
ଲକ୍ଷ୍ନୌ: ଉତ୍ତରପ୍ରଦେଶ ରାମପୁରରୁ ବିଜେପି ସାଂସଦ ପ୍ରାର୍ଥୀ ହୋଇଥିବା ଅଭିନେତ୍ରୀ ଜୟାପ୍ରଦା ସମାଜବାଦୀ ପାର୍ଟିର ଆଜମ୍ ଖାନ୍ଙ୍କୁ ସମାଲୋଚନା କରି କହିଛନ୍ତି, ମୁଁ ତାଙ୍କୁ ଆଜମ୍ ଖାନ୍ ଭାଇ ବୋଲି କହିଥିଲି। କିନ୍ତୁ ସେ ମୋତେ ନାଚବାଲୀ କହି ସମ୍ବୋଧନ କରିଥିଲେ। ଏପରି କହି ଆଜମ୍ ତାଙ୍କୁ ଅପମାନିତ କରିଥିବା କହିଛନ୍ତି।
ଜୟାପ୍ରଦା ଆହୁରି ମଧ୍ୟ କହିଛନ୍ତି, ଆମ ଭାଇମାନେ କ’ଣ ଆମକୁ ନାଚବାଲୀ ଭଳି ଦେଖନ୍ତି? ମୁଁ ପୂର୍ବରୁ ମୁଲାୟମ ସିଂହ ଯାଦବଙ୍କ ନିକଟରେ ଅଭିଯୋଗ ଆଣିଥିଲି ମୋର ଅଶ୍ଲୀଳ ଫଟୋ ଏହି ଅଞ୍ଚଳରେ ବଣ୍ଟାଯାଉଛି। କିନ୍ତୁ ମୁଲାୟମ୍ କିଛି ମଧ୍ୟ ପଦକ୍ଷେପ ନେଲେନି।
୨୦୧୮ ମସିହାରେ ଜୟାପ୍ରଦା ଆଜମ୍ ଖାନ୍ଙ୍କୁ ‘ପଦ୍ମାବତ୍’ର ଆଲ୍ଲାଉଦ୍ଦିନ୍ ଖିଲଜି ଚରିତ୍ର ସହ ତୁଳନା କରିବାରୁ ସେ ତାଙ୍କୁ ନାଚବାଲୀ କହିଥିଲେ।
୨୦୦୯ ଲୋକସଭା ନିର୍ବାଚନ ସମୟରେ ଜୟାପ୍ରଦା ଅଭିଯୋଗ ଆଣି କହିଥିଲେ, “ମୋର ଅଶ୍ଲୀଳ ଫଟୋ ବାଣ୍ଟି ମୋତେ ମାନସିକ ନିର୍ଯାତନା ନିଆଯାଇଥିଲା। ମୁଁ କାନ୍ଦୁଥିଲି ଏବଂ କହୁଥିଲି ଆଉ ବଞ୍ଚିପାରିବି ନାହିଁ, ମୁଁ ଆତ୍ମହତ୍ୟା କରିବାକୁ ଚାହେଁ। ମୁଁ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିଲି।”
ଅନ୍ୟପକ୍ଷେ ଜୟାପ୍ରଦାଙ୍କ ଏହି ଅଭିଯୋଗକୁ ଆଜମ୍ ଖାନ୍ ଖଣ୍ଡନ କରିଥିଲେ।
from Odisha Reporter http://bit.ly/2Ijmb2F
No comments:
Post a Comment