
ସିଆନ୍ (ଚାଇନା): ବିଶ୍ୱର ଏକ ନମ୍ବର ରେସଲର୍ ବଜରଙ୍ଗ ପୁନିଆ ଚଳିତ ଏସିଆନ୍ ରେସଲିଙ୍ଗ ଚାମ୍ପିଅନଶିପରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ୬୫ କେଜି ଫ୍ରିଷ୍ଟାଇଲ୍ ବର୍ଗର ଫାଇନାଲରେ ବଜରଙ୍ଗ କଜାଖସ୍ତାନର ସାୟାତବେକ୍ ଓକାସୋଭଙ୍କୁ ୧୨-୭ ପଏଣ୍ଟରେ ପରାସ୍ତ କରିଛନ୍ତି।
ଫାଇନାଲ୍ ମୁକାବିଲା ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା। ଫାଇନାଲ୍ ବେଲ୍ ବାଜିବାର ୬୦ ସେକେଣ୍ଡ ପୂର୍ବରୁ ବଜରଙ୍ଗ ୨-୭ରେ ପଛୁଆ ଥିଲେ। କିନ୍ତୁ ଏହା ପରେ ବଜରଙ୍ଗ ଅବିଶ୍ୱସନୀୟ ପ୍ରତ୍ୟାବର୍ତ୍ତନ କରି ଲଗାତାର ୧୦ ପଏଣ୍ଟ ହାସଲ କରି ମୁକାବିଲାକୁ ଜିତି ନେଇଥିଲେ।
ଶେଷ ମୁହୂର୍ତ୍ତରେ କଜାଖସ୍ତାନ ପ୍ରତିଦ୍ୱନ୍ଦ୍ୱୀ ସାମାନ୍ୟ ଥକି ପଡ଼ିଥିଲେ, ଯାହାର ଫାଇଦା ଉଠାଇ ବଜରଙ୍ଗ ସ୍ୱର୍ଣ୍ଣ ପଦକ ଉପରେ କବଜା କରିଥିଲେ। ଏସିଆନ୍ ଚାମ୍ପିଅନଶିପରେ ବଜରଙ୍ଗଙ୍କ ଏହା ଦ୍ୱିତୀୟ ସ୍ୱର୍ଣ୍ଣ ପଦକ। ଏହା ପୂର୍ବରୁ ସେ ୨୦୧୭ରେ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ।
ଏହା ପୂର୍ବରୁ ବଜରଙ୍ଗ ସେମିଫାଇନାଲରେ ଉଜବେକିସ୍ତାନର ସିରୋଜିଦ୍ଦିନ ଖାସାନୋଭଙ୍କୁ ୧୨-୧ରେ ପରାସ୍ତ କରିଥିଲେ। ପ୍ରଥମ ଦୁଇଟି ମ୍ୟାଚରେ ସେ ଯଥାକ୍ରମେ ଇରାନର ପେମ୍ୟାନ୍ ବିଆବନିଙ୍କୁ ୬-୦ ଏବଂ ଶ୍ରୀଲଙ୍କାର ଚାର୍ଲ୍ସ ଫର୍ନଙ୍କୁ ପରାସ୍ତ କରିଥିଲେ।
from Odisha Reporter http://bit.ly/2UOKWup
No comments:
Post a Comment