‘ମୋଦି ଅଛି, ବିଜେଡି ଗୁଣ୍ଡାଙ୍କୁ ଡରିବାର କିଛି କାରଣ ନାହିଁ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 16, 2019

‘ମୋଦି ଅଛି, ବିଜେଡି ଗୁଣ୍ଡାଙ୍କୁ ଡରିବାର କିଛି କାରଣ ନାହିଁ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧାର ବିଜେପି ନେତା ମଙ୍ଗୁଳି ଜେନାଙ୍କୁ ବିଜେଡି ଲୋକ ହତ୍ୟା କରିଥିବା ଦଳ ଅଭିଯୋଗ କରିଥିବା ବେଳେ ଆଜି ଭୁବନେଶ୍ୱରରେ ବିଜୟ ସଙ୍କଳ୍ପ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ପ୍ରସଙ୍ଗ ଉଠାଇଥିଲେ।

ସେ କହିଥିଲେ-“ଦୁଇ ଦିନ ତଳେ ଆମ ଦଳର କାର୍ଯ୍ୟକର୍ତ୍ତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଯାଇଛି। ଶାସକ ଦଳର ଗୁଣ୍ଡାଲୋକ ଆମ କର୍ମୀଙ୍କୁ ହତ୍ୟା କରିଛନ୍ତି। ଓଡ଼ିଶାରୁ ଗୁଣ୍ଡାରାଜ ଦୂର କରିବା ପାଇଁ ଆମେ ବଦ୍ଧ ପରିକର। ବିଜେପି ସରକାର ଆସିଲେ ମଙ୍ଗୁଳି ଜେନାଙ୍କ ହତ୍ୟାକାରୀଙ୍କୁ କଠୋର ଦଣ୍ଡ ଦିଆଯିବ। ମୋଦି ସର୍ବଦା ଓଡ଼ିଶାର ଲୋକଙ୍କ ସହ ଛିଡ଼ା ହୋଇଛି। ମୋଦି ଅଛି, ବିଜେଡି ଗୁଣ୍ଡାଙ୍କୁ ଡରିବାର କିଛି ଆବଶ୍ୟକତା ନାହିଁ।”

ଜୟ ଜଗନ୍ନାଥରୁ ଭାଷଣ ଆରମ୍ଭ କରିଥିବା ପ୍ରଧାନମନ୍ତ୍ରୀ ମୋଦି କହିଥିଲେ-“ରୋଡ୍‌ ଶୋ’ରେ ଓଡ଼ିଶାର ମହାନ ପରମ୍ପରାର ଝଲକ ଦେଖିଛି। ରାସ୍ତାରେ ଯୁବକ, ଯୁବତୀ, ପିଲା ଓ ବୟସ୍କଙ୍କୁ ଭେଟିଲି। ସେମାନଙ୍କ ସହ ଭେଟ ମୋ ପାଇଁ ଚିରସ୍ମରଣୀୟ ହୋଇ ରହିବ। ଭୁବନେଶ୍ୱର ହେଉଛି ବୀର ଓ ବିଦ୍ୱାନଙ୍କ ଭୂମି। ଓଡ଼ିଶା ଲୋକଙ୍କୁ ଦେଖିଲା ପରେ ସେମାନଙ୍କ ମନ ବୁଝି ହେଉଛି। ସେମାନେ ଏଠାରେ ବିଜେପି ସରକାର ଗଢ଼ିବାକୁ ସ୍ଥିର କରିସାରିଲେଣି। ବିକାଶ ପାଇଁ ସେମାନେ ଡବଲ ଇଂଜିନର ଆବଶ୍ୟକତା ରହିଛି ବୋଲି ବୁଝି ସାରିଲେଣି। କିଛି ଲୋକଙ୍କୁ ବିକାଶର ଡବଲ ଇଂଜିନ କଥା ଶୁଣିଲେ ଭାରି କଷ୍ଟ ହେଉଛି। ସେମାନଙ୍କୁ ଡବଲ ଇଂଜିନ ଅସମ୍ଭବ ଲାଗୁଛି। କିନ୍ତୁ ଓଡ଼ିଶା ଲୋକ ଡବଲ ଇଂଜିନକୁ ସଫଳ ହିଁ କରିବେ।”

ମହାମେଣ୍ଟକୁ ଟାର୍ଗେଟ କରି ସେ କହିଥିଲେ, “ଲୋକସଭା ନିର୍ବାଚନ କଥା କହିଲେ, ବିପକ୍ଷ ଦଳଙ୍କ ପ୍ରତି ଲୋକଙ୍କ ରାଗ ଆସୁଛି। ଅସାଧୁ ମହାମେଣ୍ଟ କରିଥିବା ଲୋକଙ୍କ ପ୍ରତି ଜନତାଙ୍କ ରାଗ ଆସୁଛି। ସେହି ଦଳ ଗୁଡ଼ିକର ନା କିଛି ମିଶନ ଅଛି ନା ସେମାନଙ୍କ ନେତାଙ୍କର କିଛି ଭିଜନ ରହିଛି। ବିରୋଧୀଙ୍କ ଗୋଟିଏ ଏଜେଣ୍ଡା- ମୋଦି ହଟାଅ। ସକାଳ ଓ ସଂଧ୍ୟାରେ ମୋଦି ହଟାଓ ମାଳା ଜପୁଛନ୍ତି। ସେମାନଙ୍କ ପାଇଁ ‘ଦେଶ’ ଏଜେଣ୍ଡା ନୁହେଁ। ଦେଶର ବିକାଶ ସେମାନଙ୍କ ଲକ୍ଷ୍ୟ ନୁହେଁ। ସେହି କାରଣ ପାଇଁ କଂଗ୍ରେସ ଆଜି ଲୋକଙ୍କ ପାଖରେ ବିଶ୍ୱାସ ହରାଇଛି। କେନ୍ଦ୍ରରେ ଏମିତି ସରକାର ଅଛି, ଯିଏ କେବଳ ଦେଶ ପାଇଁ କାମ କରୁଛି। ଦେଶର ସୁରକ୍ଷା ଓ ଦେଶର ସମୃଦ୍ଧି ପାଇଁ ସଂପୂର୍ଣ୍ଣ ସମର୍ପିତ ରହିଛି।”

ଭୁବନେଶ୍ୱର ସଭାରେ କଂଗ୍ରେସ ଉପରେ ଧୂମ୍‌ ବର୍ଷିଥିଲେ ମୋଦି। ସେ କହିଥିଲେ-“୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ କେନ୍ଦ୍ରରେ ସରକାର ରିମୋଟ କଣ୍ଟ୍ରୋଲ୍‌ରେ ଚାଲିଥିଲା। କଂଗ୍ରେସ ଆମ ଆସ୍ଥା ଓ ପରମ୍ପରାକୁ ନଷ୍ଟ ପାଇଁ ଷଡ଼ଯନ୍ତ୍ର କରିଥିଲା। ଦେଶର ହିନ୍ଦୁଙ୍କୁ ଆତଙ୍କ ସହ ଯୋଡ଼ିବାକୁ ଷଡ଼ଯନ୍ତ୍ର କରିଥିଲା। ଆତଙ୍କବାଦୀ ପାକିସ୍ତାନରୁ ଆସି ଧମାକା କରି ପଳାଉଥିଲେ। କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିଲା। ପାକିସ୍ତାନକୁ ଉଚିତ ଜବାବ ଦେବା ପାଇଁ କଂଗ୍ରେସ ପ୍ରସ୍ତୁତ ନଥିଲା। ଅହିଂସା ପରମ୍ପରାକୁ ବଦନାମ କରିବା ପାଇଁ କଂଗ୍ରେସ ଷଡ଼ଯନ୍ତ୍ର କରିଥିଲା। ଭୋଟବ୍ୟାଙ୍କ ପାଇଁ କଂଗ୍ରେସ ଯେକୌଣସି ସ୍ତରକୁ ଯାଇପାରୁଥିଲା। ଗାଦି ପାଇଁ କଂଗ୍ରେସ ଦେଶକୁ ଭାଗ ଭାଗ କରିବାକୁ ମଧ୍ୟ ପଛାଉ ନଥିଲା। ଏଭଳି କଂଗ୍ରେସକୁ ଏବେ ଦେଶରେ କେହି ସ୍ୱୀକାର କରିବାକୁ ପ୍ରସ୍ତୁତ ନୁହେଁ। କଂଗ୍ରେସର ଷଡ଼ଯନ୍ତ୍ରକୁ ମୁକାବିଲା ପାଇଁ ଏହି ଚୌକିଦାର ସଜାଗ ରହିଛି। ଭାରତ ବଦଳିଛି। ଏବେ ଆତଙ୍କବାଦୀଙ୍କ ଘରେ ପଶି ତାଙ୍କୁ ମାରୁଛି। ରକ୍ତ ଶୁଖିବା ପୂର୍ବରୁ ଆମେ ବଦଲା ନେଉଛୁ। ଯିଏ ଦୋଷୀ, ତା’ ଉପରେ ସିଧା ପ୍ରହାର କରିବା ମୋଦିର ଲକ୍ଷଣ। ୪୦ ବର୍ଷ ହେଲା ଭାରତ ଆତଙ୍କବାଦକୁ ସହି ଆସୁଛି। ଆମେ କେବଳ ଲୁହ ଗଡ଼ାଇଲୁ, କିନ୍ତୁ ଦୁନିଆ ଆମ କଥା ଶୁଣିଲାନି। ଆମେ ତାକତ ଦେଖାଇଲୁ। ଆମ ତାକତ ଦେଖିବା ପରେ ଦୁନିଆ ଆମ ସହ ମିଶି ଠିଆ ହେଲା।”

ଏବେ ଆତଙ୍କବାଦ ଓ ନକ୍ସଲ ଦେଶର କିଛି ଅଞ୍ଚଳରେ ସୀମିତ ହୋଇ ରହିଯାଇଛନ୍ତି। ଭାରତ ସଶକ୍ତ ହେବା ସହ ଓଡ଼ିଶା ବି ସଶକ୍ତ ହେବ। ଆପଣ(ଭୋଟର) ଏଠାରେ ୨୦ ବର୍ଷ ଗୋଟିଏ ଲୋକ ଉପରେ ଭରସା କଲେ। ଲାଇବ୍ରେରୀରେ ଭଲ ବହି ଥିଲେ କ’ଣ ଦୁନିଆ ବଦଳି ଯିବ? ଓଡ଼ିଶାରେ ଯେତିକି ବିକାଶ ହେବା କଥା ସେତିକି ହୋଇଛି କି? ଭୁବନେଶ୍ୱରର ଯେତିକି ବିକାଶ ହେବା କଥା ହୋଇଛି କି? ଓଡ଼ିଶାର ବିକାଶ ପାଇଁ କେନ୍ଦ୍ର କୌଣସି ସହଯୋଗ କରିନି ବୋଲି କୁହାଯାଉଛି। ୫ ବର୍ଷରେ ଓଡ଼ିଶାର ବିକାଶ ପାଇଁ ୩ ଲକ୍ଷ କୋଟି ଟଙ୍କା କେନ୍ଦ୍ର ଦେଇଛି। ପୂର୍ବ ତୁଳନାରେ ୫ ଗୁଣା ଅର୍ଥ କେବଳ ବିକାଶ ପାଇଁ ଦିଆଯାଇଛି।”

ନିଜ ସରକାରର ସଫଳତା କଥା ବଖାଣି ପ୍ରଧାନମନ୍ତ୍ରୀ କହିଥିଲେ-“ମଧ୍ୟମବର୍ଗଙ୍କ ପାଇଁ ବଜେଟରେ ଆୟକର ଛାଡ଼ ସୀମା ବଢ଼ାଇଛୁ। ଗରିବ ଲୋକଙ୍କୁ ୮ ଲକ୍ଷ ପକ୍କା ଘର ଯୋଗାଇ ଦିଆଯାଇଛି। ଏଠିକା ସରକାର ମୋ ସ୍ପିଡ୍‌ରେ ଗଲେ ବିକାଶ ଦୌଡ଼ନ୍ତା। ହେଲେ ଏଠାକାର ସରକାର ଧୀରେ ଧୀରେ ଚାଲିଛି। ତାହାହେଲେ ବିକାଶ କେମିତି ହେବ? ଆମକୁ ୫ ବର୍ଷ ସୁଯୋଗ ଦିଅ। ବିକାଶ କେମିତି ହୁଏ, ଦେଖାଇବୁ। ଯେଉଁ ରାଜ୍ୟରେ ଭାଜପା ସରକାର ଅଛି, ସେଠି ଦେଖନ୍ତୁ ବିକାଶ। ସେହି ରାଜ୍ୟମାନଙ୍କ ଭଳି ଓଡ଼ିଶା ମଧ୍ୟ ବିକାଶର ରାସ୍ତାରେ ଦୌଡ଼ିବ।”

ରାଜ୍ୟର ବିଜେଡି ସରକାରଙ୍କୁ ଟାର୍ଗେଟ ମୋଦି କହିଥିଲେ,“ଓଡ଼ିଶାରେ ପାଣିର ସ୍ଥିତି ସୁଧାରିବା ପାଇଁ କେନ୍ଦ୍ର ୮ଟି ବଡ଼ ଯୋଜନା କରିଛି। ୨୩ ମେ’ ରେ ମୋଦି ସରକାର ଆସିଲେ ଏହି କାମ ଜୋରଦାର ହେବ। ପାଣି ପାଇଁ ଜଳଶକ୍ତି ମନ୍ତ୍ରାଳୟ କରାଯିବ। ଲୁଣି ପାଣିକୁ ମଧୁର କରାଯାଇ ବ୍ୟବହାର ଉପଯୋଗୀ କରାଯିବ।

ବିଜେଡି ସରକାର କିଛି ଲୋକଙ୍କୁ ଧରି କୋଟେରୀରେ ଚାଲିଛି। ‘ପିସି’ ଲୋଭ ପାଇଁ ବିଜେଡି ସରକାର ଓଡ଼ିଶାର ବିକାଶକୁ ରୋକି ଦେଇଛି। ଓଡ଼ିଶା ଲୋକଙ୍କୁ ଆୟୁଷ୍ମାନ ଭାରତ ଯୋଜନା ସୁଫଳ ମିଳୁନାହିଁ। ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଏଠାରେ ବି ଲାଗୁ ହେବ। ଓଡ଼ିଶାର ୫୦ ଲକ୍ଷ ଚାଷୀଙ୍କ ଖାତାକୁ ସିଧା ଟଙ୍କା ଜମା କରାଯାଉଛି। ଏବେ ସାଢେ ୮ଲକ୍ଷ ଚାଷୀଙ୍କ ଖାତାକୁ କେନ୍ଦ୍ର ଟଙ୍କା ଦେଇସାରିଲାଣି। ହେଲେ ଏଠାର ବାବୁଲୋଗ ଓ ମୁଖ୍ୟମନ୍ତ୍ରୀ ଛୋଟ କାମଟିଏ କରିପାରୁ ନାହାନ୍ତି। ୩/୪ ମାସ ହେଲାଣି ଚାଷୀଙ୍କ ତାଲିକା ଦେଇପାରୁନାହାନ୍ତି। ବିଜେଡି ପ୍ରଚାର କରୁଛି, ସରକାରକୁ ଆସିଲେ ଆମେ ସବୁ କଲ୍ୟାଣକାରୀ ଯୋଜନା ବନ୍ଦ କରିଦେବୁ। ମୋଦି ଲେଖିକି ଦେଉଛି, ଆମେ ଯୋଜନା ନୁହେଁ, ଭ୍ରଷ୍ଟାଚାର ବନ୍ଦ କରୁ। ପରାଜୟ ଡରରେ ଏମାନେ ମିଛ ପ୍ରଚାର କରୁଛନ୍ତି। ଥରେ ଆମକୁ ମୌକା ଦିଅନ୍ତୁ। ଏମାନଙ୍କୁ ରାସ୍ତାକୁ ନେଇଆସିବୁ।”

ସଭା ପୂର୍ବରୁ ନରେନ୍ଦ୍ର ମୋଦିଙ୍କ ଏକ ବିଶାଳ ରୋଡ୍ ଶୋ’ କରିଥିଲେ। ବିମାନବନ୍ଦରରୁ ବରମୁଣ୍ଡା ପର୍ଯ୍ୟନ୍ତ ଏହି ରୋଡ୍‌ ଶୋ ଆୟୋଜିତ ହୋଇଥିଲା। ରାସ୍ତାର ଦୁଇ ପାର୍ଶ୍ୱରେ ଅପେକ୍ଷାରତ ହଜାର ହଜାର ଜନତା ମୋଦିଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ।



from Odisha Reporter http://bit.ly/2ZbLLMt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages