ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହେଲା ହାଇଦ୍ରାବାଦ ଷ୍ଟାଡିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଝଡ଼ତୋଫାନରେ କ୍ଷତିଗ୍ରସ୍ତ ହେଲା ହାଇଦ୍ରାବାଦ ଷ୍ଟାଡିୟମ

ହାଇଦ୍ରାବାଦ: ଚଳିତ ଆଇପିଏଲର ଫାଇନାଲ୍ ମ୍ୟାଚ୍ ହାଇଦ୍ରାବାଦରେ ହେବା ନେଇ ସୋମବାର ଘୋଷଣା କରାଯାଇଥିଲା। ଏହି ଘୋଷଣାର ଦିନକ ପରେ ହାଇଦ୍ରାବାଦରେ ପ୍ରଳବ ଝଡ଼ତୋଫାନ ହୋଇଥିଲା। ଏହାର ପ୍ରଭାବରେ ରାଜୀବ ଗାନ୍ଧି ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମ କ୍ଷତିଗ୍ରସ୍ତ ହୋଇପଡ଼ିଛି।

ଷ୍ଟାଡିୟମର ସାଉଥ୍-ଏଣ୍ଡ୍ ଓ ଏହାର ଚାନ୍ଦିନୀ ପବନରେ ଉଡିଯାଇଛି। ଦର୍ଶକଙ୍କୁ ସୁରକ୍ଷା ଦେବା ଲାଗି ୨୦୧୨ରେ ୩୨ ଲକ୍ଷ ଟଙ୍କା ବ୍ୟୟସରେ ଏହି ଚାନ୍ଦିନୀର ନିର୍ମାଣ କରାଯାଇଥିଲା। ଏବେ ଏହା କ୍ଷତିଗ୍ରସ୍ତ ହେବା ଦ୍ୱାରା ଆୟୋଜକ ବିକଳ୍ପ ବ୍ୟବସ୍ଥା କରିବା ପାଇଁ ଯୋଜନା କରୁଛନ୍ତି।

ସୂଚନାଯୋଗ୍ୟ, ହାଇଦ୍ରାବାଦରେ ଆଇପିଏଲର ଆହୁରି ଦୁଇଟି ମ୍ୟାଚ୍ ଖେଳାଯିବାକୁ ଅଛି, ତେବେ ବିଶେଷ କଥା ହେଉଛି ଏଠାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ। ତେଣୁ ଏହା ପୂର୍ବରୁ ଷ୍ଟାଡିୟମକୁ ମରାମତି କରିବା, ଆୟୋଜକଙ୍କ ପାଇଁ କଷ୍ଟକର ହେବ।



from Odisha Reporter http://bit.ly/2IQyJhr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages