ୱାୟନାଡ଼ରେ ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ଏନଡିଏ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 1, 2019

ୱାୟନାଡ଼ରେ ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ଘୋଷଣା କଲା ଏନଡିଏ

ଥିରୁଅନନ୍ତପୁରମ: କେରଳ ୱାୟନାଡ଼ ଲୋକସଭା ଆସନରେ ରାହୁଲ ଗାନ୍ଧିଙ୍କ ବିରୋଧରେ ପ୍ରାର୍ଥୀ ଦେବ ଏନଡ଼ିଏ। ବିଜେପି  ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭାରତ ଧର୍ମ ଜନ ସେନା ଅଧ୍ୟକ୍ଷ ଶ୍ରୀ ତୁଶାର ଭେଲାପ୍ପାଲ୍ଲିଙ୍କୁ ଏନଡ଼ିଏ ପ୍ରାର୍ଥୀ କରିବ ବୋଲି ଟ୍ବିଟ କରି କହିଛନ୍ତି।

କେରଳରେ ଏହି ଆସନ ୨୦୦୮ରେ ଗଠିତ ହୋଇଥିଲା। ୨୦୦୯ ଓ ୨୦୧୪ରେ ଏହା କଂଗ୍ରେସ କବଜାରେ ଥିଲା। ୟୁପିଏ ସହଯୋଗୀ ଏଲଡ଼ିଏଫ କେରଳରେ ସରକାରରେ ରହିଥିବାବେଳେ ରାହୁଲଙ୍କ ବିରୋଧରେ ପ୍ରାର୍ଥୀ ଦେବ ବୋଲି କହିଛି। କାରଣ କେନ୍ଦ୍ରରେ ସହଯୋଗୀ ଦଳ ହୋଇଥିଲେ ମଧ୍ୟ ୱାୟନାଡ଼ରେ ରାହୁଲଙ୍କ ପ୍ରାର୍ଥୀତ୍ବକୁ ବାମପନ୍ଥୀ ଦଳ ବିରୋଧ କରିଛି।
ସେପଟେ ବିଜେପିର ଏଠି ପ୍ରଭାବ ନଥିଲେ ମଧ୍ୟ ଆଞ୍ଚଳିକ ଦଳର ପ୍ରାର୍ଥୀକୁ ଛିଡ଼ା କରି ରାହୁଲଙ୍କ ବିରୋଧରେ ରଣନୀତି ପ୍ରସ୍ତୁତ କରିଛି ବିଜେପି। ଭାଷା ଭିତ୍ତିରେ ଏହି ଆସନ ଅଲଗା ହୋଇଥିବାରୁ ଏଠାରେ ଭୋଟରଙ୍କୁ ରାହୁଲ ନିଜେ ମନାଇବା କଷ୍ଟକର ହେବ, ହେଲେ ବାମପନ୍ଥୀ ନେତା ଏବଂ ଏନଡ଼ିଏ ପ୍ରାର୍ଥୀଙ୍କ ପାଇଁ ଏହା ସହଜ ହେବ ବୋଲି ଆକଳନ କରାଯାଇଛି। କିନ୍ତୁ ଯେହେତୁ ଏହା କଂଗ୍ରେସର ଗଡ଼, ତେଣୁ ରାହୁଲଙ୍କ ସହ କଡ଼ା ମୁକାବିଲା ହେବ ବୋଲି ଚର୍ଚ୍ଚା ହେଉଛି।


from Odisha Reporter https://ift.tt/2JXfDII

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages