
ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାୟୋପିକ ଫିଲ୍ମର ରିଲିଜ ଉପରେ ରୋକ ଲଗାଇବା ଦାବିରେ ହୋଇଥବା ଜନସ୍ବାର୍ଥ ମାମଲା ଖାରଜ କରିଦେଇଛନ୍ତି। ଲୋକସଭା ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ ହୋଇଥିବାବେଳେ ଏହି ଫିଲ୍ମ ଭୋଟରଙ୍କୁ ପ୍ରଭାବିତ କରିବ ବୋଲି ଦର୍ଶାଇ ଜନସ୍ବାର୍ଥ ମାମଲା ରୁଜୁ ହୋଇଥିଲା।
ଏହି ଫିଲ୍ମରେ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଚରିତ୍ରରେ ବିବେକ ଓବରୟ ଅଭିନୟ କରିଛନ୍ତି। ଫିଲ୍ମର ଟ୍ୟାଗଲାଇନ ‘ଦେଶଭକ୍ତି ହି ମେରି ଶକ୍ତି’ ରହିଛି। ଉମଙ୍ଗ କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଚଳିତ ସପ୍ତାହର ୫ ତାରିଖରେ ରିଲିଜ ହେବାକୁ ଯାଉଛି।
from Odisha Reporter https://ift.tt/2uAne5F
No comments:
Post a Comment