
ମାଲକାନଗିରି (ଜିତେନ୍ଦ୍ର ବେଉରା): ଗଣତନ୍ତ୍ରର ଦୃଢ଼ତା ଆଗରେ ହାର୍ ମାନିଲା ଲାଲ୍ବାହିନୀର ନାଲିଆଖି। ନକ୍ସଲଙ୍କ ଭୋଟ୍ ବର୍ଜନ ଧମକ ସତ୍ୱେ, ଲାଲ୍ଗଡ଼ରେ ଶାନ୍ତିଶୃଙ୍ଖଳାର ସହ ମତଦାନ ଶେଷ ହୋଇଛି।
ଜୀବନ ପ୍ରତି ଭୟ ଥିଲେ ବି ପୋଲିଂ କାର୍ଯ୍ୟରେ ନିୟୋଜିତ କର୍ମଚାରୀ ଜୀବନକୁ ବାଜି ଲଗାଇ ନିଜ କର୍ତ୍ତବ୍ୟ ସଂପାଦନ କରିଛନ୍ତି।
ମାଲକାନଗିରି ଜିଲ୍ଲାର ମୁଦୁଲିପଡ଼ାରେ ନିୟୋଜିତ ୩୬ ଜଣ କର୍ମଚାରୀଙ୍କ ଦୃଢ଼ତା ଓ ସାହସିକତା ଯୋଗୁ ଏହା ସମ୍ଭବ ହୋଇପାରିଛି। ମତଦାନ ଶେଷ ହେବା ପରେ ଭୋଟ୍ ବାକ୍ସକୁ ଜିଲ୍ଲାପାଳଙ୍କ ଅଫିସରେ ସୁରକ୍ଷିତ ପହଞ୍ଚାଇବା ଥିଲା ସବୁଠୁ ବଡ଼ ଚ୍ୟାଲେଜ୍ ଥିଲା।
ତେବେ ଗାଡ଼ିରେ ଆସିଲେ ନକ୍ସଲ ଆକ୍ରମଣର ଭୟ ଥିବାରୁ ସୁରକ୍ଷାକର୍ମୀମାନେ ବିକଳ୍ପ ବାଟ ଖୋଜିଥିଲେ। ଲ୍ୟାଣ୍ଡମାଇନ୍ର ଭୟ ଥିବାରୁ, ଚାଲିଚାଲି ଫେରିବା ଲାଗି ସମସ୍ତେ ନିଷ୍ପତ୍ତି ନେଇଥିଲେ। ଫଳରେ ଭୋଟିଂ ମେସିନ୍ ଧରି କର୍ମଚାରୀମାନେ ସାରା ରାତି ପାହାଡ଼ିଆ ଜଙ୍ଗଲୀ ରାସ୍ତାରେ ୧୫ କିଲୋମିଟର ଚାଲିବା ପରେ ସକାଳୁ ଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚଥିଲେ। ଏପରିକି ରାତିରେ ବର୍ଷା ହେବା କାରଣରୁ କର୍ମଚାରୀମାନେ ଓଦା ମଧ୍ୟ ହୋଇଯାଇଥିଲେ।
from Odisha Reporter http://bit.ly/2Uur4N3
No comments:
Post a Comment