
ନୂଆଦିଲ୍ଲୀ: ଫିଲ୍ମନିର୍ମାତା କରଣ ଜୋହରଙ୍କ “କଫି ୱିଥ୍ କରଣ’ ଟିଭି ଶୋ’ରେ ମହିଳାଙ୍କ ପ୍ରତି ଆପତ୍ତିଜନକ ମନ୍ତବ୍ୟ ଦେଇଥିବା କ୍ରିକେଟର ଲୋକେଶ ରାହୁଲ୍ ଓ ହାର୍ଦ୍ଦିକ ପାଣ୍ଡ୍ୟା ଲୋକପାଳ ଡିକେ ଜୈନଙ୍କ ନିକଟରେ ହାଜର ହୋଇଛନ୍ତି। ଦୁହେଁ ଲୋକପାଳଙ୍କ ନିକଟରେ ଏହି ମାମଲା ଉପରେ ନିଜ ନିଜର ବୟାନ ଦାଖଲ କରିଛନ୍ତି।
ଏ ନେଇ ଲୋକପାଳ ଡିକେ ଜୈନ୍ କହିଛନ୍ତି, ପାଣ୍ଡ୍ୟା ଓ ରାହୁଲଙ୍କ ଶୁଣାଣି ଶେଷ ହୋଇସାରିଛି ଏବଂ ଶୀଘ୍ର ଏହା ଉପରେ ନିଷ୍ପତ୍ତି ନିଆଯିବ। ବୁଧବାର ଦୁହେଁ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଆଇପିଏଲର ଦ୍ୱାଦଶ ସଂସ୍କରଣର ୨୪ତମ ମ୍ୟାଚରେ ପରସ୍ପରକୁ ଭେଟିବେ।
ବିସିସିଆଇର ଜଣେ ଅଧିକାରୀ ନିଜ ନାମ ଗୁପ୍ତ ରଖି କହିଛନ୍ତି, ବିଶ୍ୱକପ୍ ପାଇଁ ଭାରତୀୟ ଟିମ ଚୟନ ପୂର୍ବରୁ ଚୟନକର୍ତ୍ତା ଲୋକପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା କରିବେ। ଦୁହେଁ ଲୋକପାଳଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ତେଣୁ ଏବେ ସବୁକିଛି ଲୋକପାଳଙ୍କ ହାତରେ ରହିଛି।
ସୂଚନାଯୋଗ୍ୟ, ଚଳିତ ବର୍ଷ ଆରମ୍ଭରୁ ଏକ ଟିଭି ଶୋ’ରେ ରାହୁଲ ଓ ପାଣ୍ଡ୍ୟା ଯୋଗ ଦେଇଥିଲେ। ଏହି ଶୋ’ ବେଳେ ହୋଷ୍ଟ କରଣ ଜୋହର୍ ଦୁଇ ଖେଳାଳିଙ୍କୁ ବ୍ୟକ୍ତିଗତ ଜୀବନ ବିଷୟରେ ପ୍ରଶ୍ନ କରିଥିଲେ। ପାଣ୍ଡ୍ୟା ଏହା ମଧ୍ୟରେ ନିଜ ବ୍ୟକ୍ତିଗତ ଜୀବନ ସହ ଜଡ଼ିତ କିଛି ପ୍ରଶ୍ନର ଜବାବ ନେଇଥିଲେ। ହାର୍ଦ୍ଦିକ ଏହା ମଧ୍ୟରେ ରିଲେଶନଶିପ୍, ଡେଟିଂ, ମହିଳାଙ୍କ ସମ୍ବନ୍ଧରେ ପ୍ରଶ୍ନର ଉତ୍ତର ଦେଇ ଫ୍ୟାନଙ୍କୁ ଚକିତ କରିଥିଲେ।
ତେବେ ମହିଳାଙ୍କ ସମ୍ବନ୍ଧରେ ପାଣ୍ଡ୍ୟା ଏମିତି କିଛି କଥା କହିଥିଲେ, ଯାହା ବିବାଦ ଘେରକୁ ଆସିଥିଲା। ଏହି ଘଟଣା ପରେ ପାଣ୍ଡ୍ୟା ଓ ରାହୁଲଙ୍କୁ କଡ଼ା ସମାଲୋଚନା କରାଯାଇଥିଲା। ଏପରିକି ବିସିସିଆଇ ଦୁହିଁଙ୍କୁ ସାମୟିକ ଭାବେ କ୍ରିକେଟରୁ ସସପେଣ୍ଡ ମଧ୍ୟ କରିଥିଲା। କିନ୍ତୁ ପରେ ବିସିସିଆଇ ସେମାନଙ୍କ ଉପରୁ ସସପେଣ୍ଡ ପ୍ରତ୍ୟାହାର କରିଥିଲା।
from Odisha Reporter http://bit.ly/2Ib19n6
No comments:
Post a Comment