ଅନନ୍ତ ଜେନାଙ୍କ ଉପରେ ବୋମାମାଡ଼କୁ ନେଇ ସୋଶାଲ ମିଡିଆରେ ପ୍ରଶ୍ନ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଅନନ୍ତ ଜେନାଙ୍କ ଉପରେ ବୋମାମାଡ଼କୁ ନେଇ ସୋଶାଲ ମିଡିଆରେ ପ୍ରଶ୍ନ!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର-ମଧ୍ୟ ବିଧାନସଭା ଆସନର ବିଜେଡି ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଯାଉଥିବା କାର ଉପରେ ବୋମାମାଡ଼ ଘଟଣାକୁ ନେଇ ଏବେ ସୋଶାଲ ମିଡିଆରେ ବିଭିନ୍ନ ପ୍ରଶ୍ନ ଉଠିଲାଣି। ଅନନ୍ତଙ୍କ ଉପରେ ବୋମାମାଡ଼କୁ ନେଇ ସୋଶାଲ ମିଡିଆରେ ୫ଟି ପ୍ରଶ୍ନ ପଚରାଯାଇଥିବାବେଳେ ଏସବୁ ଦିଗ ଉପରେ ତଦନ୍ତ ଗତିଶୀଳ ହେବା ଆବଶ୍ୟକ ବୋଲି ଦାବି ହୋଇଛି। ଅନ୍ୟପକ୍ଷରେ ବୋମାମାଡ଼ରେ ଆହତ ହୋଇ ଅନନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ସୁରକ୍ଷ ପାଇଁ ପୁଲିସ ମୁତୟନ କରାଯିବ। ଆସନ୍ତାକାଲି ଭୋଟଗ୍ରହଣ ଥିବାବେଳେ ଆଜି ଶ୍ରୀ ପ୍ରଧାନଙ୍କୁ ପୁଲିସ ସୁରକ୍ଷା ଯୋଗାଇବା ଆଳରେ ତାଙ୍କର ଗତିବିଧି ଉପରେ ନଜର ରଖାଯିବାକୁ ନେଇ ପ୍ରୟାସ ହେଉଛି ବୋଲି ବିଜେପି କର୍ମୀମାନେ ଅଭିଯୋଗ କଲେଣି।

ସୂଚନା ଅନୁସାରେ, ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ କାର ଉପରକୁ ବୋମାମାଡ଼ର ୪ଘଣ୍ଟା ନପୁରୁଣୁ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଯାଉଥିବା କାର ଉପରକୁ ବୋମାମାଡ଼ ହେଲା। ଆକ୍ରମଣରେ ଅନନ୍ତ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଦଳୀୟ କର୍ମୀ,ନେତାଙ୍କଠୁ ଆରମ୍ଭ କରି ବିଜେଡି ସଭାପତି ନବୀନ ପଟ୍ଟନାୟକ ପର୍ଯ୍ୟନ୍ତ ସମସ୍ତେ ତାଙ୍କୁ ଭେଟି ସାରିଲେଣି। ଆକ୍ରମଣକୁ ୨୦ଘଣ୍ଟା ବିତିଗଲାଣି, କିନ୍ତୁ ପୁଲିସ ଉଭୟ ବୋମାମାଡ଼ ଘଟଣାରେ କାହାରିକୁ ବି ଗିରଫ କରିପାରିନି। ଓଲଟା ଉଭୟ ପ୍ରାର୍ଥୀଙ୍କ ସୁରକ୍ଷା ବଢ଼ାଇ ଦେଇଛି।

ସୋଶାଲ ମିଡିଆରେ ଅନନ୍ତଙ୍କ ଉପରେ ଆକ୍ରମଣକୁ ନେଇ ପୋଷ୍ଟ୍ ହୋଇଥିବା ୫ଟି ପ୍ରଶ୍ନ ଓ ଫଟୋଚିତ୍ର ମଧ୍ୟ ପରୋକ୍ଷରେ ଏହି ଆକ୍ରମଣକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି କରିଛି। ବୋମାମାଡ଼ ବେଳେ ଅନନ୍ତଙ୍କ ସାର୍ଟ ଚିରିନଥିବାବେଳେ ଗଣମାଧ୍ୟମର କ୍ୟାମେରା ପହଞ୍ଚିବା ପୂର୍ବରୁ ରକ୍ତଭିଜା ସାର୍ଟର ଏକ ନିର୍ଦ୍ଦିଷ୍ଟ ଅଂଶ ଚିରିଲା କିଭଳି ବୋଲି ପ୍ରଶ୍ନ କରାଯାଇଛି। ସେହିପରି ସନ୍ଧ୍ୟା ୬ଟାରେ ପ୍ରଚାର ଶେଷ ହୋଇଥିବାବେଳେ ଶଙ୍ଖ ଚିହ୍ନ ଥିବା ଉତ୍ତରୀୟ ପକାଇ ଏକ ମାରୁତି-୮୦୦ ଗାଡ଼ିରେ ବୁଲିବାକୁ ବୁନୁ କାହିଁକି ଯାଇଥିଲେ। ନିଜ ଗାଡ଼ିରେ ସବୁବେଳେ ବୁଲୁଥିବା ଅନନ୍ତ ଯେଉଁ ଗାଡ଼ିରେ ବୁଲୁଥିଲେ ତାହା ପ୍ରାର୍ଥୀଙ୍କ ବ୍ୟବହାର ପାଇଁ ନିର୍ବାଚନ କମିଶନଙ୍କ ଅନୁମତି ପାଇଥିଲା କି ନାହିଁ? ଏସବୁ ପ୍ରଶ୍ନ ଏବେ ସୋଶାଲ ମିଡିଆରେ ବୁଲୁଥିବାବେଳେ ଅନନ୍ତଙ୍କ ଉପରେ ଆକ୍ରମଣକୁ ନେଇ ସାଧାରଣରେ ନାନାଦି ଚର୍ଚ୍ଚା ଲାଗି ରହିଛି।



from Odisha Reporter http://bit.ly/2IAFiWi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages