ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଯୌନ ନିର୍ଯାତନା ଅଭିଯୋଗକୁ ଖଣ୍ଡନ କଲେ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି ସୁପ୍ରିମକୋର୍ଟର ଜଣେ ନିମ୍ନ କୋର୍ଟର ପୂର୍ବତନ ମହିଳା କର୍ମଚାରୀ। ୩୫ ବର୍ଷୀୟ ମହିଳା ଜଣଙ୍କ ଏ ନେଇ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ସତ୍ୟପାଠ ଜରିଆରେ ନିଜର ଅଭିଯୋଗ ଆଣିଛନ୍ତି।

ତେବେ ମହିଳା ଜଣଙ୍କ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖଣ୍ଡନ କରିଛନ୍ତି ପ୍ରଧାନ ବିଚାରପତି। ମହିଳାଙ୍କ ବିରୋଧରେ ଗୋଟିଏ ବଡ଼ ଗୋଷ୍ଠୀ କାମ କରୁଛି, ଏହି ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ବିରୋଧରେ ଅପରାଧିକ ମାମଲା ରହିଛି ବୋଲି ଜଷ୍ଟିସ ରଞ୍ଜନ ଗୋଗୋଇ କହିଛନ୍ତି। ଆଗାମୀ ସପ୍ତାହରେ ବହୁ ଗୁରୁତ୍ୱ ପୂର୍ଣ୍ଣ ମାମଲାର ଶୁଣାଣି ରହିଛି ତେଣୁ ଏଭଳି ଅଭିଯୋଗ ଆଣି ମୋତେ ମାନିସକ ଚାପଗ୍ରସ୍ତ କରିବାକୁ ଚେଷ୍ଟା କରାଯାଉଥିବା ଜଷ୍ଚିସ ଗୋଗୋଇ କହିଛନ୍ତି।

ଅଭିଯୋଗ ଆଣିଥିବା ମହିଳା ଜଣଙ୍କ ସତ୍ୟପାଠ ଜରିଆରେ ସୁପ୍ରିମକୋର୍ଟର ୨୨ ଜଣ ବିଚାରପତିଙ୍କୁ ନିଜର ଅଭିଯୋଗ ଆଣିଛନ୍ତି। ଏ ନେଇ ଜାତୀୟ ନ୍ୟୁଜ୍ ୱେବ ପୋର୍ଟାଲରେ ଆଜି ଖବର ପ୍ରକାଶ ପାଇଛି। ଏହାପରେ ନିଜେ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ, ଜଷ୍ଟିସ ଅରୁଣ ମିଶ୍ର ଏବଂ ଜଷ୍ଟିସ ସଞ୍ଜୀଭ ଖାନ୍ନା ମାମଲାର ଶୁଣାଣି କରି କରିଛନ୍ତି ସର୍ବସାଧାରଣଙ୍କ ଗୁରୁତ୍ୱକୁ ନଜରରେ ରଖି ଏହି ମାମଲାର ଶୁଣାଣି ହେବ। ପ୍ରଥମେ ଯେଉଁ ନ୍ୟୁଜ ପୋର୍ଟାଲରେ ଖବର ପ୍ରକାଶ ପାଇଛି ସେହି ଗଣମାଧ୍ୟମକୁ ପ୍ରମାଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଶୁଣାଣି କରି କହିଛନ୍ତି ଦୀର୍ଘ ୨୦ ବର୍ଷ ହେବ ନିସ୍ଵାର୍ଥପର ଭାବରେ ସେ ନ୍ୟାୟପାଳିକା ଭାବେ କାମ କରୁଛନ୍ତି। ୬ ଲକ୍ଷ ୮୦ ହଜାର ଟଙ୍କାର ମୋଟ ବ୍ୟାଙ୍କ ବାଲାନ୍ସ ତାଙ୍କ ପାଖରେ ରହିଥିବା ବେଳେ ୪୦ ଲକ୍ଷ ଟଙ୍କା ପ୍ରୋଭିଡେଣ୍ଟ ଫଣ୍ଡରେ ରହିଛି ବୋଲି କହିଛନ୍ତି।



from Odisha Reporter http://bit.ly/2XvjKhk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages