ଚିଙ୍ଗୁଡ଼ି ଚକ୍‌ମା କେବେ ଖାଇଛନ୍ତି ଯଦି ନା’, ତାହେଲେ ଆଜି ହିଁ ଘରେ ପ୍ରସ୍ତୁତ କରି ଖାଆନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, April 20, 2019

ଚିଙ୍ଗୁଡ଼ି ଚକ୍‌ମା କେବେ ଖାଇଛନ୍ତି ଯଦି ନା’, ତାହେଲେ ଆଜି ହିଁ ଘରେ ପ୍ରସ୍ତୁତ କରି ଖାଆନ୍ତୁ

prawn

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆପଣ ଅନେକ ପ୍ରକାରର ଚିଙ୍ଗୁଡ଼ି ଆଇଟମ୍‌ ଖାଇଥିବେ କିନ୍ତୁ କେବେ କ’ଣ ଚିଙ୍ଗୁଡ଼ି ଚକ୍‌ମା ଖାଇଛନ୍ତି। ଏହାକୁ ଆପଣ ଘରେ ଅତି ସହଜରେ ପ୍ରସ୍ତୁତ କରି ଏହାର ମଜା ନେଇ ପାରିବେ। ତେବେ ଚାଲନ୍ତୁ ଜାଣିବା ଘରେ କେମିତି ପ୍ରସ୍ତୁତ କରିବେ ଚିଙ୍ଗୁଡ଼ି ଚକ୍‌ମା।

ଆବଶ୍ୟକ ସାମଗ୍ରୀ: ଚିଙ୍ଗୁଡ଼ି, ଲଙ୍କା ପାଉଡ଼ର, ଜିରା ପାଉଡ଼ର, ଗରମ ମସଲା, ହଳଦୀ ଗୁଣ୍ଡ, ତେଲ ,ଲୁଣ, ମସଲା ପେଷ୍ଟ୍‌- ( ଭିନେଗାର, ଶୁଖିଲା ଲଙ୍କା, ଜିରା, ରସୁଣ)ରେ ପ୍ରସ୍ତୁତ।

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ବଡ଼  ଚିଙ୍ଗୁଡ଼ି ଆଣି ତାକୁ ଧୋଇ ସେଥିରେ ଲୁଣ ହଳଦୀ ଗୋଳାଇ ଏକ ପାତ୍ରରେ ରଖନ୍ତୁ। ତାପରେ ସେହି ଚିଙ୍ଗୁଡ଼ିରେ ଭିନେଗାର, ଜିରା, ରସୁଣ, ଶୁଖିଲା ଲଙ୍କା ପେଷ୍ଟ୍‌ ପକାନ୍ତୁ। ଏହାପରେ ସେଥିରେ ଲୁଣ, ଅଳ୍ପ ହଳଦୀ, ଗରମ ମସଲା, ଅଳ୍ପ ଜିରା ପାଉଡର ପକାଇ ଗୋଳେଇ ଦିଅନ୍ତୁ। ତାପରେ କିଛି ସମୟ ତାକୁ ରଖି ଦିଅନ୍ତୁ।

ଏହାପରେ ଚୁଲିରେ ଏକ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେହି ମସଲା ଗୋଳା ହୋଇ ରହିଥିବା ଚିଙ୍ଗୁଡ଼ିକୁ ପକାଇ ଏପଟ ସେପଟ କରି ଲେଉଟାଇ ଭାଜନ୍ତୁ। ଚିଙ୍ଗୁଡ଼ି ଭାଜି ହୋଇଯିବା ପରେ ସେଥିରେ ଗରମ ମସଲା ପକାଇ ଗୋଳାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଚକ୍‌ମା। ତାଙ୍କୁ ଏକ ପାତ୍ରକୁ କାଢ଼ି ନିଜେ ଖାଆନ୍ତୁ ଅନ୍ୟକୁ ଖୁଆନ୍ତୁ।



from Odisha Reporter http://bit.ly/2Iufmvn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages