ଶ୍ରୀଲଙ୍କା ନରସଂହାର ପଛରେ ଆଇଏସ୍‌ ଆତଙ୍କୀ ସଂଗଠନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, April 23, 2019

ଶ୍ରୀଲଙ୍କା ନରସଂହାର ପଛରେ ଆଇଏସ୍‌ ଆତଙ୍କୀ ସଂଗଠନ

କାଇରୋ: ୩୨୧ ନିରୀହ ଲୋକଙ୍କ ଜୀବନ ନେବା ସହ ୫୦୦ ଜଣଙ୍କୁ ଆହତ କରିଥିବା ଶ୍ରୀଲଙ୍କା ସିରିଜ୍‌ ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କବାଦୀ ସଂଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌। ଆଇଏସ୍‌ର ଖବର ଓ ପ୍ରଚାର ସଂସ୍ଥା ଏଏମ୍‌ଏକ୍ୟୁ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଏମ୍‌ଏକ୍ୟୁ ପକ୍ଷରୁ କୁହାଯାଇଛି, ଇସ୍‌ଲାମିକ୍‌ ଷ୍ଟେଟ୍‌ ସହ ଜଡ଼ିତ ବ୍ୟକ୍ତିମାନେ ରବିବାର ଶ୍ରୀଲଙ୍କାରେ ଖ୍ରୀଷ୍ଟିଆନ୍‌ ଏବଂ ଆମେରିକା ନେତୃତ୍ୱାଧୀନ ମେଣ୍ଟକୁ ଟାର୍ଗେଟ୍‌ କରି ବିସ୍ଫୋରଣ ଘଟାଇଛନ୍ତି। କିନ୍ତୁ ଏହି ଆକ୍ରମଣ ସେମାନେ ହିଁ କରିଛନ୍ତି ବୋଲି ଗ୍ରୁପ୍‌ ପକ୍ଷରୁ କୌଣସି ପ୍ରମାଣ ଦିଆଯାଇ ନାହିଁ।

ପୂର୍ବରୁ ଶ୍ରୀଲଙ୍କା ସରକାରଙ୍କ ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ରୁୱାନ୍‌ ୱିଜ୍‌ୱେନ୍ଦ୍ରେ କହିଥିଲେ, ଇଷ୍ଟର୍‌ ରବିବାରରେ ଘଟିଥିବା ଏହି ଘଟଣା ଗତ କିଛି ଦିନ ତଳେ ନ୍ୟୁଜିଲ୍ୟାଣ୍ଡର ମସଜିଦରେ ଘଟିଥିବା ଆତଙ୍କୀ ହମ୍‌ଲାର ପ୍ରତିଶୋଧ ନେବା ପାଇଁ ଘଟିଛି। ସେ ୨ଟି ସ୍ୱଦେଶୀ ଇସ୍‌ଲାମିକ୍‌ ଆତଙ୍କୀ ସଂଗଠନର ସମ୍ପୃକ୍ତି ଥିବା ନେଇ ସନ୍ଦେହ ପ୍ରକାଶ କରିଥିଲେ। ସେପର୍ଯ୍ୟନ୍ତ କୌଣସି ଆତଙ୍କୀ ସଂଗଠନ ନିଜକୁ ଦାୟୀ କରିନଥିଲେ। ଶ୍ରୀଲଙ୍କା ସରକାର ସ୍ଥାନୀୟ ଏକ ଉଗ୍ରବାଦୀ ସଂଗଠନ ନ୍ୟାସନାଲ ଥୋହିଥ୍‌ ଜମାତ୍‌ (ଏନ୍‌ଟିଜେ)କୁ ଦାୟୀ କରି ଆସୁଥିଲେ। ଏହି ଏନ୍‌ଟିଜେର ସଦସ୍ୟମାନେ ଶ୍ରୀଲଙ୍କାର ନାଗରିକ, କିନ୍ତୁ କୌଣସି ନା କୌଣସି ବିଦେଶୀ ଆତଙ୍କୀ ସଂଗଠନ ସହିତ ଜଡ଼ିତ।

ୱିଜ୍‌ୱେନ୍ଦ୍ରେ ପୂର୍ବରୁ କହିଥିଲେ, ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଏହା ନ୍ୟୁଜିଲ୍ୟାଣ୍ଡର କ୍ରାଏଷ୍ଟଚର୍ଚ୍ଚସ୍ଥିତ ବିଭିନ୍ନ ମସ୍‌ଜିଦ୍‌କୁ ଟାର୍ଗେଟ୍‌ କରାଯାଇଥିବା ଆକ୍ରମଣର ପ୍ରତିକ୍ରିୟାରେ ହୋଇଥିବା ଆକ୍ରମଣ। ସେ ଗତ ମାର୍ଚ୍ଚ ୧୫ର ଘଟଣାକୁ ଏହା ସହିତ ଯୋଡ଼ିଥିଲେ, ଯେଉଁଥିରେ ଜଣେ ବନ୍ଧୁକଧାରୀ ଅତର୍କିତ ଆକ୍ରମଣ କରି ୫୦ ଜଣଙ୍କ ଜୀବନ ନେଇଥିଲା। ଏପରିକି ସୋଶାଲ ମିଡିଆରେ ଏହି ଭୟଙ୍କର କାଣ୍ଡର ଭିଡିଓ ପ୍ରସାରଣ ମଧ୍ୟ କରିଥିଲା। କିନ୍ତୁ ନ୍ୟୁଜିଲ୍ୟାଣ୍ଡ ଘଟଣାକୁ ଶ୍ରୀଲଙ୍କା ବିସ୍ଫୋରଣ ସହିତ କାହିଁକି ବା କେଉଁ ଆଧାରରେ ଯୋଡ଼ୁଛନ୍ତି ସେ ସମ୍ପର୍କରେ ଶ୍ରୀଲଙ୍କା ସରକାର କିଛି ଜଣାଇ ନଥିଲେ।

ଏହି ଘଟଣାକୁ ନେଇ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ୍‌ ୱିକ୍ରମ୍‌ସିଂଘେ କିନ୍ତୁ ଆରମ୍ଭରୁ ଏକ ଆଭାସ ଦେଇ କହିଥିଲେ, ବିଶ୍ୱସ୍ତରର ଆତଙ୍କବାଦ ଶ୍ରୀଲଙ୍କା ପହଞ୍ଚିସାରିଛି। ସେ ସଂସଦରେ କହିଥିଲେ, ୨୦୦୯ ମସିହାରେ ଏଲ୍‌ଟିଟିଇ ଆତଙ୍କ ସମାପ୍ତ ହେବା ପୂର୍ବରୁ ୩ ଦଶନ୍ଧି ଧରି ରାଜନୀତିକ ବିବାଦ ପାଇଁ ଦେଶରେ ଅସ୍ଥିରତା ଲାଗି ରହିଥିଲା। କିନ୍ତୁ ବର୍ତ୍ତମାନର ଆକ୍ରମଣ ଏଥିରୁ ଭିନ୍ନ ଥିଲା। ସେ କହିଥିଲେ, “ମୁସଲିମ୍‌ ଗୋଷ୍ଠୀ ଏହି ଆକ୍ରମଣର ବିରୋଧୀ। ସେମାନଙ୍କ ମଧ୍ୟରୁ ହାତ ଗଣତି କିଛି ଜଣ ଏହାକୁ ସମର୍ଥନ ଜଣାଉଛନ୍ତି। ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଦେଶ ଏହାକୁ ନିନ୍ଦା କରିସାରିଛନ୍ତି।”

କିନ୍ତୁ ବିରୋଧୀ ଦଳ ନେତା ମହିନ୍ଦ୍ରା ରାଜପାକ୍ସେ କହିଥିଲେ, “ସରକାର ଜାତୀୟ ସୁରକ୍ଷା ନିଶ୍ଚିତ କରିବାରେ ଅସମର୍ଥ। ମୁଁ ଯେତେବେଳେ ସରକାର ହସ୍ତାନ୍ତର କରିଥିଲି, ଏ ଦେଶ ଆତଙ୍କବାଦମୁକ୍ତ ଥିଲା। ମୋ ସରକାରରେ ଏଭଳି କିଛି ବି ଆକ୍ରମଣ ହୋଇନଥିଲା। ଯଦି ଏବର ସରକାର ଲୋକଙ୍କୁ ସୁରକ୍ଷା ଦେଇପାରୁ ନାହାନ୍ତି, ତାହେଲେ ସେମାନେ ଗାଦି ଛାଡ଼ିବା ଦରକାର।”



from Odisha Reporter http://bit.ly/2KXPE4A

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages