କାହିଁକି କ୍ୟାପଟେନ୍ କୁଲ୍ ହେଲେ ଆଙ୍ଗ୍ରୀ କ୍ୟାପଟେନ୍, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

କାହିଁକି କ୍ୟାପଟେନ୍ କୁଲ୍ ହେଲେ ଆଙ୍ଗ୍ରୀ କ୍ୟାପଟେନ୍, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସାଧାରଣତଃ ମହେନ୍ଦ୍ର ସିଂହ ଧୋନି ନିଜର ଶାନ୍ତସ୍ୱଭାବ ଆଚରଣ ପାଇଁ ପରିଚିତ। କିନ୍ତୁ ଗୁରୁବାର ସୱାଇ ମାନସିଂହ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ଧୋନି ଏହାର ସମ୍ପୂର୍ଣ୍ଣ ବିପରୀତ ହୋଇପଡ଼ିଥିଲେ।

ଏହି ମ୍ୟାଚର ଶେଷ ଓଭରରେ ରାଜସ୍ଥାନର ବେନ୍ ଷ୍ଟୋକ୍ସଙ୍କ ନୋ’ ବଲକୁ ନେଇ ହୋଇଥିବା ବିବାଦ କାରଣରୁ ଚେନ୍ନାଇର କ୍ୟାପଟେନ୍ କୁଲ୍ ଧୋନି ନିଜ ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏପରିକି ଧୋନି ରାଗିକି ମଇଦାନ ଭିତରକୁ ଚାଲିଯାଇଥିଲେ ଏବଂ ସେ ଦୁଇ ଅମ୍ପାୟାର ସହ ଯୁକ୍ତିତର୍କ କରିଥିଲେ।

ଧୋନିଙ୍କୁ ଏପରି ମ୍ୟାଚ୍ ଅଧାରେ ଗ୍ରାଉଣ୍ଡକୁ ଭିତରକୁ ଯିବା ନେଇ ପ୍ରଶଂସକ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଧୋନି କେବେବି ଏଭଳି ପ୍ରତିକ୍ରିୟା ଦେଇନଥିଲେ। ୱେଷ୍ଟ (ଅଣ୍ଟା) ଉପରେ ଥିବା ବଲକୁ ଅମ୍ପାୟାର ନୋ’ ବଲ ଦେଇନଥିଲେ, ଯାହାକୁ ନେଇ ଧୋନି ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଅମ୍ପାୟାରଙ୍କ ସହ ଯୁକ୍ତିତର୍କ ପରେ ଧୋନି ଡଗଆଉଟ୍ ଏରିଆକୁ ଫେରିଆସିଥିଲେ ଏବଂ ମ୍ୟାଚ୍ ପୁନର୍ବାର ଆରମ୍ଭ ହୋଇଥିଲା।

ଏହି ଘଟଣା ଘଟିଥିଲା ମ୍ୟାଚର ଶେଷ ଓଭରରେ, ଯେଉଁଥିରେ ଚେନ୍ନାଇକୁ ବିଜୟ ପାଇଁ ୧୮ ରନ ଆବଶ୍ୟକ ହେଉଥିଲା। ରାଜସ୍ଥାନ ପକ୍ଷରୁ ଷ୍ଟୋକ୍ସ ବୋଲିଂ କରୁଥିଲେ। ଷ୍ଟୋକ୍ସଙ୍କ ପ୍ରଥମ ବଲରେ ରବୀନ୍ଦ୍ର ଜାଡେଜା ଆକର୍ଷଣୀୟ ଛକା ମାରିଥିଲେ। ଦ୍ୱିତୀୟ ବଲ ନୋ’ ବଲ ରହିଥିଲା, ଯେଉଁଥିରେ ଜାଡେଜା ଏକ ରନ୍ ନେଇଥିଲେ। ଷ୍ଟ୍ରାଇକରେ ଥିଲେ ଧୋନି, ଯିଏ ଫ୍ରି-ହିଟ୍ ବଲରେ ଦୁଇ ରନ୍ ନେଇ ଚେନ୍ନାଇର ବିଜୟକୁ ମଜଭୁତ କରିଥିଲେ।

ଓଭରର ତୃତୀୟ ବଲରେ ଷ୍ଟୋକ୍ସ ନିଜର ଚମତ୍କାର ୟର୍କର୍ ଦ୍ୱାରା ଧୋନିଙ୍କୁ ବୋଲ୍ଡ କରିଥିଲେ। ଏବେ ଚେନ୍ନାଇକୁ ୩ ବଲରେ ୮ ରନ୍ ଆବଶ୍ୟକ ଥିଲା। ଓଭରର ଚତୁର୍ଥ ବଲରେ ଷ୍ଟୋକ୍ସ ଏକ ହାଇ ଫୁଲଟସ୍ ପକାଇଥିଲେ, ଯେଉଁଥିରେ ମିଚେଲ୍ ସାଣ୍ଟନର ଦୁଇ ରନ୍ ଦେଇଥିଲେ। ତେବେ ଏହି ବଲରେ ଅମ୍ପାୟାର ଉଲ୍ଲାସ ଗନ୍ଧେ ହାତ ଉଠାଇ ଏହାକୁ ନୋ’ ବଲ୍ ଘୋଷଣା କରିଥିଲେ, କିନ୍ତୁ ଲେଗ୍ ଅମ୍ପାୟାର ବ୍ରୁସ ଅକ୍ସେନଫୋର୍ଡ ନୋ’ ବଲକୁ ଖାରଜ କରିଥିଲେ।

ଏହି ମାମଲାରେ ଜାଡେଜା ଅମ୍ପାୟାରଙ୍କ ସହ ଯୁକ୍ତି ଆରମ୍ଭ କରିଥିଲେ। ପରେ ଧୋନି ମଇଦାନରେ ପହଞ୍ଚି ଏଥିରେ ସାମିଲ ହୋଇଥିଲେ। ଧୋନିଙ୍କ କହିବା ଅନୁଯାୟୀ, ଅମ୍ପାୟାର ଉଲ୍ଲାସ ହାତ ଉଠାଇ ନୋ’ ବଲ ଇସାରା କରିଥିଲେ। ଧୋନି କିଛି ସମୟ କ୍ରିଜ ଭିତରେ ରହି ଦୁଇ ଅମ୍ପାୟାରଙ୍କ ସହ ଏ ସମ୍ବନ୍ଧରେ ଆଲୋଚନା କରିଥିଲେ, କିନ୍ତୁ ତାଙ୍କୁ କୌଣସି ସୁଫଳ ମିଳିନଥିଲା।

ଫଳରେ ଶେଷ ଦୁଇ ବଲରେ ଚେନ୍ନାଇକୁ ବିଜୟ ପାଇଁ ୬ ରନ୍ ଆବଶ୍ୟକ ହୋଇଥିଲା। ସାଣ୍ଟନର ପଞ୍ଚମ ବଲରେ ଦୁଇ ରନ୍ ନେଇଥିଲେ। ଚାପରେ ଥିବା ଷ୍ଟୋକ୍ସ ଶେଷ ବଲରେ ୱାଇଡ୍ ପକାଇଥିଲେ, ଯଦ୍ଦ୍ୱାରା ଚେନ୍ନାଇକୁ ଅତିରିକ୍ତ ଏକ ରନ୍ ମିଳିଥିଲା। ଏବେ ଗୋଟିଏ ବଲରେ ଚେନ୍ନାଇକୁ ୩ ରନ୍ ଆବଶ୍ୟକ ହେଉଥିଲା ଏବଂ ସାଣ୍ଟନର ଏହାକୁ ଛକା’ରେ ପରିଣତ କରି ନିଜ ଦଳକୁ ରୋମାଞ୍ଚକର ବିଜୟ ଦେଇଥିଲେ।

ଦେଖନ୍ତୁ ଭିଡିଓ



from Odisha Reporter http://bit.ly/2KFyXui

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages