ଶ୍ରୀଲଙ୍କା ନରସଂହାର: ୭ ମୃତ ଭାରତୀୟଙ୍କ ନାମ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 22, 2019

ଶ୍ରୀଲଙ୍କା ନରସଂହାର: ୭ ମୃତ ଭାରତୀୟଙ୍କ ନାମ ପ୍ରକାଶ କଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ଶ୍ରୀଲଙ୍କାର ରାଜଧାନୀ କଲମ୍ବୋରେ ହୋଇଥିବା ଗଣସଂହର ଘଟଣାରେ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି। ଗତକାଲି ୫ ଭାରତୀୟଙ୍କ ମୃତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତ ଦେହ ଚିହ୍ନଟ ହୋଇଛି। ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରବିବାର ଦିନ ଇଷ୍ଚର ସଣ୍ଡେ ପର୍ବ ପାଳନ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ମୋଟ ୮ଟି ସିରିଜ୍ ବୋମା ବିସ୍ଫୋରଣ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ୩୦୦ ଜଣ ଏହି ବିସ୍ଫୋରଣ ଘଟଣାରେ ପ୍ରାଣ ହରାଇଥିବା ସୂଚନା ରହିଛି। ୫୦୦ରୁ ଅଧିକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। 
 

ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତବାସ ପକ୍ଷରୁ ଟ୍ୱିଟ୍ କରି ଆଜି ଚିହ୍ନଟ ହୋଇଥିବା  ଭାରତୀୟଙ୍କ ନାମ ବାବଦରେ ସୂଚନା ଦିଆଯାଇଛି। ମୃତକ ହେଲେ ବେମୁରାଇ ତୁଲସିରାମ, ଏସ. ଆର ନଗରାଜ। ଅନ୍ୟ ୫ ମୃତକଙ୍କ ବାବଦରେ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ। ମୃତକ ହେଲେ ଲକ୍ଷ୍ମଣ ଗୌଡ଼ ରମେଶ, କେଏମ ଲକ୍ଷ୍ମୀ, ନାରାୟଣ ଚନ୍ଦ୍ର ଶେଖର, ଏମ୍ ରଙ୍ଗପା ଏବଂ କେଜି ହନୁମନ୍ତାରୟପ୍ପା ଏବଂ ରମେଶ। ଏହି ୭ ଜଣଙ୍କ ମଧ୍ୟରେ ୪ ଜଣ କର୍ଣ୍ଣାଟକା ସରକାରରେ ଶାସକ ଦଳ ଜେଡିଏସର ୪ ଜଣ ନେତା ମଧ୍ୟ ରହିଛନ୍ତି।  
 
ତେବେ ପିଏସ ରସିନା ନାମକ ଜଣେ କେରଳର ମହିଳାଙ୍କର ଏହି ଘଟଣାରେ ମୃତ୍ୟୁ ହୋଇଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ପିନରାୟି ବିଜୟନ ସୂଚନା ଦେଇଛନ୍ତି। ହେଲେ ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଦୂତବାସ କିମ୍ବା ବୈଦେଶିକ ମନ୍ତ୍ରଣାଳୟ ଏ ବାବଦରେ ସୂଚନା ଦେଇନାହିଁ।
 
୭ ଜେଡିଏସ ନେତାଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ  ୩ ଜେଡିଏସ ନେତା ଏଚ୍. ଶିବକୁମାର, ଏ ମରେଗୌଡ଼ା ଏବଂ ଏଚ୍. ପୁଟାରଜୁ ଏବେ ବି ନିଖୋଜ ଥିବା ସୂଚନା ରହିଛି।


from Odisha Reporter http://bit.ly/2XCCHP9

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages