ପୁଣି ରାଜସ୍ଥାନଠାରୁ ହାରିଲା ମୁମ୍ବାଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ପୁଣି ରାଜସ୍ଥାନଠାରୁ ହାରିଲା ମୁମ୍ବାଇ

ଜୟପୁର: ୱାଙ୍ଖେଡ଼ ପରାଜୟର ପ୍ରତିଶୋଧ ଜୟପୁରରେ ରାଜସ୍ଥାନଠାରୁ ନେବା ପାଇଁ ମୁମ୍ବାଇ ଯେଉଁ ଲକ୍ଷ୍ୟ ରଖିଥିଲା, ତାହା ‍ଫସର ଫାଟିଯାଇଛି। ଆଜି ଘରୋଇ ପଡ଼ିଆରେ ରାଜସ୍ଥାନ ରୟାଲ୍ସ ଭ୍ରମଣକାରୀ ମୁମ୍ବାଇ ଇଣ୍ଡିଆନ୍ସକୁ ୫ ୱିକେଟ୍‌ରେ ପରାସ୍ତ କରିଛି। ଏହି ବିଜୟ ସହ ରାଜସ୍ଥାନ ଚଳିତ ସିଜିନ୍‌ରେ ୯ଟି ମ୍ୟାଚରୁ ୩ୟ ବିଜୟ ହାସଲ କରି ପ୍ଲେ ଅଫ୍‌ ଖେଳିବାର ଆଶା ଉଜ୍ଜୀବିତ ରଖିଛି।

ଅନ୍ୟପକ୍ଷରେ ମୁମ୍ବାଇ ୧୦ଟି ମ୍ୟାଚ୍‌ରୁ ୪ର୍ଥ ପରାଜୟ ସହ ୧୨ ପଏଣ୍ଟରେ ପୂର୍ବଭଳି ସୀମିତ ରହିଛି। ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭର୍‌ରେ ୧୬୧ ରନ୍‌ କରିଥିବା ବେଳେ ରାଜସ୍ଥାନ ୫ଟି ବଲ୍‌ ପୂର୍ବରୁ ୫ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟ ହାସଲ କରିନେଇଛି। ରାଜସ୍ଥାନର ନୂଆ ଅଧିନାୟକ ଷ୍ଟିଭ୍‌ ସ୍ମିଥ ଅପରାଜିତ ୫୯ ରନ୍‌ର ଇନିଂସ୍‌ ଖେଳି ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତାଙ୍କୁ ୧୭ ବର୍ଷୀୟ ରିୟାନ ପରାଗ ଭରୂପର ସହଯୋଗ କରି ନିଜ ଦକ୍ଷତାର ପ୍ରଦର୍ଶନ କରିଥିଲେ।

ଆଜି ରାଜସ୍ଥାନ ଅଧିନାୟ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ କ୍ୱିଣ୍ଟନ୍‌ ଡିକକ୍‌ଙ୍କ ୬୫, ସୂର୍ଯ୍ୟ କୁମାର ଯାଦବଙ୍କ ୩୪ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୨୩ ରନ୍‌ ବଳରେ ୫ ୱିକେଟ୍‌ ହରାଇ ୧୬୧ ରନ୍‌ କରିଥିଲା।

୧୬୨ ରନ୍‌ର ଟାର୍ଗେଟ ପାଇଥିବା ରାଜସ୍ଥାନ ରୟାଲ୍ସ ଆରମ୍ଭରୁ ୧୨ ରନ୍‌ କରିଥିବା ଅଜିଙ୍କ୍ୟ ରାହଣେଙ୍କୁ ହରାଇଥିଲା। ତେବେ ଦ୍ୱିତୀୟ ୱିକେଟ୍‌ ପାଇଁ ସଞ୍ଜୁ ସାମସନ ଓ ଷ୍ଟିଭ୍‌ ସ୍ମିଥ ସ୍ଥିତି ସମ୍ଭାଳିଥିଲେ। ସାମସନ ବିସ୍ଫୋରକ ୧୯ ବଲ୍‌ରେ ୩୫ ରନ୍‌ କରି ରାହୁଲ ଚହରଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଏହାପରେ ବେନ୍‌ ଷ୍ଟୋକ୍ସ ଖାତା ଖୋଲିବା ପୂର୍ବରୁ ଚହରଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରି ଯାଇଥିଲେ।

୭୭ ରନ୍‌ରେ ୩ ୱିକେଟ୍‌ ହରାଇଥିବା ରାଜସ୍ଥାନ ପାଇଁ ନୂଆ ତାରକା ୧୭ ବର୍ଷୀୟ ରିୟାନ ପରାଗ ମ୍ୟାଚ୍‌ ବିଜୟୀ ଇନିଂସ୍‌ ଖେଳିଥିଲେ। ତାଙ୍କୁ ସ୍ମିଥ ଭରପୂର ସହଯୋଗ କରିଥିଲେ। ଉଭୟ ୪ର୍ଥ ୱିକେଟ୍‌ ପାଇଁ ୭୦ ରନ୍‌ ଯୋଡ଼ି ମୁମ୍ବାଇ ହାତାରୁ ମ୍ୟାଚ୍‌ ଛଡ଼ାଇ ନେଇଥିଲେ। ବିଜୟ ପାଇଁ ୧୫ ରନ୍‌ ଦରକାର ଥିବା ବେଳେ ୪୩ ରନ୍‌ କରିଥିବା ପରାଗ ଦୁର୍ଭାଗ୍ୟଜନକ ଭାବେ ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଆଷ୍ଟନ୍‌ ଟର୍ଣ୍ଣର ମଧ୍ୟ ମାତ୍ର ଗୋଟିଏ ବଲ୍‌ ଖେଳି ଆଉଟ୍‌ ହୋଇଥିଲେ। ତେବେ ସ୍ମିଥ ଗୋଟିଏ ପଟେ ବେଶ ଆକର୍ଷଣୀୟ ଢଙ୍ଗରେ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ହାସଲ କରିବା ସହ ଦଳର ବିଜୟ ମୁଣ୍ଡି ମାରିଥିଲେ। ଶେଷ ଓଭର୍‌ରେ ଦଳକୁ ୪ ରନ୍‌ ଦରକାର ଥିବା ବେଳେ ଷ୍ଟୁଆର୍ଟ ବିନ୍ନିଙ୍କ ପ୍ୟାଡ୍‌ରେ ବାଜି ମାଲିଙ୍ଗାଙ୍କ ବଲ୍‌ଟି ଚୌକା ହୋଇଯାଇଥିଲା। ସ୍ମିଥ ଶେଷ ପର୍ଯ୍ୟନ୍ତ ୫୯ ଓ ବିନ୍ନି ୭ ରନ୍‌ କରି ଅପରାଜିତ ରହିଥିଲେ।
ମୁମ୍ବାଇ ପକ୍ଷରୁ ରାହୁଲ ଚହର ୩ଟି ୱିକେଟ୍‌ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଗୋଟିଏ ୱିକେଟ୍‌ ପାଇଛନ୍ତି।



from Odisha Reporter http://bit.ly/2Xrralr

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages