ନବୀନବାବୁ ଓଡ଼ିଶାର ଶାନ୍ତି ଭଙ୍ଗ କରିଛନ୍ତି: ଅମିତ ଶାହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ନବୀନବାବୁ ଓଡ଼ିଶାର ଶାନ୍ତି ଭଙ୍ଗ କରିଛନ୍ତି: ଅମିତ ଶାହ

amit

ବାରିପଦା/ଯାଜପୁର(ଓଡ଼ିଶା ରିପୋର୍ଟର): ନବୀନ ବାବୁ ଓଡ଼ିଶାର ଶାନ୍ତି ଭଙ୍ଗ କରୁଛନ୍ତି। ଗତ କିଛି ଦିନରେ ଭିତରେ ରାଜ୍ୟରେ ୨୦ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆକ୍ରମଣ ହୋଇଛି। ଏଥିରେ ୧୦ରୁ ଅଧିକ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଜୀବନ ଯାଇଛି। ବିଜେପି କାର୍ଯ୍ୟକର୍ତ୍ତାଙ୍କୁ ମାରିଦେଲେ କ’ଣ ବିଜେଡି ସରକାର ବଞ୍ଚିଯିବ ବୋଲି ନବୀନ ପଟ୍ଟନାୟକଙ୍କୁ ପ୍ରଶ୍ନ କରିଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହ।

ମୟୂରଭଞ୍ଜ ଜିଲ୍ଲା ମୋରଡ଼ାରେ ଆୟୋଜିତ ସଭାରେ ଶାହ କହିଥିଲେ-“ଓଡ଼ିଶାରେ ହିଂସାର ସ୍ଥାନ ନାହିଁ। ହିଂସାର ରାସ୍ତା ଆପଣେଇଥିବା ବିଜେଡି ସରକାରଙ୍କୁ ଜନତା ଉଚିତ୍ ଜବାବ ଦେବେ। ବାବୁମାନଙ୍କୁ କହୁଛି, ଓଡ଼ିଶାରେ ବିଜେପି ସରକାର ଆସୁଛି। ଆପଣମାନଙ୍କୁ ପାଇ ପାଇର ହିସାବ ଦେବାକୁ ପଡ଼ିବ।”

ସେ ଆହୁରି କହିଥିଲେ-“ସାରା ଦେଶରେ ୫୦ କୋଟି ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆୟୁଷ୍ମାନ ଭାରତ ଯୋଜନା କରିଛନ୍ତି। କିନ୍ତୁ ନବୀନ ବାବୁ ଏହି ଯୋଜନାକୁ ଗ୍ରହଣ କରୁନାହାନ୍ତି। ଯାହାଫଳରେ ଓଡ଼ିଶାର ଗରିବ ଲୋକ ଆୟୁଷ୍ମାନ ଭାରତର ସୁବିଧା ପାଉନାହାନ୍ତି। ଓଡ଼ିଶାରେ ବିଜେପି ସରକାର ଆସିଲେ ଆୟୁଷ୍ମାନ ଭାରତ ଲାଗୁ କରିବ।”

ଶ୍ରୀ ଶାହ କହିଥିଲେ, “ଚିଟ୍‌ଫଣ୍ଡରେ ଗରିବଙ୍କ ହଜାରେ କୋଟି ଟଙ୍କା ବିଜେଡି ନେତା ଖାଇଗଲେ। ବିଜେପି ସରକାର ଆଣନ୍ତୁ, ୯୦ ଦିନରେ ସେମାନଙ୍କୁ ଜେଲ ପଠାଇବୁ। ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର। କିନ୍ତୁ ଓଡ଼ିଶା ଲୋକ ଗରିବ। ହଜାର ହଜାର କୋଟିର ଖଣିଜ ସଂପଦ ବିଜେଡି ସରକାରର ବାବୁ ଖାଇଗଲେ। ବିଜେପି ଆସୁ, ଗରିବଙ୍କ ପଇସା ଖାଇଥିବା ଲୋକଙ୍କୁ ଓଲଟା ଝୁଲାଇ ଦିଆଯିବ।”

