ପିଏମ୍‌ଙ୍କ ହେଲିକପ୍ଟର ଯାଞ୍ଚ ମାମଲାରେ ମୁହଁ ଖୋଲିଲେ ଆଇଏଏସ୍‌ ଅଧିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 26, 2019

ପିଏମ୍‌ଙ୍କ ହେଲିକପ୍ଟର ଯାଞ୍ଚ ମାମଲାରେ ମୁହଁ ଖୋଲିଲେ ଆଇଏଏସ୍‌ ଅଧିକାରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହେଲିକପ୍ଟର ଯାଞ୍ଚ କରି ଅଡ଼ୁଆରେ ପଡ଼ିଥିବା ଆଇଏଏସ୍‌ ଅଧିକାରୀ ମହମ୍ମଦ ମୋହସିନ୍‌ ଆଜି କହିଛନ୍ତି, “ମୁଁ ମୋ କାମ କରୁଛି ଏବଂ ନ୍ୟାୟ ପାଇଁ କୋର୍ଟକୁ ଯିବି।” ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ସ୍ପେଶାଲ ପ୍ରୋଟେକ୍ସନ୍ ଗ୍ରୁପ୍‌ର ସୁରକ୍ଷାରେ ଥିଲେ ମଧ୍ୟ ମୋହସିନ୍‌ ଏହାର ଯାଞ୍ଚ କରିଥିବାରୁ ନିର୍ବାଚନ କମିଶନ୍‌ ତାଙ୍କୁ ଗତ ସପ୍ତାହରେ ନିଲମ୍ବନ କରିଥିଲେ। ଏହା ପରେ ଗୁରୁବାର କେନ୍ଦ୍ରୀୟ ପ୍ରଶାସନିକ ଟ୍ରିବ୍ୟୁନାଲ ଏହି ନିଲମ୍ବନ ଆଦେଶକୁ ସ୍ଥଗିତ ରଖିଛନ୍ତି।

ମୋହସିନ୍‌ ଏନ୍‌ଡିଟିଭିକୁ କହିଛନ୍ତି, “ମୁଁ ମୋ କର୍ତ୍ତବ୍ୟ କରୁଥିଲି। ହଠାତ ସେମାନେ ମୋତେ ନିଲମ୍ବନ କରିଦେଲେ। ମୁଁ ଏହି ମାମଲାରେ ଗୋଟିଏ ମଧ୍ୟ ରିପୋର୍ଟ ପାଇନି। ମୁଁ ମୋ ନିଜ ପାଇଁ ଅନ୍ଧାରରେ ରହି ଲଢ଼େଇ କରୁଛି।”

ଗତ ସପ୍ତାହରେ ଓଡ଼ିଶାର ସମ୍ବଲପୁରଠାରେ ପ୍ରଧାନମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ କରିଥିବାରୁ ନିର୍ବାଚନ କମିଶନ ଏହି ନିଲମ୍ବନ ଆଦେଶ ଦେଇଥିଲେ। ୧୯୯୬ ବ୍ୟାଚ୍‌ କର୍ଣ୍ଣାଟକା କ୍ୟାଡର ମୋହସିନ୍‌ କ୍ଷମତା ବହିର୍ଭୁତ କାର୍ଯ୍ୟ ଏବଂ କର୍ତ୍ତବ୍ୟରେ ଅବହେଳା କରିଥିବାର ଅଭିଯୋଗ ଆସିଥିଲା। ସମ୍ବଲପୁରର ଜେନେରାଲ ଅବଜର୍ଭର ଭାବେ ନିଯୁକ୍ତ ଏହି ଅଧିକାରୀ ହେଲିକପ୍ଟରକୁ ଯାଞ୍ଚ କରିବା କାରଣରୁ ଏହା ମୋଦିଙ୍କ କାର୍ଯ୍ୟକ୍ରମକୁ ୧୫ ମିନିଟ୍‌ ଡେରି କରାଇ ଦେଇଥିଲା। ଅପରପକ୍ଷେ ମୋହସିନ୍‌ଙ୍କ ନିଲମ୍ବନ ଆଦେଶ କୁ କଂଗ୍ରେସ ସମେତ କିଛି ବିରୋଧୀ ଦଳ ବିରୋଧ କରିଥିଲେ।



from Odisha Reporter http://bit.ly/2ZB1o01

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages