ତୃତୀୟ ପର୍ଯ୍ୟାୟରେ ୬୬% ଭୋଟିଂ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ତୃତୀୟ ପର୍ଯ୍ୟାୟରେ ୬୬% ଭୋଟିଂ

ନୂଆଦିଲ୍ଲୀ: ସବୁଠାରୁ ବଡ଼ ପର୍ଯ୍ୟାୟ କୁହାଯାଉଥିବା ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନରେ ସମଗ୍ର ଦେଶରେ ଉତ୍ସାହ ଦେଖିବାକୁ ମିଳିଛି। କିଛି ସ୍ଥାନରେ ଇଭିଏମ୍‌ ତୃଟି ଏବଂ ପଶ୍ଚିମବଙ୍ଗରେ ବୁଥ୍‌ ସାମ୍ନାରେ ଏକ ହତ୍ୟାକାଣ୍ଡ ଭଳି ଘଟଣା ସତ୍ତ୍ୱେ ୧୧୭ଟି ଲୋକସଭା ଆସନରେ ୬୬% ଭୋଟ୍‌ ଗ୍ରହଣ ହୋଇଥିବା ଶେଷ ଖବର ସୁଦ୍ଧା ସୂଚନା ମିଳିଛି। ୧୩ଟି ରାଜ୍ୟ ଏବଂ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ସମ୍ପୂର୍ଣ୍ଣ ଗୁଜରାଟ ଓ କେରଳ ତଥା କର୍ଣ୍ଣାଟକାର ପ୍ରାୟ ଅର୍ଦ୍ଧେକ ଅଞ୍ଚଳରେ ଆଜି ଭୋଟ୍‌ଗ୍ରହଣ ହୋଇଛି।

ବିଭିନ୍ନ ଉଲ୍ଲେଖନୀୟ ଘଟଣା ମଧ୍ୟରେ ଆଜି ପ୍ରଧାନମନ୍ତ୍ରୀଙ୍କ ଭୋଟ୍‌ଦାନ ପରେ ମିନି ରାଲି ବେଶ୍‌ ଚର୍ଚ୍ଚାରେ ଥିଲା। ଏଥିରେ ସେ କହିଥିଲେ, “ ଆଇଇଡି(ବିସ୍ଫୋରଣ ପାଇଁ ବ୍ୟବହୃତ) ଠାରୁ ଭୋଟର ଆଇଡି ଅଧିକ ଶକ୍ତିଶାଳୀ।” ଏହି ମିନି ରାଲି ଓ ମୋଦିଙ୍କ ବକ୍ତବ୍ୟ ନିର୍ବାଚନ ଆଚରଣ ବିଧିର ଉଲ୍ଲଙ୍ଘନ ବୋଲି ଦର୍ଶାଇ କଂଗ୍ରେସ ନିର୍ବାଚନ କମିଶନଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛି।

ଆଜି ଜମ୍ମୁକଶ୍ମୀରର ସମ୍ବେଦନଶୀଳ ଆସନ ଅନନ୍ତନାଗରେ ମଧ୍ୟ ଭୋଟ୍‌ ଗ୍ରହଣ ହୋଇଥିଲା। ଏଠାରେ ଭୋଟ୍‌ହାର ୧୩.୬୧% ରହିଛି। ଏହି ଆସନ ପାଇଁ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେଉଛି। ମଙ୍ଗଳବାରର ଏହି ଭୋଟ୍‌ ଗ୍ରହଣ ସହିତ ମୋଟ ୩୦୨ ଲୋକସଭା ଆସନ ପାଇଁ ଭୋଟ୍‌ଗ୍ରହଣ ସରିଛି।

ଅପରାହ୍ଶ ୫ଟା ଯାଏ ମିଳିଥିବା ସୂଚନା ଅନୁଯାୟୀ ଗୁଜରାଟର ୨୩୬ଟି ଆସନରେ ମୋଟ ୫୮.୯୬% ମତଦାନ ହୋଇଥିଲା। ପ୍ରମୁଖ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହ, କେନ୍ଦ୍ରମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏବଂ କଂଗ୍ରେସ ନେତା ଅହମ୍ମଦ ପଟେଲ ନିଜ ନିଜ ବୁଥରେ ଭୋଟ୍‌ ଦେଇଥିଲେ।

ସେହିଭଳି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଏବଂ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଲଢ଼ୁଥିବା କେରଳରେ ଅପରାହ୍ଣ ୫ଟା ସୁଦ୍ଧା ୭୦.୨୮% ଭୋଟ୍‌ ଗ୍ରହଣ ହୋଇଥିଲା। କେନ୍ଦ୍ରମନ୍ତ୍ରୀ କେ ଆଲଫୋନ୍ସ ମଧ୍ୟ ଏହି ରାଜ୍ୟରୁ ଲୋକସଭା ନିର୍ବାଚନ ଲଢ଼ୁଛନ୍ତି। କର୍ଣ୍ଣାଟକାରେ ୬୦.୪୨% ଭୋଟ୍‌ ଗ୍ରହଣ ହୋଇଛି। ଏଠାରେ ଲଢ଼େଇ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ଏବଂ ବିଜେପି ମଧ୍ୟରେ ହେଉଛି।

ଉତ୍ତରପ୍ରଦେଶରେ କିଛି ସ୍ଥାନରେ ଇଭିଏମ୍‌ ରିଗିଂ ଭଳି ଅଭିଯୋଗ ହୋଇଥିଲେ ହେଁ ଏଠାରେ ୫୬.୭୧% ଭୋଟ୍‌ଗ୍ରହଣ ହୋଇଛି। ଏଠାରେ କେତେକ ବୁଥରେ ଇଭିଏମ୍‌ ଟ୍ୟାମ୍ପରିଂ ମଧ୍ୟ କରାଯାଇଥିବା ନେଇ ଅଭିଯୋଗ ହୋଇଛି। ମହାରାଷ୍ଟ୍ରରେ ୫ଟା ସୁଦ୍ଧା ୫୭.୦୧% ଭୋଟ୍‌ଗ୍ରହଣ ହୋଇଥିଲା। ସେହିଭଳି ଗୋଆରେ ୭୦.୯୦% ଏବଂ ଛତିଶଗଡ଼ରେ ୬୪.୬୮% ମତଦାନ ହୋଇଥିଲା।

ପଶ୍ଚିମବଙ୍ଗରୁ ମିଳିଥିବା ସୂଚନା ଅନୁଯାୟୀ, ଭୋଟିଂ ଚାଲିଥିବା ବେଳେ କିଛି ଲୋକ ଜଣେ ୫୨ ବର୍ଷର ବ୍ୟକ୍ତିଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୁର୍ଶିଦାବାଦ ଲୋକସଭା ଆସନ ଅଧୀନରେ ଆସୁଥିବା ଏକ ସ୍ଥାନରେ ଏହି ଆକ୍ରମଣ ହୋଇଥିଲା। ତୃଣମୂଳ କଂଗ୍ରେସ ଏବଂ କଂଗ୍ରେସ ମଧ୍ୟରେ ଧସ୍ତାଧସ୍ତି ବେଳେ ଏହି ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ତିଆରୁଲ ଶେଖ୍‌ଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି।

ପଶ୍ଚିମବଙ୍ଗରେ ୭୮.୯୭% ମତଦାନ ହୋଇଛି। ଚଳିତ ଥର କେନ୍ଦ୍ରୀୟ ସୁରକ୍ଷା ବଳର କଡ଼ା ସୁରକ୍ଷାରେ ପଶ୍ଚିମବଙ୍ଗରେ ନିର୍ବାଚନ ହେଉଥିବାବେଳେ କିଛି ସ୍ଥାନରେ ଏଭଳି ଝାମେଲା ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ପୂର୍ବଥର ପରି ବୁଥ୍‌ କବ୍‌ଜା କରିବାର ସୁଯୋଗ କମ୍‌ ରହୁଥିବାରୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ତାଙ୍କ ଦଳ ତୃଣମୂଳ କଂଗ୍ରେସ ସିଆରପିଏଫ୍‌ ଯବାନଙ୍କ ନାମରେ ପାଲଟା ଅଭିଯୋଗ ଆଣିବାକୁ ପଛାଇ ନାହାନ୍ତି।

ଓଡ଼ିଶାରେ ୬୧%, ଆସାମରେ ୭୧.୪୭%, ବିହାରରେ ୫୪.୯୧% ଏବଂ ତ୍ରିପୁରାରେ ୭୭.୨୮% ଭୋଟିଂ ହୋଇଛି। ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ଡାମନ୍‌ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଳୀରେ ମଧ୍ୟ ଆଜି ଭୋଟ୍‌ ଗ୍ରହଣ ହୋଇଥିଲା।



from Odisha Reporter http://bit.ly/2IPpqyt

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages