
ନୂଆଦିଲ୍ଲୀ: ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଆଜିଙ୍କ୍ୟ ରାହାଣେ ପ୍ରଥମ ଭାରତୀୟ ଖେଳାଳି ଭାବେ ଇଂଲିଶ କାଉଣ୍ଟି କ୍ଲବ୍ ହାମ୍ପାଶାୟାର ସହ ଚୁକ୍ତି କରିଛନ୍ତି। ଫଳସ୍ୱରୂପ ରାହାଣେ ମେ’, ଜୁନ୍ ଓ ଜୁଲାଇ (ପ୍ରଥମ ସପ୍ତାହ) ମାସରେ ହାମ୍ପାଶାୟାର ପକ୍ଷରୁ ଖେଳିବେ।
୩୦ ବର୍ଷୀୟ ଏହି ଭାରତୀୟ ଦକ୍ଷିଣ ଆଫ୍ରିକାର ଆଇଡେନ୍ ମର୍କରାମଙ୍କ ସ୍ଥାନରେ ଖେଳିବେ। ବିଶ୍ୱକପ୍ ପାଇଁ ମର୍କରାମ ଜାତୀୟ ଦଳରେ ସ୍ଥାନ ପାଇଥିବା ମର୍କରାମ୍ ରୟାଲ ଲଣ୍ଡନ୍ ଦିନିକିଆ କପର ଗ୍ରୁପ୍ ପର୍ଯ୍ୟାୟ ପରେ ହାମ୍ପଶାୟାର ସହ ଚୁକ୍ତି ଶେଷ କରିବେ।
୨୦୧୩ରେ ଅଷ୍ଟ୍ରେଲିଆ ବିପକ୍ଷ ଡେବ୍ୟୁ କରିବା ପରେ ରାହାଣେ ଭାରତ ପକ୍ଷରୁ ୫୬ ଟେଷ୍ଟ ଓ ୯୦ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେ ୪୦.୫୫ ହାରରେ ୩୪୦୦ ଟେଷ୍ଟ ରନ୍ କରିଛନ୍ତି, ଯେଉଁଥିରେ ୯ ଶତକ ଓ ୧୭ ଅର୍ଦ୍ଧଶତକ ସାମିଲ୍ ଅଛି। ଏହାଛଡ଼ା ସେ ପ୍ରଥମଶ୍ରେଣୀ କ୍ରିକେଟରେ ୫୦ରୁ ଊଦ୍ଧ୍ୱର୍ ହାରରେ ରନ୍ କରିବା ସହ ୨୯ ଶତକ ମଧ୍ୟ ମାରିଛନ୍ତି।
ରାହାଣେଙ୍କ ସହ ଚୁକ୍ତି କରିବା ପରେ ହାମ୍ପଶାୟାର ଡାଇରେକ୍ଟର ଜାଇଲ୍ସ ଖୁସିବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ‘ରାହାଣେଙ୍କ ଭଳି ବିଶ୍ୱସ୍ତରୀୟ ଖେଳାଳି ଯୋଗଦେବା ଦ୍ୱାରା ଆମ ଟିମ୍ ମଜଭୁତ୍ ହେବ।’
ଅନ୍ୟପକ୍ଷରେ ରାହାଣେ କହିଛନ୍ତି, ‘ପ୍ରଥମ ଭାରତୀୟ ଭାବେ ହାମ୍ପାଶାୟାର ପକ୍ଷରୁ ଖେଳିବା ନେଇ ମୁଁ ବହୁତ ଉତ୍ସାହିତ। ମୁଁ ସେଠାରେ ରନ୍ କରିବା ସହ ଟିମକୁ ଜିତାଇବା ପାଇଁ ପ୍ରୟାସ କରିବି। ମୋତେ ସୁଯୋଗ ଦେଇଥିବାରୁ ବିସିସିଆଇକୁ ଧନ୍ୟବାଦ ଜଣାଉଛି।’
from Odisha Reporter http://bit.ly/2UHfzNl
No comments:
Post a Comment