ସେନା ପୋଷାକରେ ଆତଙ୍କୀ, ହାଇଆଲର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, April 29, 2019

ସେନା ପୋଷାକରେ ଆତଙ୍କୀ, ହାଇଆଲର୍ଟ

କଲମ୍ବୋ: ଶ୍ରୀଲଙ୍କାରେ ଏପ୍ରିଲ ୨୧ରେ ଆତଙ୍କବାଦୀଙ୍କ ସିରିଜ ବୋମା ଆକ୍ରମଣ ଘଟିଥିଲା। ଇଷ୍ଟର ରବିବାରରେ ଶ୍ରୀଲଙ୍କାରେ ରକ୍ତର ହୋଲି ଖେଳିଥିବା ଆଇଏସ୍‌ ଆତଙ୍କବାଦୀମାନେ ଆହୁରି ବଡ଼ଧରଣର ହମ୍‌ଲା କରିବାକୁ ଯୋଜନା କରୁଥିବାର ସୂଚନା ମିଳିଛି। ବିଶେଷ କରି ଆତଙ୍କୀମାନେ ବିସ୍ଫୋରକ ଭରା ଭ୍ୟାନ୍‌ ବ୍ୟବହାର କରିବା ସଙ୍ଗେସଙ୍ଗେ ସେନା ପୋଷାକ ପିନ୍ଧି ନିଜ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି।

ଏଭଳି ଖବର ମିଳିବା ପରେ ସମଗ୍ର ଶ୍ରୀଲଙ୍କାରେ ହାଇଆଲର୍ଟ ଜାରି କରାଯାଇଛି। ମିନିଷ୍ଟ୍ରିଆଲ ସିକ୍ୟୁରିଟି ଡିଭିଜନ୍‌(ଏମ୍‌ଏସ୍‌ଡି)ର ମୁଖ୍ୟ ଏ ସଂକ୍ରାନ୍ତରେ ଏକ ଚିଠି ସମସ୍ତ ବିଭାଗ ଓ ସୁରକ୍ଷା କର୍ମକର୍ତ୍ତାଙ୍କୁ ପଠାଇଛନ୍ତି। ଏଥିରେ ସେ ଶ୍ରୀଲଙ୍କାରେ ଆହୁରି ବଡ଼ଧରଣର ଆତଙ୍କୀ ହମ୍‌ଲା ହେବାର ଆଶଙ୍କା ଥିବା କଥା କହିଛନ୍ତି।

ଏହି ଚିଠିରେ କୁହାଯାଇଛି ଯେ ଆଇଏସ୍‌ ଆତଙ୍କବାଦୀମାନେ ଏବେ ସେନା ପୋଷାକ ପିନ୍ଧି ଶ୍ରୀଲଙ୍କାରେ ପ୍ରବେଶ କରିଛନ୍ତି। ଏବେ ସମଗ୍ର ଦେଶରେ ସେନା ମୁତୟନ କରାଯାଇଛି। ଏମାନଙ୍କ ଆଖିରେ ଧୂଳି ଦେଇ ଧର୍ମାନୁଷ୍ଠାନ ଓ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆତଙ୍କବାଦୀମାନେ ଆକ୍ରମଣ କରିବାକୁ ଯୋଜନା କରିଛନ୍ତି। କିଛି ଆତଙ୍କୀ ସେନା ପୋଷାକରେ ରହିଥିବା ବେଳେ ଆଉ କିଛି ଭ୍ୟାନ୍‌ରେ ବିସ୍ଫୋରକ ଖଞ୍ଜି ଆତ୍ମଘାତୀ ହମ୍‌ଲା କରିବାକୁ ଚାହୁଁଛନ୍ତି। ଏଭଳି ଖବର ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମଗ୍ର ଶ୍ରୀଲଙ୍କାରେ ହାଇଆଲର୍ଟ କରାଯାଇଛି।

ଅନ୍ୟପକ୍ଷରେ ଏପ୍ରିଲ ୨୧ରେ ଘଟିଥିବା ସିରିଜ୍‌ ବୋମା ବିସ୍ଫୋରଣରେ ୨୫୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ଶ୍ରୀଲଙ୍କାରେ କର୍ଫ୍ୟୁ ଲାଗୁ କରାଯାଇଥିଲା। ଗତକାଲି ଏହାକୁ ପ୍ରତ୍ୟାହାର କରାଯାଇଛି। ତେବେ ଆଜି ଏଭଳି ସୂଚନା ସରକାର ଓ ସୁରକ୍ଷାକର୍ମୀଙ୍କ ଚିନ୍ତା ବଢ଼ାଇ ଦେଇଛି।



from Odisha Reporter http://bit.ly/2Pxxmpe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages