ପିନାକୀ ମିଶ୍ର ଓ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ପିନାକୀ ମିଶ୍ର ଓ ବବି ମହାନ୍ତି ସବୁଠାରୁ ଧନୀ ପ୍ରାର୍ଥୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ତୃତୀୟ ପର୍ଯ୍ୟାୟ ନିର୍ବାଚନ ୨୩ ତାରିଖରେ ହେବ। ଏଥିରେ ପ୍ରତିଦ୍ୱନ୍ଦୀତା କରୁଥିବା ପ୍ରାର୍ଥୀଙ୍କ ମଧ୍ୟରୁ ସବୁଠାରୁ ଧନୀ ହେଉଛନ୍ତି ପୁରୀ ଲୋକସଭା ପ୍ରର୍ଥୀ ପିନାକୀ ମିଶ୍ର। ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବବି ମହାନ୍ତି ହେଉଛନ୍ତି ସବୁଠାରୁ ଧନୀ ପ୍ରାର୍ଥୀ।

ଏଡିଆର୍‌ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ ପୁରୀ ଲୋକସଭା ପ୍ରାର୍ଥୀ ପିନାକୀ ମିଶ୍ର ସବୁଠାରୁ ଧନୀ। ତାଙ୍କର ମୋଟ ସଂପତ୍ତି ପରିମାଣ ୧୧୭ କୋଟି। ଦ୍ୱିତୀୟ ସ୍ଥାନରେ ରହିଛନ୍ତି ସମ୍ୱଲପୁର ଲୋକସଭା ପ୍ରାର୍ଥୀ ନୀତେଶ ଗଙ୍ଗଦେବ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୨୬ କୋଟି। ତୃତୀୟ ସ୍ଥାନରେ ରହିଛନ୍ତି ଢେଙ୍କାନାଳ ଲୋକସଭା ପ୍ରାର୍ଥୀ କେପି ସିଂହଦେଓ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୧୫ କୋଟି ରହିଛି।

ସେହିପରି ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ବଡ଼ମ୍ବାର ବବି ମହାନ୍ତି ସବୁଠାରୁ ଧନୀ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୧୦୬ କୋଟି ୩୨ ଲକ୍ଷ ଟଙ୍କା ରହିଥିବା ବେଳେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ମୋଟ୍‌ ସମ୍ପତ୍ତି ପରିମାଣ ୬୦ କୋଟି ରହିଛି। ତୃତୀୟ ବଡ଼ ଧନୀ ପ୍ରାର୍ଥୀ ହେଉଛନ୍ତି ଚମ୍ପୁଆ ସ୍ୱାଧୀନ ପ୍ରାର୍ଥୀ ଶ୍ରୀମନ୍ତ ତ୍ରିପାଠୀ। ତାଙ୍କର ମୋଟ୍‌ ସମ୍ପତ୍ତି ପରିମାଣ ୪୬ କୋଟି ରହିଥିବା ଏଡିଆର୍‌ ରିପୋର୍ଟରୁ ଜଣାପଡ଼ିଛି।
ତୃତୀୟ ପର୍ଯ୍ୟାୟରେ ପ୍ରତିଦ୍ୱନ୍ଦୀତା କରୁଥିବା ୪୨ ବିଧାନସଭାର ୩୫୬ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୩ କୋଟିପତି ଥିବା ରିପୋର୍ଟରେ କୁହାଯାଇଛି। ଏହି ପର୍ଯ୍ୟାୟରେ ମୋଟ ୩୮ ଜଣ ମହିଳା ଅର୍ଥାତ ୧୧ ପ୍ରତିଶତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।



from Odisha Reporter http://bit.ly/2VWCEx5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages