ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ଦୁଇ ଟିମ୍‌ରେ ଏକାଧିକ ପରିବର୍ତ୍ତନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଟସ୍‌ ଜିତି ଦିଲ୍ଲୀର ବୋଲିଂ ନିଷ୍ପତ୍ତି, ଦୁଇ ଟିମ୍‌ରେ ଏକାଧିକ ପରିବର୍ତ୍ତନ

ନୂଆଦିଲ୍ଲୀ: ଆଇପିଏଲ୍‌ର ୩୭ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦାଶ ପଞ୍ଜାବ ମୁହାଁମୁହିଁ ହେଉଛନ୍ତି।

ଏହି ମ୍ୟାଚ୍‌ରେ ଘରୋଇ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ ରବିଚନ୍ଦ୍ରନ ଅଶ୍ୱିନ୍‌ଙ୍କ ପଞ୍ଜାବ ପ୍ରଥମେ ବ୍ୟାଟିଂ କରୁଛି। ଶେଷ ଖବର ସୁଦ୍ଧା ପଞ୍ଜାବ ୨ ଓଭର୍‌ରେ ଗୋଟିଏ ୱିକେଟ୍‌ ହରାଇ ୧୪ ରନ୍‌ କରିଛି। ଓପନ୍‌ର ଲୋକେଶ ରାହୁଲ ୧୨ ରନ୍‌ କରି ସନ୍ଦୀପ ଲାମିଚେନ୍‌ଙ୍କ ବଲରେ ଆଉଟ୍‌ ହୋଇଛନ୍ତି। କ୍ରିସ୍‌ ଗେଲ ୨ ରନ୍‌ କରି ଅପରାଜିତ ରହିଛନ୍ତି।

ଆଜିର ମ୍ୟାଚ୍‌ରେ ଦୁଇ ଟିମ୍‌ ସେମାନଙ୍କର ଚୂଡ଼ାନ୍ତ ଏକାଦଶରେ ଏକାଧିକ ପରିବର୍ତ୍ତନ କରିଛନ୍ତି। ଦିଲ୍ଲୀ ପକ୍ଷରୁ କ୍ରିସ୍‌ ମୋରିସ୍‌ଙ୍କ ବଦଳରେ ଏସ୍‌ ରଥରଫୋର୍ଡ ଖେଳୁଥିବା ବେଳେ କୋଲିନ୍‌ ମନରୋଙ୍କ ବଦଳରେ କୋଲିନ୍‌ ଇମଗ୍ରାନ୍‌ଙ୍କୁ ସୁଯୋଗ ମଳିଛି। ସେହିପରି କେମୋ ପଲଙ୍କ ବଦଳରେ ସନ୍ଦୀପ ଲାମିଚାନେଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ଅନ୍ୟପକ୍ଷରେ ପଞ୍ଜାବ ତା’ର ଚୂଡ଼ାନ୍ତ ଏକାଦଶରେ ନିକୋଲାସ ପୋରାନ୍‌ଙ୍କ ବଦଳରେ ସାମ କରାନଙ୍କୁ ସ୍ଥାନ ଦେଇଛି। ସେହିପରି ଅର୍ଶଦୀପ ସିଂହଙ୍କ ବଦଳରେ ହରପ୍ରୀତ ଓ ମୁଜୀବ ଉର୍‌ ରେହମାନଙ୍କ ବଦଳରେ ହାରଡୁସ ଭିଲଜୋନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ମିଳିଛି।



from Odisha Reporter http://bit.ly/2IvLLBK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages