲ ନମୋ ଟିଭି ଉପରେ ନିର୍ବାଚନ କମିଶନ କଟକଣା ଲଗାଇଛନ୍ତି।

ନିର୍ବାଚନ କମିଶନ ଯେଉଁ ଆଧାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୀବନୀ ଉପରେ ଆଧାରିତ ବଲିଉଡ୍‌ ଫିଲ୍ମ ‘ପିଏମ ନରେନ୍ଦ୍ର ମୋଦି’ର ରିଲିଜ୍‌ ଉପରେ ରୋକ ଲଗାଇଥିଲେ, ସେହି ଆଧାରରେ ନମୋ ଟିଭି ଉପରେ କଟକଣା ଲଗାଇଛନ୍ତି।

ନିର୍ବାଚନ କମିଶନ କହିଛନ୍ତି, “ଭୋଟ୍‌ ପ୍ରକ୍ରିୟା ଶେଷ ନ ହେବା ଯାଏ ବାୟୋପିକ୍‌ ରିଲିଜ୍‌ ହେବନାହିଁ କିମ୍ବା ନମୋ ଟିଭିର ପ୍ରସାରଣ କରାଯିବ ନାହିଁ। ପ୍ରାର୍ଥୀଙ୍କ ଛବି କିମ୍ବା ନାଁ ରହିଥିବା କୌଣସି ବିଷୟବସ୍ତୁ ବୈଦ୍ୟୁତି ଗଣମାଧ୍ୟମରେ ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷ ଭାବେ ନିର୍ବାଚନ ଶେଷ ନ ହେବା ଯାଏ ପ୍ରସାରଣ କରାଯାଇ ପାରିବ ନାହିଁ।

ଦେଶରେ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି। ତେଣୁ ଆଚରଣ ବିଧି ପ୍ରତ୍ୟାହାର ନ ହେବା ଯାଏ ଏଭଳି ନିୟମ ବଳବତ୍ତର ରହିବ। ଏହା କେବଳ ବାୟୋପିକ୍‌ କିମ୍ବା ନମୋ ଟିଭି ନୁହେଁ, ବରଂ ଯେଉଁ ଚ୍ୟାନେଲ ଏଭଳି କାର୍ଯ୍ୟ କରୁଥିବ, ସମସ୍ତଙ୍କ ପାଇଁ ଏହି ନିୟମ ଲାଗୁ ହେବ। ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ଏହା ଉପରେ କଟକଣା ଲାଗୁ ରହିବ।”

ନମୋ ଟିଭିକୁ ବିରୋଧୀ ଦଳଗୁଡ଼ିକ ପକ୍ଷରୁ ବିରୋଧ କରାଯାଇଥିଲା। ଏହାପରେ ଟାଟା ସ୍କାଏ ପକ୍ଷରୁ ଏହା ଏକ ନ୍ୟୁଜ ଚ୍ୟାନେଲ ବୋଲି କୁହାଯାଇଥିଲା। ତଥାପି ଏଥିରେ ମୋଦିଙ୍କ ସମସ୍ତ ଭାଷଣ ଏବଂ ସରକାରୀ ଯୋଜନା ଗୁଡ଼ିକ ସମ୍ପର୍କରେ ଖବର ପ୍ରକାଶ କରାଯାଉଥିଲା। ଦେଶରେ ମାର୍ଚ୍ଚ ୧୦ରୁ ଆଚରଣ ବିଧି ଲାଗୁ ହୋଇଛି। ତଥାପି ଏଭଳି ପ୍ରଚାରକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଥିଲେ। ଏହି ଟିଭି ଲୋଗୋରେ ମୋଦିଙ୍କ ଫଟୋ ମଧ୍ୟ ରହିଥିଲା।



from Odisha Reporter http://bit.ly/2X5DSq5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages