
ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଲାଙ୍ଗିର ଲୋକସଭା ଆସନ ଲାଗି ଏଥର କଡା ଟକ୍କର ହେବ। କିନ୍ତୁ ଭୋଟ ତାଙ୍କରି ହାତକୁ ଯିବ ଯିଏ ପ୍ରତିଶ୍ରୁତି ରଖିବାକୁ ସକ୍ଷମ ବୋଲି ଭାବିବେ ଭୋଟର। ବର୍ତ୍ତମାନର ସାଂସଦ କଳିକେଶଙ୍କ ପ୍ରତି ଲୋକଙ୍କ ଆକ୍ରୋଶ ରହିଛି। କାରଣ ସେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିପାରି ନାହାନ୍ତି। ବଲାଙ୍ଗିର ମେଡିକାଲ କଲେଜ ନିର୍ମାଣ ହୋଇଥିଲେ ମଧ୍ୟ ଖୋର୍ଦ୍ଧା ବଲାଙ୍ଗୀର ରେଳପଥ କାର୍ଯ୍ୟ ସରିପାରିଲା ନାହିଁ। ଫଳରେ ପୂର୍ବ ଓ ପଶ୍ଚିମ ଓଡିଶା ମଧ୍ୟରେ ଏବେ ମଧ୍ୟ ସେଇ ଦୂରତ୍ୱ ରହିଛି ଯାହା ୨୦୧୪ ସମୟରେ ଥିଲା। କଳିକେଶଙ୍କ ପାଇଁ ସବୁଠାରୁ ବଡ଼ କଣ୍ଟା ହେବ ଏହି ଅଧୂର ରେଳପଥ ନିର୍ମାଣ କାର୍ଯ୍ୟ।
ଖାଲି ସେତିକି ନୁହେଁ ଲୋୟର ସୁକତେଲ ପ୍ରକଳ୍ପ ମଧ୍ୟ ଅଧାପନ୍ତରିଆ ହୋଇ ପଡି ରହିଥିବାରୁ ଜନ ଅସନ୍ତୋଷ ଦେଖାଦେଉଛି। କିନ୍ତୁ କଳିକେଶ ସମସ୍ତ କାର୍ଯ୍ୟ ତ୍ୱରାନ୍ୱୀତ ହେଉଛି କହି ଭୋଟ ଭିକ୍ଷା କରୁଛନ୍ତି। ଆଉ କାମ ଡେରି ହେବାରୁ ଦୋଷ ଲଦୁଛନ୍ତି କେନ୍ଦ୍ର ଉପରେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନଲୋଭା ଯୋଜନାକୁ ଆଧାର କରି ସେ ଭୋଟ ମାଗୁଥିଲେ ବି ଏଥର ଭୋଟ ଭିକ୍ଷାଥାଳି ପୂର୍ଣ୍ଣ କରିବା କାଠିକର ପାଠ ହେବ ବୋଲି କୁହାଯାଉଛି।
ଏପଟେ ପାରମ୍ପରିକ ବିରୋଧି ଭାବେ ବିଜେପି ଟିକେଟରେ ତାଙ୍କୁ ଟକ୍କର ଦେଉଛନ୍ତି ସଙ୍ଗୀତା ସିଂହଦେଓ। ସମ୍ପର୍କରେ ସେ ହେଉଛନ୍ତି କଳିକେଶଙ୍କ ଭାଉଜ। ଏଣୁ ୨୦୧୪ ପରି ଏଥର ମଧ୍ୟ ଭାଉଜ ଦିଅର ଲଢାଇ ହେବ। ସ୍ଥିତି ଭିନ୍ନ ଥିବାରୁ ଏଠି ଏବେ ମୋଦି ହାୱା ବହୁଛି। ଏଣୁ ସଙ୍ଗୀତା ମଧ୍ୟ ଗାଦି ଛଡେଇ ନ ନେବେ କିଏ କହିବ। ସେ ମୋଦିଙ୍କ ସ୍ୱଚ୍ଛ ଭାବମୂର୍ତ୍ତି ଆଧାରରେ ଭୋଟ ଭିକ୍ଷା କରୁଛନ୍ତି। ଏପରିକି ଅଧପନ୍ତରିଆ ଖୋର୍ଦ୍ଧା ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ବିଜେପି ସରକାର ଆସିବା ମାତ୍ରେ ପୂରଣ ହେବ ବୋଲି କହୁଛନ୍ତି । ନବୀନ ସରକାରଙ୍କ ଅଧା ପନ୍ତରିଆ କାର୍ଯ୍ୟକୁ ଅଙ୍ଗୁଳୀ ନିର୍ଦ୍ଦେଶ କରୁଛନ୍ତି। ମେଡିକାଲ, ବସ୍ ଟର୍ମିନାଲ ନିର୍ମାଣ ଲାଗୀ ନିର୍ଭର ପ୍ରତିଶ୍ରୁତି ଦେଉଛନ୍ତି ସେ। ହେଲେ ଅଭିଜ୍ଞତା ସମ୍ପନ୍ନ ଦିଅରଙ୍କୁ ଯୁଦ୍ଧରେ ପରାସ୍ତ କରିବା ତାଙ୍କ ପକ୍ଷରେ କେତେ ସମ୍ଭବ ତାହା ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ହିଁ କହିବ ବୋଲି କହୁଛନ୍ତି ଭୋଟର।
from Odisha Reporter http://bit.ly/2Kt0Gyo
No comments:
Post a Comment