ବିଜେପି ପ୍ରାର୍ଥୀଙ୍କୁ ବିଜେଡି ନେତାଙ୍କ ମାଡ଼ ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 14, 2019

ବିଜେପି ପ୍ରାର୍ଥୀଙ୍କୁ ବିଜେଡି ନେତାଙ୍କ ମାଡ଼ ଅଭିଯୋଗ

ବ୍ରହ୍ମପୁର(ଜଗନ୍ନାଥ ସାହୁ)ଚିକିଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନୀ ପରବର୍ତ୍ତୀ ହିଂସା ଘଟିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ବିଜେପି ବିଧାନସଭା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ଏହି ଅଭିଯୋଗ ଆଣିଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ସେମାନେ ବିଜେଡି ପ୍ରାର୍ଥୀଙ୍କ ସମେତ ସେମାନଙ୍କ ସମ୍ପର୍କୀୟ ଓ ଅନ୍ୟ କର୍ମୀମାନେ ଆତଙ୍କରାଜ କରୁଥିବା ଅଭିଯୋଗ କରିଛନ୍ତି। ନିର୍ବାଚନରେ ହାରିଯିବା ଭୟରେ ନିର୍ବାଚନ ସମୟରେ ଖୋଦ୍ ମନୋରଞ୍ଜନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତା’ ସହ ନିର୍ବାଚନ ପରେ ବିଜେପିର ଏଜେଣ୍ଟ, କର୍ମୀମାନଙ୍କୁ ଗାଁରୁ ବାସନ୍ଦ, ହଜାରେ ଟଙ୍କା ଲେଖାଏଁ ଜରିମାନା ମଧ୍ୟ ଆଦାୟ କରାଯାଉଛି।

ଏନେଇ ସେ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିବା ସହ ବ୍ରହ୍ମପୁର ଏସ୍‌ପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ କାର୍ଯ୍ୟାନୁଷ୍ଠାନ ନନେଲେ ସେ ଓ ତାଙ୍କ କର୍ମୀ ଥାନା, ଏସ୍‌ପି ଅଫିସ୍ ସମ୍ମୁଖରେ ଆମରଣ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି । ଏଥିସହ ଆକ୍ରମଣ ଓ ଗାଳିଗୁଳଜ କରିବାର ଭାଇରାଲ ଭିଡ଼ିଓ ମଧ୍ୟ ପ୍ରଦର୍ଶିତ କରିଥିଲେ।  ଏନେଇ ବିଜେଡି କିମ୍ବା ପୁଲିସର ପ୍ରତିକ୍ରିୟା ମିଳିପାରି ନାହିଁ।



from Odisha Reporter http://bit.ly/2XeIp9J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages