ବିଶ୍ୱର ୧୦୦ ପ୍ରଭାବଶାଳୀଙ୍କ ମଧ୍ୟରେ ୩ ଭାରତୀୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, April 18, 2019

ବିଶ୍ୱର ୧୦୦ ପ୍ରଭାବଶାଳୀଙ୍କ ମଧ୍ୟରେ ୩ ଭାରତୀୟ

ଭୁବନେଶ୍ୱର: ବିଶ୍ୱର ୧୦୦ ଜଣ ଅତି ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ରହିଛନ୍ତି ତିନିଜଣ ଭାରତୀୟ। ସେମାନେ ହେଲେ ରିଲାଏନ୍ସ୍‌ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ ମୁକେଶ ଅମ୍ବାନୀ, ବରିଷ୍ଠ ଆଇନଜୀବୀ ଅରୁନ୍ଧତୀ କାଟ୍‌ଜୁ ଏବଂ ମାନେକା ଗୁରୁସ୍ୱାମୀ।

ଟାଇମ୍ସ ପତ୍ରିକା ପକ୍ଷରୁ ବର୍ଷ ୨୦୧୯ ପାଇଁ ପ୍ରସ୍ତୁତ ହୋଇଥିବା ବିଶ୍ୱର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ତାଲିକାରେ ଏହି ତିନି ଭାରତୀୟଙ୍କ ନାମ ରହିଛି। ବୁଧବାର ଏହି ତାଲିକା ପ୍ରକାଶ ପାଇଥିବା ବେଳେ ଏଥିରେ ବିଶ୍ୱର ଯେଉଁ ଅନ୍ୟ ଚର୍ଚ୍ଚିତ ଚେହେରା ମାନେ ଅଛନ୍ତି ସେମାନେ ହେଲେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ,ଚାଇନାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌, ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ଏବଂ ଫେସ୍‌ବୁକ୍‌ର ସହପ୍ରତିଷ୍ଠାତା ମାର୍କ ଜୁକରବର୍ଗଙ୍ଗ ଭଳି ବିଶ୍ୱର ଜଣାଶୁଣା ଚେହେରା।

୧୦୦ ଜଣଙ୍କ ପ୍ରୋଫାଇଲ୍‌କୁ ନେଇ ପ୍ରସ୍ତୁତି ଏହି ମାଗାଜିନ୍‌ରେ ମୁକେଶ୍‌ ଅମ୍ବାନୀଙ୍କ ସମ୍ପର୍କରେ ଲେଖିବାକୁ ଯାଇ ମହିନ୍ଦ୍ରା ଗ୍ରୁପ୍‌ର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା କହିଛନ୍ତି, ଭାରତୀରେ ବ୍ୟବସାୟକୁ ନେଇ ମୁକେଶଙ୍କ ବାପା ଧୀରୁଭାଇ ଅମ୍ବାନୀଙ୍କର ଏକ ଦୂରଦୃଷ୍ଟି ଥିଲା। ତାଙ୍କର ଏହି ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍‌କୁ ବହୁବିଦ୍ଧ ତଥା ବହୁଦେଶୀୟ କରିବା ପାଇଁ ଏକ ସ୍ୱପ୍ନ ଦେଖିଥିଲେ।

ସେହିପରି ଏଲ୍‌ଜିବିଟି (ଲେସ୍‌ବିଆନ୍‌, ଗେ, ବାଇସେକ୍ସୁଆଲ୍‌ ଏବଂ ଟ୍ରାନ୍ସଜେଣ୍ଡର) ବର୍ଗଙ୍କ ପାଇଁ ନ୍ୟାୟ ପାଇଁ ସ୍ୱରଉତ୍ତୋଳନ କରୁଥିବା  ଦୁଇ ଆଇନ୍‌ଜୀବୀ ମେନକା ଗୁରୁସ୍ୱାମୀ ଏବଂ ଅରୁନ୍ଧତୀ କାଟ୍‌ଜୁଙ୍କ ସମ୍ପର୍କରେ ବଲିଉଡ୍‌ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରଶଂସା କରି ଲେଖଛନ୍ତି।

ଏହି ପତ୍ରିକାରେ ରହିଥିବା ଅନ୍ୟ କେତେଜଣ ଚର୍ଚ୍ଚିତ ଚେହେରାଙ୍କ ମଧ୍ୟରେ, ପୋପ୍‌ ଫ୍ରାନ୍‌ସିସ୍‌, ଗଲଫ୍‌ ଖେଳାଳୀ ଟାଇଗର୍‌ ଉଡ୍‌ସ୍‌, ୟୁଏସ୍‌ ଓପନ୍‌ ଟେନିସ୍‌ ବିଜେତା ନାଓମି ଓସାକା, ଅଭିନେତା ମାହେରଶାଲା ଅଲ୍ଲୀ, ଓସ୍କାର ବିଜେତା ଅଭିନେତା ରାମି ମାଲେକ, ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ପତ୍ନୀ ମିଶେଲ୍‌ ଓବାମା, ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ୍‌ ରାମଫୋସ୍‌, ଓସ୍କାର ବିଜେତା ଗାୟିକା ଓ ଅଭିନେତା ଲେଡି ଗାଗାଙ୍କ ନାମ ରହିଛି।



from Odisha Reporter http://bit.ly/2Ip08Id

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages