ଭାଇରାଲ ହେଉଛି ଶ୍ଲୋକାଙ୍କ ଲେହେଙ୍ଗା ଫଟୋ, ଖୋଦିତ ହୋଇଥିଲା ଲଭ ବାର୍ଡ଼ଙ୍କ ପ୍ରେମ କାହାଣୀ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 12, 2019

ଭାଇରାଲ ହେଉଛି ଶ୍ଲୋକାଙ୍କ ଲେହେଙ୍ଗା ଫଟୋ, ଖୋଦିତ ହୋଇଥିଲା ଲଭ ବାର୍ଡ଼ଙ୍କ ପ୍ରେମ କାହାଣୀ…

ମୁମ୍ୱାଇ:  ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ୱାନୀଙ୍କ ପୁଅ ଆକାଶଙ୍କ ରାଜକୀୟ ବାହାଘର ମାସେ ପୂର୍ବରୁ ସରିଥିଲେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଥମିବା ନାଁ ଧରୁନି।  ଧିରେ ଧିରେ ଏହି ରାଜା ଘର ବିବାହ ସମ୍ୱନ୍ଧିତ ରୋଚକ ଖବର ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଶ୍ଲୋକାଙ୍କ ବିବାହ ସମୟର ଏକ ଲେହେଙ୍ଗା ଏବେ ସୋଶାଲ ମିଡ଼ିଆରେ ଚର୍ଚ୍ଚାର କାରଣ ପାଲଟିଛି। ଏହାର ଡିଜାଇନ ସମ୍ପର୍କରେ ଶୁଣିଲେ ଯେ କେହି ବି ଏହି ଲେହେଙ୍ଗାକୁ ଟିକେ ଦେଖିବାକୁ ଚାହିଁବ।

ଶ୍ଲୋକାଙ୍କ ସଙ୍ଗୀତ ସେରିମନିର କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବହୁତ ସୁନ୍ଦର ଲାଗୁଛନ୍ତି। ଏହି ଫଟୋରେ ଶ୍ଲୋକା ଦୋଳିରେ ବସିଥିବା ବେଳେ ଆକାଶ ତାଙ୍କୁ ଝୁଲାଉଛନ୍ତି। ଦୁହିଁଙ୍କ ପ୍ରେମଭରା ଚାହାଣି ଯାହାର ବି ନଜର ଟାଣିବାକୁ ଯଥେଷ୍ଟ । ଏପରି ଖାସ୍‌ ମୁହୂର୍ତ୍ତରେ ଶ୍ଲୋକା ଲାଇଟ୍‌ ପର୍ପଲ କଲରର ଲେହେଙ୍ଗାରେ ପୁରା ପରୀଟିଏ ଭଳି ଲାଗୁଥିଲେ। ଆକାଶ ମଧ୍ୟ ମେରୁନ କଲରର ଶେରୱାନିରେ ଖୁବ ହ୍ୟାଣ୍ଡସମ୍‌ ଲାଗୁଥିଲେ ।

ଶ୍ଲୋକାଙ୍କ ଏହି ଲେହେଙ୍ଗା ଡିଜାଇନ କରିଥିଲେ ଫେମଶ୍‌ ଡିଜାଇନର କ୍ରେଶା ବଜାଜ। ଏହି ଲେହେଙ୍ଗାର ସ୍ୱତନ୍ତ୍ରତା ହେଲା ଯେ, ଏହାକୁ କ୍ରିଷ୍ଟାଲ ଷ୍ଟୋନରେ ସଜା ଯାଇଥିଲା। ଯେଉଁଥିରେ କି ଏହି ଲଭ ବାର୍ଡଙ୍କ ପ୍ରେମ କାହାଣୀ ଖୋଦିତ ହୋଇଥିଲା। ଏହାର ପ୍ରସ୍ତୁତି ନିମନ୍ତେ ୫୦ ହଜାର କ୍ରିଷ୍ଟାଲ ଷ୍ଟୋନ ସହ କାଚର ମୋତି ସମେତ ବହୁ ମୂଲ୍ୟବାନ ଷ୍ଟୋନ ବ୍ୟବହାର ହୋଇଛି। ଏ ସମ୍ପର୍କୀତ ତଥ୍ୟ ଖୋଦ ଏହାକୁ ଡିଜାଇନ କରିଥିବା କ୍ରେଶା ବଜାଜ୍‌ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଦେଇଛନ୍ତି।

ଏହି ଲଭବାର୍ଡଙ୍କ ଆହୁରି ବହୁତ ଫଟୋ ମିଡିଆରେ ଶେଆର ହେଉ ହେଉ ଭାଇରାଲ ହେବାରେ ଲାଗିଛି। ଏହା ପୂର୍ବରୁ  ଶ୍ଲୋକାଙ୍କ ମେହେନ୍ଦୀ ସେରିମନିର  ଫଟୋ ମଧ୍ୟ ନଜରକୁ ଆସିଛି। ଏକ ଫଟୋରେ ସେ ଅବୁ ଜାନୀ, ସନ୍ଦୀପ ଖୋସଲାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା ମଲଟି କଲର ଲେହେଙ୍ଗା ପିନ୍ଧି ଖୁବ୍‌ ଆକର୍ଷଣୀୟ ଲାଗୁଥିଲେ।



from Odisha Reporter http://bit.ly/2UxlRUx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages