ପ୍ରବଳ ଜନସମର୍ଥନ ଓ ଉତ୍ସାହ ମଧ୍ୟରେ ବୈଜୟନ୍ତଙ୍କ ନାମାଙ୍କନପତ୍ର ଦାଖଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ପ୍ରବଳ ଜନସମର୍ଥନ ଓ ଉତ୍ସାହ ମଧ୍ୟରେ ବୈଜୟନ୍ତଙ୍କ ନାମାଙ୍କନପତ୍ର ଦାଖଲ

କେନ୍ଦ୍ରାପଡ଼ା(ଓଡ଼ିଶା ରିପୋର୍ଟର): ରାଜ୍ୟର ସବୁଠାରୁ ହାଇପ୍ରୋଫାଲ୍‌ ସଂସଦୀୟ କ୍ଷେତ୍ର ହେଉଛି କେନ୍ଦ୍ରାପଡ଼ା। ଏହି ଲୋକସଭା ଆସନ ପାଇଁ ନମାଙ୍କନପତ୍ର ଦାଖଲ କରିଛନ୍ତି ବିଜେପି ପ୍ରାର୍ଥୀ ତଥା ଦଳର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା। ଏକ ବିଶାଳ ଶୋଭାଯାତ୍ରାରେ ଯାଇ ପୂର୍ବତନ ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ରାପଡ଼ା ଜିଲ୍ଲପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

ଆଜି ଦିନ ୧୦ଟାରେ ଶ୍ରୀ ପଣ୍ଡା ବଉଳ ବିହାର ହେଲିପ୍ୟାଡ୍‌ରେ ପହଞ୍ଚିଥିଲେ। ସେଠାରୁ ସେ କେନ୍ଦ୍ରାପଡ଼ାର ଆରାଧ୍ୟ ଦେବତା ଶ୍ରୀବଳଦେବଜୀଉଙ୍କ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥିଲେ। ପରେ ରାମ ମନ୍ଦିର ଯାଇ ମଧ୍ୟ ପୂଜା କରିଥିଲେ। ପୂଜାର୍ଚ୍ଚନା ପରେ ସେ ତିନି ମୁହାଣି ଛକରୁ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଥିଲେ।

ନାମାଙ୍କନ ଦାଖଲ ପରେ କେନ୍ଦ୍ରାପଡ଼ା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା କହିଛନ୍ତି, “ଉପକୂଳ ଓଡ଼ିଶାରେ କେନ୍ଦ୍ରାପଡ଼ା ଏମିତି ଏକ ଜିଲ୍ଲା ଯେଉଁଠି ରେଲୱେ ଲାଇନ୍‌ ନଥିଲା। ଏହା ଉପରେ ଅଧିକ ଫୋକସ ଦିଆଯାଇଥିଲା। ବହୁ କଷ୍ଟରେ ରେଲୱେର କାମ ଆରମ୍ଭ ହେଲା। ଏବେ ପ୍ରାୟ କାମ ସରି ଆସିଲାଣି। ଟ୍ରାଏଲ୍‌ ରନ୍‌ ଆରମ୍ଭ ହୋଇଛି। ସେହିପରି ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ସାଂସଦ ପାଣ୍ଠିରୁ ପିଇବା ପାଣି ଟାଙ୍କି ନିର୍ମାଣ ହୋଇଛି। ସମଗ୍ର ଭାରତବର୍ଷରେ ସାଂସଦ ପାଣ୍ଠିରୁ ବେଶୀ ପାଣି ଟାଙ୍କି କେନ୍ଦ୍ରାପଡ଼ା ଜିଲ୍ଲାରେ ହୋଇଛି। ଏହି ସବୁ କାମ କଲା ବେଳେ କେନ୍ଦ୍ରାପଡ଼ାବାସୀ ସାଥିରେ ଥିଲେ। ମାତ୍ର କିଛି ଲୋକଙ୍କୁ ପିସି ନମିଳିବାରୁ ପ୍ରତିବନ୍ଧକ ସୃଷ୍ଟି କରାଯାଇ ଥିଲା। ଏପରିକି ମୋ ଉପରେ ଢେ଼ଲା, ପଥର ଓ ଅଣ୍ଡା ମାଡ଼ ହୋଇଥିଲା।”

ସେ ଆହୁରି କହିଛନ୍ତି-“ସ୍ୱାଭିମାନକୁ ନେଇ ଶେଷରେ ମୁଁ ବିଜେଡିରୁ ଇସ୍ତଫା ଦେଲି। ଆଉ ଯେତେବେଳେ ମୋ’ ବାପାଙ୍କ ଦେହାନ୍ତ ହେଲା, ସେତେବେଳେ ତାଙ୍କ ମରଶରୀରରେ ଫୁଲଟିଏ ଦେବା ପାଇଁ ବିଜେଡିରୁ କେହି ଜଣେ ହେଲେ ଆସିଲେ ନାହିଁ।”

ଶ୍ରୀ ପଣ୍ଡା ଆହୁରି କହିଛନ୍ତି-“କେନ୍ଦ୍ରାପଡ଼ାବାସୀ ଭଲ ଭାବେ ଜାଣିଛନ୍ତି ସେମାନଙ୍କ ସୁଖ ଓ ଦୁଃଖରେ ମୁଁ ଛିଡ଼ା ହୋଇଥିଲି ଏବଂ ଆଗାମୀ ଦିନରେ ଛିଡ଼ା ହେବି। ସାଂସଦ ଥିବା ବେଳେ ସଂସ୍କୃତି ଭବନ କାମ ହୋଇଥିଲା। ତାହା ଏବେ ରାଜ୍ୟ ଓ ଜିଲ୍ଲା ସଂସ୍କୃତି ବିଭାଗ ହାତରେ ରହିଛି। ପ୍ରଶାସନ ଉପରେ ନିର୍ଭର କରୁଛି, ତାକୁ କେମିତି କାମରେ ଲଗାଇବ?”



from Odisha Reporter http://bit.ly/2KfcBjj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages