ଅଚ୍ୟୁତଙ୍କ ସମର୍ଥକଙ୍କ ଦାଦାଗିରି! ଆର୍‌ଟିଆଇ କର୍ମୀଙ୍କୁ ଆକ୍ରମଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 13, 2019

ଅଚ୍ୟୁତଙ୍କ ସମର୍ଥକଙ୍କ ଦାଦାଗିରି! ଆର୍‌ଟିଆଇ କର୍ମୀଙ୍କୁ ଆକ୍ରମଣ

ବାଲିଗୁଡ଼ା (ଅଜିତ ନାୟକ): କନ୍ଧମାଳରେ ସୂଚନା ଅଧିକାର କର୍ମୀ ମହମ୍ମଦ ଜିଆଉଦ୍ଦିନଙ୍କ ଉପରେ ଆକ୍ରମଣ ହୋଇଛି। ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କ ସମର୍ଥକମାନେ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣରେ ଜିଆଉଦ୍ଦିନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ତାଙ୍କ ଗାଡ଼ି ମଧ୍ୟ ଭଙ୍ଗାରୁଜା କରାଯାଇଥିବା ଅଭିଯୋଗ ହୋଇଛି। ପୁଲିସ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି। ଖୁବଶୀଘ୍ର ସେ ଥାନାରେ ଏତଲା ଦେବେ ବୋଲି କହିଛନ୍ତି।

ଆର୍‌ଟିଆଇ ଜରିଆରେ ଅଚ୍ୟୁତ ସାମନ୍ତଙ୍କ ବହୁ କେଳେଙ୍କାରୀ ପଦାକୁ ଆଣିଥିବାରୁ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ କରିଛନ୍ତି ଜିଆଉଦ୍ଦିନ।

ସେ କହିଛନ୍ତି,“ଗତକାଲି ଅପରାହ୍ନ ପ୍ରାୟ ସାଢ଼େ ୪ଟା ବେଳେ ମୁଁ ବାଲିଗୁଡ଼ା ଫେରୁଥିବା ବେଳେ ଲାବଣ୍ୟବତୀ ଗାଁ ଛକ ନିକଟରେ ଅଚ୍ୟୁତ ସାମନ୍ତଙ୍କର କିଛି ସମର୍ଥକ ମୋ ଗାଡ଼ି ପାଖରେ ପହଞ୍ଚିଥିଲେ। ସେମାନେ ମତେ ଅଭଦ୍ର ଭାଷାରେ ଗାଳି କରିଥିଲେ। ଗାଡ଼ି ଭିତରେ ଥିବା ସବୁ ଜିନିଷପତ୍ର ଫିଙ୍ଗି ଦେଇଥିଲେ। ଆଉ ତା’ପରେ ମତେ ଆକ୍ରମଣ କରିଥିଲେ। ମୁଁ ବୁଝାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେମାନେ କିଛି ଶୁଣିବାକୁ ରାଜି ନ ଥିଲେ। ଗାଁ ଲୋକେ ଆସି ପହଞ୍ଚି ଯିବାରୁ ସେମାନେ ଚାଲିଗଲେ।”

ତେବେ ଏ ନେଇ ବିଜେଡି କିମ୍ବା ଅଚ୍ୟୁତ ସାମନ୍ତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter http://bit.ly/2v16DIi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages