ଗୁଗଲ୍‌ କ୍ୟାମ୍ପସରେ କାର୍ ଉପରେ ଖସିଲା କ୍ରେନ୍‌, ୪ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 28, 2019

ଗୁଗଲ୍‌ କ୍ୟାମ୍ପସରେ କାର୍ ଉପରେ ଖସିଲା କ୍ରେନ୍‌, ୪ ମୃତ

ୱାଶିଂଟନ୍‌: ଆମେରିକାର ସିଟେଲ୍‌ ସହରରେ ଥିବା ଗୁଗଲର ନୂଆ କ୍ୟାମ୍ପସ ନିର୍ମାଣ ବେଳେ ଅଘଟଣ ଘଟିଛି। ଏହି ନୂଆ କ୍ୟାମ୍ପସ ନିର୍ମାଣ ପାଇଁ ବ୍ୟବହୃତ କ୍ରେନ୍‌ ତଳକୁ ଖସି ପଡ଼ିବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ଏହି ଘଟଣାରେ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି।  କ୍ରେନ୍‌ ଖସି ପଡ଼ିବା ପରେ ତଳେ ଛିଡ଼ା ହୋଇଥିବା କାର ଉପରେ ପଡ଼ିଥିଲା। ଫଳରେ ଏଭଳି ଅଘଟଣ ଘଟିଛି।

ସୂଚନା ଅନୁସାରେ ଛାତ ଉପରେ କ୍ରେନ୍‌ ଦ୍ୱାରା କାମ ହେଉଥିଲା। ତେବେ ହଠାତ୍‌ ଏହା ତଳକୁ ଖସି ପଡ଼ିଥିଲା। ଏହା ତଳେ ଛିଡ଼ା ହୋଇଥିବା ୬ଟି କାର ଉପରେ କ୍ରେନ୍‌ଟି ପଡ଼ିଥିଲା। ଏହି ଘଟଣାରେ ୩ ଜଣ ପୁରୁଷ ଓ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ କ୍ରେନ୍‌କୁ ଚଳାଉଥିବା ୨ ଜଣ ସଦସ୍ୟ ରହିଥିବା ବେଳେ ଅନ୍ୟମାନେ କାରରେ ଥିବା ବେଳେ ଜୀବନ ହରାଇଛନ୍ତି। ଆହତ ୪ ଜଣଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏଥିସହ ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2GEDRTq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages