ଇଭିଏମରେ ପଦ୍ମ ଫୁଲ ତଳେ ବିଜେପି ଲେଖା ଥିବା ଅଭିଯୋଗ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଇଭିଏମରେ ପଦ୍ମ ଫୁଲ ତଳେ ବିଜେପି ଲେଖା ଥିବା ଅଭିଯୋଗ

ନୂଆଦିଲ୍ଲୀ: ଚିଳିତ ନିର୍ବାଚନରେ ବିଜେପିର ଦଳୀୟ ଚିହ୍ନ ପଦ୍ମ ଫୁଲ ତଳେ ବିଜେପି ଲେଖା ହୋଇଥିବା ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି। ଏଭଳି ପଦ୍ମ ଫୁଲ ତଳେ ବିଜେପି ଲେଖାଯିବା ଆଇନତଃ ଅପରାଧ ବୋଲି ସେମାନେ ଅଭିଯୋଗ କରିବା ସହ ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।
କଂଗ୍ରେସ ନେତା ଅଭିଷେକ ମନୁ ସିଂଘଭୀ, ତୃଣମୂଳ କଂଗ୍ରେସର ଦୀନେଶ ତ୍ରିବେଦୀ ଓ ଡିରେକ ଓବ୍ରାଇନ୍‌ଙ୍କ ସମେତ ୧୦ ବିରୋଧୀ ଦଳର ଏକ ପ୍ରତିନିଧି ଦଳ ଏ ସମ୍ପର୍କରେ ଆପତ୍ତି ଉଠାଇଛନ୍ତି। ଏଥିସହ ଏହି ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋରାଙ୍କୁ ଏ ସମ୍ପର୍କରେ ଅବଗତ କରାଇଛନ୍ତି।

ସେମାନେ କହିଛନ୍ତି ଯେ ଇଭିଏମ୍‌ରେ ପଦ୍ମ ଫୁଲ ତଳେ ବିଜେପି ବୋଲି ଲେଖା ଯାଇଥିବା ଶବ୍ଦକୁ ତୁରନ୍ତ ହଟାଯାଉ। ଅନ୍ୟଥା ସବୁ ଦଳର ଚିହ୍ନ ତଳେ ସେମାନଙ୍କ ନାଁ ଲେଖାଯାଉ। ଇଭିଏମ୍‌ରେ ବିଜେପି ଦଳୀୟ ଚିହ୍ନ ସହ ନାଁର ବ୍ୟବହାର କରୁଛି। ଏହା ଆଦୌ ଠିକ୍‌ ନୁହେଁ ବୋଲି ଶ୍ରୀ ସିଂଘଭୀ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ନିର୍ବାଚନ କମିଶନ କାର୍ଯ୍ୟାଳୟର ଜଣେ ଅଧିକାରୀ କହିଛନ୍ତି, “ରାଜନୀତିକ ଦଳଗୁଡ଼ିକ ଯେଉଁ ଅଭିଯୋଗ ଆଣିଛନ୍ତି, ତାହା ଅମୂଳକ। ୨୦୧୩ ମଧ୍ୟ ଭାଗରେ ବିଜେପି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଥିଲା। ଭୋଟିଂ ମେସିନ୍‌ରେ ଥିବା ପଦ୍ମ ଫୁଲ ଚିହ୍ନଟି ଅଧିକ ପତଳା ହୋଇଥିବା ଅଭିଯୋଗ କରିଥିଲା।

ଏଥିସହ ଏହାକୁ ଅଧିକ ବୋଲ୍ଡ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଥିଲା। ଏହାପରେ କମିଶନ ପକ୍ଷରୁ ୱାଟର ଆଉଟ୍‌ ଲାଇନ୍‌ର ବ୍ୟବହାର କରାଯାଇଥିଲା। ଏହି ୱାଟର ଲାଇନ୍‌ଟି ଏଫ୍‌ ଏବଂ ପି ଆକୃତିର ଦେଖାଯାଉଛି। କିନ୍ତୁ ସେଠାରେ କୌଣସି ପ୍ରକାରରେ ବିଜେପି ଲେଖାଯାଇ ନାହିଁ। ୨୦୧୪ରୁ ସାମାନ ସଙ୍କେତ ନିର୍ବାଚନ ବେଳେ ବ୍ୟବହାର କରାଯାଉଛି।”



from Odisha Reporter http://bit.ly/2V1b4lL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages