
ଜୋହାନସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ମହିଳା ବିଶ୍ୱକପ୍ କ୍ରିକେଟର୍ ଏଲରିସା ଟି-ଫୌରୀ ଓ ତାଙ୍କ ସନ୍ତାନର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ ହୋଇଛି। ଏହି ଦୁର୍ଘଟଣା ଶୁକ୍ରବାର ଷ୍ଟିଲଫୋଣ୍ଟେନଠାରେ ଘଟିଥିଲା। ମାତ୍ର ୨୫ ବର୍ଷୀୟା ଏହି ଅଲରାଉଣ୍ଡର ଜଣଙ୍କ ଦକ୍ଷିଣ ଆଫ୍ରିକା ପକ୍ଷରୁ ତିନୋଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚ୍ ଖେଳିଛନ୍ତି।
୨୦୧୩ ବିଶ୍ୱକପରେ ସେ ଦକ୍ଷିଣ ଆଫ୍ରିକାର ଟିମର ସଦସ୍ୟ ଥିଲେ। କ୍ରିକେଟ୍ ଦକ୍ଷିଣ ଆଫ୍ରିକାର ମୁଖ୍ୟ କାର୍ଯ୍ୟକାରୀ ଥାବାଙ୍ଗ ମୋରୋଏ କହିଛନ୍ତି, ଏହା ଏକ ଭୟଙ୍କର ଦୁର୍ଘଟଣା ଥିଲା। ଏଲରିସାଙ୍କ ମୃତ୍ୟୁ ଖବର ପାଇବା ପରେ ଆମେ ସମସ୍ତେ ମର୍ମାହତ। ସିଏସଏ ତାଙ୍କ ସ୍ୱାମୀ ଓ ପରିବାର ପ୍ରତି ଗଭୀର ସମବେଦନା ଜଣାଉଛି।
ସୂଚନାଯୋଗ୍ୟ, ଘରୋଇ କ୍ରିକେଟରେ ନର୍ଥ ୱେଷ୍ଟ ଡ୍ରାଗନ୍ ପକ୍ଷରୁ ଖେଳୁଥିବା ଏଲରିସା ଜଣେ ସଫଳ ଅଲରାଉଣ୍ଡର। ସେ ତୃଣମୂଳସ୍ତରରେ ବହୁତ ଦୃଢ଼ ଥିବା ବେଳେ ସ୍ଥାନୀୟ କ୍ରିକେଟରଙ୍କୁ ପ୍ରଶିକ୍ଷଣ ଦେଉଥିଲେ। ସେ କଟକ ବାରବାଟୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ନିଜର ଦିନିକିଆ କ୍ରିକେଟ୍ ପଦାର୍ପଣ କରିଥିଲେ। ସେ ନିଜର ଶେଷ ମ୍ୟାଚ ୨୦୧୩ ସେପ୍ଟେମ୍ବରରେ ବାଂଲାଦେଶ ବିପକ୍ଷରେ ଖେଳିଥିଲେ।
from Odisha Reporter http://bit.ly/2OXu0eV
No comments:
Post a Comment