ବିଜେପି ଇସ୍ତାହାରକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 8, 2019

ବିଜେପି ଇସ୍ତାହାରକୁ ନେଇ ପ୍ରଶ୍ନ ଉଠାଇଲା କଂଗ୍ରେସ

ନୂଆଦିଲ୍ଲୀ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ବିଜେପି ଆଜି ଜାରି କରିଥିବା ସଂକଳ୍ପ ପତ୍ରକୁ ନେଇ ବିରୋଧୀ କଂଗ୍ରେସ ପ୍ରଶ୍ନ ଉଠାଇଛି। ବିଜେପି ଇସ୍ତାହାରରେ କଳାଧନ ଓ ନିଯୁକ୍ତି ସମ୍ପର୍କରେ କାହିଁକି କିଛି କୁହାଯାଇ ନାହିଁ ବୋଲି ଆଜି କଂଗ୍ରେସ ଶାସକ ଦଳକୁ ପ୍ରଶ୍ନ କରିଛି। ଏଥିସହ ଜିଏସ୍‌ଟି ଓ ବିମୁଦ୍ରାକରଣ ବିଜେପି ଇସ୍ତାହାରରେ ସ୍ଥାନ ପାଇନାହିଁ ବୋଲି କଂଗ୍ରେସ ମୁଖପାତ୍ର ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂର୍ଯ୍ୟେୱାଲା କହିଛନ୍ତି, “ବିଜେପିର ତଥାକଥିତ ସଂକଳ୍ପ ପତ୍ର ଉନ୍ମୋଚନ ବେଳେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅର୍ଥମନ୍ତ୍ରୀ ପର୍ଯ୍ୟନ୍ତ ବଡ଼ ବଡ଼ ନେତା ଉପସ୍ଥିତ ରହିଥିଲେ।

ହେଲେ ସେମାନେ ଦେଶର ପ୍ରମୁଖ ସମସ୍ୟା ଗୁଡ଼ିକ ସମ୍ପର୍କରେ ପଦଟିଏ ହେଲେ କହି ନାହାନ୍ତି। ଲୋକମାନେ ବିଜେପିର ଏହି ପ୍ରତିଶ୍ରୁତି ପତ୍ରକୁ ନିଶ୍ଚିତ ପ୍ରତ୍ୟାଖ୍ୟାନ କରିବେ। ୨୦୧୪ରେ ବିଜେପି ବର୍ଷକୁ ୨ କୋଟି ନିଯୁକ୍ତି ଦେବ ବୋଲି କହିଥିଲା। ଅର୍ଥାତ ୫ ବର୍ଷରେ ୧୦ କୋଟି ନିଯୁକ୍ତି ମିଳିଥାଆନ୍ତା। ହେଲେ ଦେଶରେ ନିଯୁକ୍ତି ସୁଯୋଗ ବଢ଼ିବା ପରିବର୍ତ୍ତେ ୪.୭ କୋଟିକୁ ହ୍ରାସ ପାଇଛି। ଏକଥା ମୁଁ କହୁନାହିଁ ସରକାରୀ ସଂସ୍ଥା ଏନ୍‌ଏସ୍‌ଏସ୍‌ଓ ପକ୍ଷରୁ କୁହାଯାଇଛି।

“ବିଜେପି ୨୦୧୪ରେ ବିଦେଶରେ ଥିବା ୮୦ ଲକ୍ଷ କୋଟି ଟଙ୍କାର କଳାଧନ ଆଣି ପ୍ରତି ଭାରତୀୟଙ୍କ ବ୍ୟାଙ୍କ ଖାତାରେ ୧୫ ଲକ୍ଷ ଟଙ୍କା ଲେଖାଏ ଜମା କରିବ ବୋଲି କହିଥିଲା।

କିନ୍ତୁ ବାସ୍ତବରେ ଦେଶର ଟଙ୍କା ନେଇ ନିରବ ମୋଦି, ଲଳିତ ମୋଦି, ବିଜୟ ମାଲ୍ୟା ଓ ମେହୁଲ ଚୋକ୍ସିଙ୍କ ଭଳି ଲୋକ ସାଧାରଣ ଲୋକଙ୍କ ୧ ଲକ୍ଷ କୋଟି ଟଙ୍କା ନେଇ ବିଦେଶ ଚାଲିଯାଇଛନ୍ତି। ବର୍ତ୍ତମାନ ଦେଶରେ କୃଷି ଅଭିବୃଦ୍ଧି ହାର ୨.୯% ରହିଛି। ଏଭଳି ସ୍ଥିତିରେ ଚାଷୀଙ୍କ ଆୟ ୨୦୨୨ ସୁଦ୍ଧା ନୁହେଁ ବର୍ଷ ଦୀର୍ଘ ୨୮ ବର୍ଷ ପରେ ଯାଇ ହିଁ ଦୁଇଗୁଣ ହୋଇପାରିବ। ତେଣୁ ବିଜେପି ଇସ୍ତାହାର ଏକ ଜୁମଲା” ବୋଲି କଂଗ୍ରେସ ମୁଖପାତ୍ର କହିଛନ୍ତି।



from Odisha Reporter http://bit.ly/2uUnBrH

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages