ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଗୁଜବ, ଜଣେ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 27, 2019

ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଗୁଜବ, ଜଣେ ଗିରଫ

ବେଙ୍ଗାଲୁରୁ: ନିକଟରେ ବିଭିନ୍ନ ସ୍ଥାନ ଓ ୮ ତଟବର୍ତ୍ତୀ ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ନେଇ କର୍ଣ୍ଣାଟକ ପୁଲିସ ସୂଚନା ଦେଇଥିଲା। ହେଲେ ଏହି ଖବର କେବଳ ଗୁଜବ ଉପରେ ଆଧାରିତ ଥିଲା ଓ ଆତଙ୍କବାଦୀ ଆକ୍ରମଣ ସମ୍ଭାବନା ନେଇ ସେମିତି କିଛି ସୂଚନା ନାହିଁ ବୋଲି ଆଜି ସ୍ପଷ୍ଚ ହୋଇଛି।

ଏ  ସଂକ୍ରାନ୍ତ ଗୁଜବ ପ୍ରସାର କରିଥିବା ଅଭିଯୋଗରେ କର୍ଣ୍ଣାଟକା ପୁଲିସ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ଟ୍ରକ ଚାଳକ ସୁନ୍ଦର ମୂର୍ତ୍ତୀ(୬୫)ଙ୍କୁ ଗିରଫ କରିଛି।
ଅବସରପ୍ରାପ୍ତ ସେନା କର୍ମଚାରୀ ଜଣକ କର୍ଣ୍ଣାଟକା ପୁଲିସ କଣ୍ଟ୍ରୋଲ ରୁମକୁ ନିଜେ ଫୋନ କରି ଦେଶର ୮ଟି ରାଜ୍ୟରେ ଆତଙ୍କବାଦୀ ଆକ୍ରମଣ ହୋଇପାରେ ବୋଲି ସୂଚନା ଦେଇଥିଲେ। ଏଥିସହ ତାମିଲନାଡୁରେ ୧୯ଜଣ ଆତଙ୍କବାଦୀ ଲୁଚି ରହିଥିବା ମଧ୍ୟ ସୁନ୍ଦର କହିଥିଲେ।
ଏଭଳି ସୂଚନା ପାଇବା ପରେ କର୍ଣ୍ଣାଟକା ପୁଲିସ ପୁଡୁଚେରୀ ରାଜ୍ୟ ସମେତ ୭ଟି ରାଜ୍ୟକୁ ଚିଠି ଲେଖି ଆଲର୍ଟ ଜାରି କରିଥିଲେ। ଯେଉଁଥିରେ ତାମିଲନାଡୁ, ମହାରାଷ୍ଟ୍ର, ତେଲେଙ୍ଗାନା, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, କେରଳ, ଗୋଆ, ପୁଡୁଚେରୀ ସାମିଲ ଥିଲା଼


from Odisha Reporter http://bit.ly/2IZRXBo

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages