
ହାଇଦ୍ରାବାଦ: ଚିଳିତ ଆଇପିଏଲ୍ର ୧୯ତମ ମ୍ୟାଚ୍ରେ ସନ୍ ରାଇଜର୍ସ ହାଇଦ୍ରାବାଦ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ଗତ ମ୍ୟାଚ୍ରେ ଚେନ୍ନାଇକୁ ହରାଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମେ ବ୍ୟାଟିଂ କରିବ।
ଆଜି ମୁମ୍ବାଇ ଟିମ୍ରେ ଦୁଇଟି ପରିବର୍ତ୍ତନ କରାଯାଇଛି। ଯୁବରାଜ ସିଂହଙ୍କ ବଦଳରେ ଈଶାନ କିଷନଙ୍କୁ ସୁଯୋଗ ମିଳିଛି। ସେହିପରି ଲସିଥ ମାଲିଙ୍ଗାଙ୍କ ବଦଳରେ ଚୂଡ଼ାନ୍ତ ଏକାଦଶରେ ଅଲଜାରି ଜୋଶେଫଙ୍କୁ ସାମିଲ କରାଯାଇଛି। ଗତ ମ୍ୟାଚ୍ରେ ମୁମ୍ବାଇ ଶକ୍ତିଶାଳୀ ଚେନ୍ନାଇକୁ ୩୭ ରନ୍ରେ ପରାସ୍ତ କରିଥିଲା। ସେହିପରି ହାଇଦ୍ରାବାଦ୍ ମଧ୍ୟ ଗତ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ଜିତିଥିଲା।
from Odisha Reporter http://bit.ly/2U21iL1
No comments:
Post a Comment