ହଟହଟା ହେଲେ ଅନନ୍ତ; ଲୋକେ ଗାଁରେ ପୂରାଇ ଦେଲେନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ହଟହଟା ହେଲେ ଅନନ୍ତ; ଲୋକେ ଗାଁରେ ପୂରାଇ ଦେଲେନି

ananta

ଜଳେଶ୍ୱର (ଅଜିତ କୁମାର ଦାସ): ଚଳିତ ନିର୍ବାଚନରେ ପ୍ରଚାର ବେଳେ ଶାସକ ବିଜେଡିର କିଛି ନେତା ଭୋଟରଙ୍କ ବିରୋଧର ସମ୍ମୁଖୀନ ହୋଇଥିବା ବେଳେ ଆଜି ଭୋଗରାଇ ବିଧାୟକ ପ୍ରାର୍ଥୀ ତଥା ମନ୍ତ୍ରୀ ଅନନ୍ତ ଦାସଙ୍କୁ ବି ହଟହଟା ହେବାକୁ ପଡ଼ିଛି।

ସେ ଆଜି ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ୍‌ ଅନ୍ତର୍ଗତ କଟିସାହିକୁ ପ୍ରଚାର କରିବାକୁ ଯାଇଥିଲେ। ହେଲେ ଲୋକେ ତାଙ୍କୁ ଗାଁକୁ ପଶିବାକୁ ଦେଇ ନଥିଲେ। ଗ୍ରାମବାସୀ ତାଙ୍କୁ ପ୍ରଶ୍ନ ପଚାରି ନାକେଦମ୍ କରି ଦେଇଥିଲେ। ଏପରିକି କିଛି ସମୟ ପାଇଁ ତାଙ୍କୁ ଅଟକ ରଖି ଦେଇଥିଲେ। କମର୍ଦା ପୁଲିସ୍ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରି ମନ୍ତ୍ରୀ ଗାଡ଼ିକୁ ପଛକୁ ଫେରାଇ ନେଇଥିଲା।

ଗତ ୫ ବର୍ଷରେ ଅନନ୍ତ ଦାସ ସେମାନଙ୍କ ଗାଁ ପାଇଁ କିଛି କରି ନଥିବା ଲୋକେ ଅଭିଯୋଗ କରିଛନ୍ତି। ସେମାନେ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ମଧ୍ୟ କହିଛନ୍ତି।

ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ସେମାନଙ୍କୁ ମନ୍ତ୍ରୀ ଅନନ୍ତ ଦାସ ପ୍ରତାରିତ କରିଛନ୍ତି। ଗାଁକୁ ରାସ୍ତା ନାହିଁ କି ପାନୀୟ ଜଳ ବ୍ୟବସ୍ଥା ନାହିଁ। ଗାଁର ଉପଯୁକ୍ତ ହିତାଧିକାରୀଙ୍କୁ ଭତ୍ତା ମିଳୁନି। ତାଙ୍କ ଗାଁକୁ ପଞ୍ଚାୟତ କରିବାକୁ ପ୍ରୟାସ ହୋଇଥିଲା। କିନ୍ତୁ ଏଥିରେ ମନ୍ତ୍ରୀଙ୍କର ଉପଯୁକ୍ତ ସହଯୋଗ ମିଳିନାହିଁ। ରାତାରାତି ଆଉ ଏକ ଗାଁକୁ ପଞ୍ଚାୟତ କରିଦେଲେ। ଦୀର୍ଘଦିନରୁ ତାଙ୍କର ଦେଖା ମିଳୁ ନଥିବା ବେଳେ ଆଜି ଭୋଟ୍ ମାଗିବାକୁ ଆସିଥିଲେ।

ସୂଚନାଯୋଗ୍ୟ, ବିଜେଡି ନେତା ନିରଞ୍ଜନ ପୂଜାରୀ, ପୁଷ୍ପେନ୍ଦ୍ର ସିଂହଦେଓ, ଟୁକୁନି ସାହୁ, ସଞ୍ଜୟ ଦାସ ବର୍ମା ଓ ପଦ୍ମନାଭ ବେହେରା ପ୍ରମୁଖ ନିଜ ନିଜ ନିର୍ବାଚନ ମଣ୍ଡଳୀରେ ପ୍ରଚାର କଲା ବେଳେ ଭୋଟରଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ନିରଞ୍ଜନ ପୂଜାରୀ ଓ ଟୁକୁନି ସାହୁ ଦୁଇ ଦୁଇ ଥର ଭୋଟରଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ। ଭୋଟରମାନେ ସେମାନଙ୍କୁ ୫ ବର୍ଷର ହିସାବ ମାଗିଥିଲେ। ଭୋଟରଙ୍କ ପ୍ରଶ୍ନର ଜବାବ ନ ଦେଇ ପାରି ଏମାନେ ହଟହଟା ହୋଇଥିଲେ।



from Odisha Reporter http://bit.ly/2IVFS04

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages