ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିଅନଶିପ୍: ବୃହତ ବିଜୟ ସହ କ୍ୱାର୍ଟରରେ ଓଡ଼ିଶା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିଅନଶିପ୍: ବୃହତ ବିଜୟ ସହ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର: ଚଳିତ ହିରୋ ଜାତୀୟ ଜୁନିୟର ବାଳିକା ଫୁଟବଲ ଚାମ୍ପିଅନଶିପରେ ଓଡ଼ିଶା ଫୁଟବଲ ଟିମ୍ ବିଜୟଧାରା ଅବ୍ୟାହତ ରଖି କ୍ୱାର୍ଟରରେ ପ୍ରବେଶ କରିଛି। ମଙ୍ଗଳବାର ଓଡ଼ିଶା ତା’ର ଦ୍ୱିତୀୟ ମୁକାବିଲାରେ ପଣ୍ଡିଚେରୀକୁ ୧୩-୦ର ବୃହତ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି। ଏହା ପୂର୍ବରୁ ଓଡ଼ିଶା ପ୍ରଥମ ମ୍ୟାଚରେ ଛତିଶଗଡ଼କୁ ୩-୧ ଗୋଲରେ ପରାସ୍ତ କରିଥିଲା।

ଆଜି ମ୍ୟାଚରେ ଓଡ଼ିଶା ଆରମ୍ଭରୁ ହିଁ ଆକ୍ରମଣ ଆରମ୍ଭ କରିଥିଲା। ଓଡ଼ିଶା ପକ୍ଷରୁ ଜ୍ୟୋତି କୁମାରୀ ସର୍ବାଧିକ ସାତୋଟି ଗୋଲ୍ (୨୪ତମ, ୩୦ତମ, ୪୫ତମ, ୪୫+୨ତମ, ୪୫+୩ତମ, ୬୫ତମ, ୬୯ତମ) ସ୍କୋର କରିଥିବା ବେଳେ ମନିଷା ନାଏକ ହ୍ୟାଟ୍ରିକ୍ (୨୦ତମ, ୫୨ତମ, ୭୩ତମ), ଶୁଭସ୍ମିତା ଶୁଭଦର୍ଶିନୀ ଦାସ (୧୧ତମ), ମାଳତୀ ମୁଣ୍ଡା (୪୮ତମ) ଓ ସାଲଗେ ମାଝୀ (୫୮ତମ) ଗୋଟିଏ ଲେଖାଏ ଗୋଲ୍ ସ୍କୋର କରିଥିଲେ।



from Odisha Reporter http://bit.ly/2vkbNza

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages