
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଚଳିତ ନିର୍ବାଚନରେ ଦଳବିରୋଧୀ କାର୍ଯ୍ୟ ପାଇଁ ତିରୁପତି ପାଣିଗ୍ରାହୀଙ୍କ ସମେତ ୧୯ ଜଣ ନେତାଙ୍କୁ କଂଗ୍ରେସରୁ ବହିଷ୍କାର କରାଯାଇଛି। ଓଡ଼ିଶା ପ୍ରଭାରୀ ଜିତେନ୍ଦ୍ର ସିଂହ ଓ ସହପ୍ରଭାରୀ ଟିଏସ୍ ସିଂହଦେଓଙ୍କ ଅନୁମୋଦନକ୍ରମେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହି ନେତାମାନଙ୍କୁ ଦଳରୁ ବହିଷ୍କାର କରିଛନ୍ତି।
ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ୍ ଦାସ ଆଜି ଏ ନେଇ ସୂଚନା ଦେଇ କହିଛନ୍ତି ଯେ, ନିର୍ବାଚନବେଳେ ଦଳବିରୋଧୀ କାର୍ଯ୍ୟରେ ଲିପ୍ତ ଥିବାରୁ ଏହି ନେତାମାନଙ୍କୁ ଦଳରୁ ବହିଷ୍କାର କରାଯାଇଛି। ବହିଷ୍କୃତ ନେତାମାନେ ହେଲେ ମକରନ୍ଦ ମୁଦୁଲି, ସାନ୍ଧୁ ଚରଣ ମାଝୀ, ଜୋସେଫ୍ ଭଦ୍ରା, ଗଜେନ୍ଦ୍ର ନାୟକ, ଅମ୍ବିକା ମାଝୀ, ନୀଳକଣ୍ଠ ଝୋଡ଼ିଆ, ରୁଆଇ ମାଝୀ, ତିରୁପତି ପାଣିଗ୍ରାହୀ, ଗଭାରା ତିରୁପତି ରାଓ, ଅଖିଳ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଦୋରା, ସଶନାମ ବାଲାରାଜୁ, ମାଡ଼ପାଲା କ୍ରିଷ୍ଣାରାଓ, ହିଂମାଶୁ ଲିମା, ଗଞ୍ଜୁ ଗମାଙ୍ଗୋ, କିଶୋର ଚନ୍ଦ୍ର ପ୍ରଧାନ, ଯୁଧିଷ୍ଠିର ବଡ଼ମୁଣ୍ଡି, ଏସ୍. ଗଜପତି ରାଓ ଓ କୃଷ୍ଣଚନ୍ଦ୍ର ବେହେରା।
from Odisha Reporter http://bit.ly/2G8WmjL
No comments:
Post a Comment