ଖୁବ୍‌ଶୀଘ୍ର କକ୍‌ପିଟ୍‌କୁ ଫେରିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଖୁବ୍‌ଶୀଘ୍ର କକ୍‌ପିଟ୍‌କୁ ଫେରିବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ

ନୂଆଦିଲ୍ଲୀ: ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇବା ପରେ ଇସ୍‌ଲାମାବାଦ ଦ୍ୱାରା ବନ୍ଦୀ ହୋଇ ଭାରତ ଫେରିଥିବା ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ଖୁବ୍‌ଶୀଘ୍ର ବିମାନ ଉଡ଼ାଇବେ। ପାକିସ୍ତାନରୁ ଫେରିବା ପରେ ତାଙ୍କର ଏକାଧିକ ଶାରିରୀକ ପରୀକ୍ଷା କରାଯାଇଥିଲା। ସବୁଥିରେ ସେ ସଫଳ ହୋଇଛନ୍ତି। ତେବେ ବେଙ୍ଗାଲୁରୁରେ ଥିବା ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଏରୋସେପ୍ସ ମେଡିସିନ୍‌ ତା’ର ଚୂଡ଼ାନ୍ତ ରିପୋର୍ଟ ଦେବା ପରେ ହିଁ ଯାଇ ଏହା ସମ୍ଭବ ହେବ। ଆଜି ଭାରତୀୟ ବାୟୁସେନାର ଅଧିକାରୀ ନିଜ ନାଁ ଗୋପନ ରଖି ଏଭଳି ସୂଚନା ଦେଇଛନ୍ତି।

ଭାରତୀୟ ବାୟୁସେନା ପକ୍ଷରୁ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ୍‌ରେ ଥିବା ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରାଯାଇଥିଲା। ଏହାର ଗୋଟିଏ ଦିନ ପରେ ପାକିସ୍ତାନର ଏକାଧିକ ଯୁଦ୍ଧ ବିମାନ ଭାରତୀୟ ସୀମାରେ ପ୍ରବେଶ କରି ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ମିଗ୍‌-୨୧ ବାଇସନ୍‌ ଦ୍ୱାରା ଅଭିନନ୍ଦନ ପାକିସ୍ତାନର ମୁକାବିଲା କରିଥିଲେ। ଅଭିନନ୍ଦନ ପ୍ରଥମେ ମିଗ୍‌-୨୧ ଦ୍ୱାରା ପାକ୍‌ର ଏଫ୍‌-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ। ତେବେ ପାକିସ୍ତାନର ପାଲଟା ଆକ୍ରମଣରେ ଅଭିନନ୍ଦନଙ୍କ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ଶେଷରେ ସେ ପ୍ୟାରାଚ୍ୟୁଟ୍‌ ଦ୍ୱାରା ପିଓକେରେ ଅବତରଣ କରିଥିଲେ।

ଏହାପରେ ପାକିସ୍ତାନ ସେନା ତାଙ୍କୁ ଗିରଫ କରିଥିଲା। ଭାରତର ଚାପ ଆଗରେ ପାକିସ୍ତାନ ମାତ୍ର ୬୦ ଘଣ୍ଟା ମଧ୍ୟରେ ଅଭିନନ୍ଦନଙ୍କୁ ଛାଡ଼ି ଦେଇଥିଲା। ପାକିସ୍ତାନରୁ ଫେରିବା ପରେ ଦିଲ୍ଲୀରେ ଥିବା ବାୟୁସେନାର ସ୍ୱତନ୍ତ୍ର ହସ୍ପିଟାଲ୍‌ରେ ତାଙ୍କର ଚିକିତ୍ସା କରାଯାଇଥିଲା। ତାଙ୍କୁ ଛୁଟିରେ ଯିବାକୁ କୁହାଯାଇଥିଲେ ହେଁ ସେ ହସ୍ପିଟାଲ୍‌ରେ ରହି ନିଜକୁ ‍ଫିଟ୍‌ କରିବାକୁ ଲାଗି ପଡ଼ିଥିଲେ। ଏବେ ସେ ବିମାନ ଚଳାଇବା ପାଇଁ ପ୍ରସ୍ତୁତ ଥିବା ଜଣାପଡ଼ିଛି।



from Odisha Reporter http://bit.ly/2IGNeEu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages