ପାଟକୁରାରେ ବିଜେପିର ବିଶାଳ ନିର୍ବାଚନୀ ସଭା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 17, 2019

ପାଟକୁରାରେ ବିଜେପିର ବିଶାଳ ନିର୍ବାଚନୀ ସଭା

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ପାଟକୁରାରେ ବିଜେପିର ବିଶାଳ ନିର୍ବାଚନୀ ସଭା ଅନୁଷ୍ଠିତ ହୋଇଛି। ଆଜି ପାଟକୁରା କରିଲୋପାଟଣା ହାଟ ପଡ଼ିଆରେ ଆୟୋଜିତ ସଭାରେ ଏକାଠି ନିର୍ବାଚନ ପ୍ରଚାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଓ ପାଟକୁରା ବିଧାୟକ ପାର୍ଥୀ ବିଜୟ ମହାପାତ୍ର ।

ସମାବେଶରେ ଉପସ୍ଥିତ ପ୍ରାୟ ୨୦ ହଜାର ଲୋକଙ୍କୁ ଉଦ୍‌ବୋଧନ ଦେଇ ରାଜ୍ୟ ସରକାରଙ୍କ ଉପରେ ଖୁବ ବର୍ଷିଥିଲେ ଧର୍ମେନ୍ଦ୍ର ଓ ଜୟ-ବିଜୟଙ୍କ ଯୋଡ଼ି । ୧୯ ବର୍ଷ କ୍ଷମତାରେ ରହି ବିଜେଡି ସରକାର କେନ୍ଦ୍ରାପଡ଼ାରେ ମେଡିକାଲ କଲେଜଟିଏ କରିପାରି ନ ଥିବାରୁ ଏଥର ବିଜେପି କ୍ଷମତାକୁ ଆସିଲେ କେନ୍ଦ୍ରାପଡ଼ାରେ ମେଡିକାଲ କଲେଜ୍ ପ୍ରତିଷ୍ଠା ନିଶ୍ଚୟ ହେବ ବୋଲି ପ୍ରତିଶୃତି ରଖିଛନ୍ତି ଧର୍ମେନ୍ଦ୍ର।

ସେପଟେ ଦେଶ ତୁଳନାରେ ଓଡ଼ିଶା ମହିଳା ବିରୋଧୀ ହିଂସା ବଢୁଥିବାରୁ ଏ ସରକାର ପରିବର୍ତ୍ତନ ନହେଲେ ସ୍ଥିତିରେ ପରିବର୍ତ୍ତନ ଆସିବ ନାହିଁ ବୋଲି କହିଛନ୍ତି ବୈଜୟନ୍ତ ପଣ୍ଡା । ତେଣେ କିଛି ମୁଷ୍ଟିମେୟ ଅଣ ଓଡ଼ିଆ ଅଫିସର ବିଜେଡି ସରକାରର ମାଲିକ ଭାବି ଲୁଟ୍‌ରେ ମାତୁଥିବାରୁ ଏଭଳି ସରକାରର ଆବଶ୍ୟକତା ନଥିବା କହି ବର୍ଷିଥିଲେ ବିଜୟ।



from Odisha Reporter http://bit.ly/2V7AI7I

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages