
ଚେନ୍ନାଇ: ଚଳିତ ଆଇପିଏଲ୍ର ସବୁଠାରୁ ସଫଳ ଟିମ୍ ଚେନ୍ନାଇ ସୁପରକିଙ୍ଗସକୁ ଶକ୍ତ ଝଟ୍କା ଲାଗିଛି। ଦଳର ସବୁଠାରୁ ଅଭିଜ୍ଞ ଅଲରାଉଣ୍ଡର ଡ୍ୱେନ୍ ବ୍ରାଭୋ ଗୁରୁତର ଆହତ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଦୁଇ ସପ୍ତାହ ପାଇଁ ଟୁର୍ଣ୍ଣାମେଣ୍ଟରୁ ବାଦ ଦିଆଯାଇଛି।
ଚେନ୍ନାଇର ବ୍ୟାଟିଂ କୋଚ୍ ମାଇକ୍ ହସି କହିଛନ୍ତି, “ବ୍ରାଭୋ ଏବେ ଗ୍ରେଡ୍ ୱାନ୍ ହାମଷ୍ଟ୍ରିଙ୍ଗ ସମସ୍ୟାରେ ପଡ଼ିଛନ୍ତି। ଏଥିପାଇଁ ତାଙ୍କୁ ଦୁଇ ସପ୍ତାହ ବିଶ୍ରାମ ନେବାକୁ କୁହାଯାଇଛି। ଏହା ଆମ ପାଇଁ ବଡ଼ କ୍ଷତି। କାରଣ ବ୍ରାଭୋ ଟିମ୍ରେ ସନ୍ତୁଳନ ରକ୍ଷା କରୁଥିଲେ। ତାଙ୍କ ଦକ୍ଷତା କଥା ସମସ୍ତେ ଜାଣିଛନ୍ତି। ତେଣୁ ତାଙ୍କ ଅନୁପସ୍ଥିତି ଦଳର ସନ୍ତୁଳନ ଉପରେ ସାମାନ୍ୟ ପ୍ରଭାବ ପକାଇବ। ତଥାପି ଆମେ ଏକାଠି ଭଲ ପ୍ରଦର୍ଶନ କରିବାକୁ ଆଶା ରଖିଛୁ।”
ଚେନ୍ନାଇ ଓ ମୁମ୍ବାଇ ମଧ୍ୟରେ ଚାଲିଥିବା ମ୍ୟାଚ୍ରେ ବ୍ରାଭୋ ଆହତ ହୋଇଥିବା ନେଇ ସୂଚନା ମିଳିଥିଲା।
from Odisha Reporter http://bit.ly/2KcO5PW
No comments:
Post a Comment