
ଭୋପାଲ୍: ମାଲେଗାଓଁ ବିସ୍ଫୋରଣ ମାମଲାରେ ଅନ୍ୟତମ ଅଭିଯୁକ୍ତ ତଥା ବିଜେପିର ଭୋପାଲ ଲୋକସଭା ପ୍ରାର୍ଥୀ ସାଧ୍ୱୀ ପ୍ରଜ୍ଞା ସିଂହ ଠାକୁର ଆଜି ନାମାଙ୍କନ ଦାଖଲ କରିଛନ୍ତି। ସାଧ୍ୱୀଙ୍କ ପ୍ରାର୍ଥିପତ୍ର ଦାଖଲ ସମୟରେ ପୂର୍ବତନ ମନ୍ତ୍ରୀ ଉମା ଶଙ୍କର ପ୍ରସ୍ତାବକ ସାଜିଥିଲେ। ସେ କହିଛନ୍ତି, ସାଧ୍ୱୀ ସମୁଦାୟ ୪ଟି ସେଟ୍ର ତଥ୍ୟ ଦେବେ। ଆଜି ୨ଟି ସେଟ୍ ଦାଖଲ ହୋଇଥିବା ବେଳେ ଆସନ୍ତାକାଲି ଆଉ ୨ଟି ସେଟ୍ ତଥ୍ୟ ସମ୍ବଳିତ ଦସ୍ତାବିଜ ଦାଖଲ କରାଯିବ।”
ଜିଲ୍ଲାପାଳଙ୍କ ଅଫିସର ତଳ ମହଲାରେ ସାଧ୍ୱୀ ତାଙ୍କ ନାମାଙ୍କନ ଦାଖଲ କରିଥିଲେ। କାରଣ ସେ ଉପର ମହଲାକୁ ଚଢ଼ିବାରେ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଜିଲ୍ଲାପାଳଙ୍କ ପକ୍ଷରୁ ଏଭଳି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଆସନ୍ତାକାଲି ସାଧ୍ୱୀ ନାମାଙ୍କନ ଦାଖଲ କରିବେ ବୋଲି ଜଣାପଡ଼ିଥିଲା। କିନ୍ତୁ ସାଧ୍ୱୀଙ୍କ ବେଳା ବର୍ତ୍ତମାନ ନାମାଙ୍କନ ପାଇଁ ଅଧିକ ସୁହାଇବାରୁ ସେ ଆଜି ହିଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ସାଧ୍ୱୀ ଏକ ବିଶାଳ ରୋଡ୍ ଶୋ’ କରିଥିଲେ।
ଉଲ୍ଲେଖଯୋଗ୍ୟ. ଭୋପାଲ ଆସନରୁ କଂଗ୍ରେସ ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ବରିଷ୍ଠ ନେତା ଦିଗବିଜୟ ସିଂହଙ୍କୁ ପ୍ରାର୍ଥୀ କରିଛି।
from Odisha Reporter http://bit.ly/2IyODxU
No comments:
Post a Comment