ସେହିପରି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନମଣ୍ଡଳୀ ଡୁବୁରୀରେ ମଧ୍ୟ ଆଜି ଅମିତ ଶାହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି। ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ସେ ଏଥିରେ ମତଦାତାଙ୍କୁ ଅନୁରୋଧ କରିଥିଲେ।

ସେ କହିଥିଲେ,“ମୁଁ ଦେଶରେ ଯୁଆଡ଼େ ଯାଉଛି ମୋଦି ମୋଦି ନାରା ଶୁଭୁଛି। ଭାରତରେ ପୁଣି ଥରେ ନରେନ୍ଦ୍ର ମୋଦି ସରକାର ହେବା ନିଶ୍ଚିତ ହୋଇଛି। ଓଡ଼ିଶାରେ ମଧ୍ୟ ବିଜେପି ମୁଖ୍ୟମନ୍ତ୍ରୀ ହେବା ଦରକାର।”

ଶାହ କହିଥିଲେ,“ମୋଦି ୫ ବର୍ଷରେ ଓଡ଼ିଶାକୁ ୫ ଲକ୍ଷ ୫୬ ହଜାର କୋଟି ଦେଇଛନ୍ତି। ହେଲେ ବିଜେଡିର ବାବୁ, ବିଧାୟକ ଓ ସାଂସଦ ସବୁ ପଇସା ଖାଇଗଲେ। ଶାହ କମିଶନ ରିପୋର୍ଟ ଅନୁସାରେ ଖଣି ପଇସା ବିଜେଡି ନେତା ଖାଇଛନ୍ତି। ଖଣି ପଇସା ଖାଇଥିବା ନେତାଙ୍କୁ ଜେଲ ପଠାଯିବା ଦରକାର। ନବୀନ ବାବୁ ଖଣି ଲୁଟେରାଙ୍କୁ ଆଶ୍ରୟ ଦେଇଛନ୍ତି। ବିଜେପି ଆସିଲେ ୯୦ ଦିନରେ ଖଣି ଲୁଟେରାଙ୍କୁ ଜେଲ ପଠାଯିବ।”

“ଗରିବ ଲୋକଙ୍କ ପଇସା ଚିଟ୍‌ଫଣ୍ଡ ଲୁଟେରା ଖାଇଗଲେ। ନବୀନ ଥିବା ପର୍ଯ୍ୟନ୍ତ ଚିଟଫଣ୍ଡ ଲୁଟେରାଙ୍କର କିଛି ହେବନି। ବିଜେପି ସରକାର ଆସିଲେ, ଚିଟ୍‌ଫଣ୍ଡ ଲୁଟେରାଙ୍କୁ ଜେଲ ପଠାଯିବ। ନବୀନଙ୍କୁ ତ ଓଡ଼ିଆ ଆସୁନି। ସେ ଆପଣଙ୍କ ସମସ୍ୟା ବୁଝିବେ କେମିତି” ବୋଲି ଶାହ କହିଥିଲେ।

ସୂଚନାଯୋଗ୍ୟ, ଓଡ଼ିଶାରେ ଶେଷ ପର୍ଯ୍ୟାୟରେ ଏପ୍ରିଲ୍ ୨୯ ତାରିଖରେ ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର ଓ ଜଗତସିଂହପୁର ଲୋକସଭା ଆସନ ସମେତ ଏହା ଅନ୍ତର୍ଗତ ବିଧାନସଭା ଆସନରେ ମତଦାନ ହେବ। ତେବେ ପାଟକୁରା ବିଧାନସଭା ଆସନ ପାଇଁ ନିର୍ବାଚନ ହେବ ନାହିଁ।

ଶେଷ ପର୍ଯ୍ୟାୟ ମତଦାନ ପାଇଁ ଆଜି ପ୍ରଚାର ଶେଷ ହେଉଛି।



from Odisha Reporter http://bit.ly/2LaLPsO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages