ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ବିରୋଧରେ ଫେରାଦ ହେଲା ବିଜେଡି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଧର୍ମେନ୍ଦ୍ର ଓ ଅପରାଜିତାଙ୍କ ବିରୋଧରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ସାଧାରଣ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବାଦିନଠୁ ଶାସକ ବିଜେଡି ନିୟମିତ ଭାବେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିବା ପାଇଁ ଜୋରଦାର ପ୍ରୟାସ କରିଛି। ବିଭିନ୍ନ ଅପ୍ରାସଙ୍ଗିକ ଘଟଣାକୁ ଆଧାର କରି ବିଜେଡି ନିୟମିତ ଭାବେ ବିଜେପି ଓ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ସଂସ୍ଥା ବିରୁଦ୍ଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେବାରେ ଲାଗିଛି। ଆଜି ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭୁବନେଶ୍ୱରରୁ ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କ ବିରୋଧରେ ବିଜେଡି ଫେରାଦ ହୋଇଛି।

ବିଜେଡି ଅଭିଯୋଗ କରିଛି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ସକାଳେ ତାଳଚେରରେ ନିଜର ମତାଧିକାର ସାବ୍ୟସ୍ତ କରିବା ପରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ଲୋକଙ୍କୁ ପ୍ରବର୍ତ୍ତାଇଥିଲେ। ତେଣୁ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ବିଜେଡି ଦାବି କରିଛି। ପ୍ରଚାର ବନ୍ଦ ଅବଧି ମଧ୍ୟରେ ଧର୍ମେନ୍ଦ୍ର ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ମାଗିଥିବାରୁ ତାଙ୍କର ପ୍ରଚାର ଅଭିଯାନ ଉପରେ ଏକ ସପ୍ତାହର କଟକଣା ପାଇଁ ବିଜେଡି ଆଜି ଦାବି କରିଛି।

ସେହିପରି ଭୁବନେଶ୍ୱରରୁ ବିଜେପିର ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଦିନ ୨ଟାରୁ ୩ଟା ମଧ୍ୟରେ ଭୁବନେଶ୍ୱର ନୟାପଲ୍ଲୀସ୍ଥିତ ଏକ ବୁଥରେ ନିଜର ୨୦-୨୫ଜଣ ସମର୍ଥକଙ୍କ ସହ ପ୍ରବେଶ କରିଥିଲେ ମଧ୍ୟ ନିର୍ବାଚନ ପରିଚାଳନା ଦାୟିତ୍ୱରେ ଥିବା କର୍ମଚାରୀମାନେ ତାଙ୍କୁ ପ୍ରତିରୋଧ କରିନଥିଲେ। ଏହା ନିର୍ବାଚନ କମିଶନଙ୍କ ଗାଇଡଲାଇନର ଖୋଲା ଉଲ୍ଲଙ୍ଘନ ବୋଲି ବିଜେଡି ଆଜି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି।

ଏହାବ୍ୟତୀତ କଟକ ବାରବାଟୀରୁ ବିଜେଡି ବିଧାୟକ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କୁ ନିର୍ବାଚନ କମିଶନ ନୋଟିସ୍ ଜାରି କରିବା ଉପରେ ବିଜେଡି ତୀବ୍ର ପ୍ରତିକ୍ରିୟା ବ୍ୟକ୍ତ କରିଛି। ପ୍ରଚାର ବନ୍ଦ ଅବଧି ମଧ୍ୟରେ ଶ୍ରୀ ସାମନ୍ତରାୟ ସୋଶାଲ ମିଡିଆରେ ଏକ ପୋଷ୍ଟିଂ କରିଥିଲେ। ଯେଉଁଥିପାଇଁ ତାଙ୍କୁ ଜିଲ୍ଲା ନିର୍ବାଚନ ଅଧିକାରୀ ନୋଟିସ୍ ପଠାଇଛନ୍ତି। ବିଜେଡି ଅଭିଯୋଗ କରିଛି ଯେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିର୍ବାଚନ ଆଚରଣ ବିଧିର ଖୋଲା ଉଲ୍ଲଘଂନ କରୁଥିବାର ତଥ୍ୟ ପ୍ରମାଣ ଦିଆଯାଉଥିଲେ ମଧ୍ୟ ନିର୍ବାଚନ କମିଶନ ଏକତରଫା ଭାବେ କେବଳ ବିଜେଡି ନେତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ କରୁଛନ୍ତି।

ଏହି ପ୍ରତିନିଧି ଦଳରେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ସୁଲତା ଦେଓ ଓ ଲେନିନ ମହାନ୍ତି ସାମିଲ ଥିଲେ।



from Odisha Reporter http://bit.ly/2DuUznd

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages