
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକ ପରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ। ଏଥିପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ପର୍ଯ୍ୟାୟରେ ୬ଟି ଲୋକସଭା କ୍ଷେତ୍ର ଓ ଏହା ଅନ୍ତର୍ଗତ ୪୨ଟି ବିଧାନସଭା କ୍ଷେତ୍ରରେ ଭୋଟ ଗ୍ରହଣ ହେବ।
ଏଥିପାଇଁ ବୁଥ୍ ଅଭିମୂଖେ ବାହାରିଲେଣି ପୋଲିଂ ଅଧିକାରୀ। ନିର୍ବାଚନ କମିଶନଙ୍କ ପକ୍ଷରୁ ପୋଲିଂ ଅଧିକାରୀଙ୍କୁ ବିଭିନ୍ନ ପୋଲିଂ ବୁଥକୁ ପଠାଯାଉଛି। ଭୁବନେଶ୍ୱରର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେବି କଲେଜରେ ଷ୍ଟ୍ରଙ୍ଗରୁମ୍ ଓ ବିତରଣ କେନ୍ଦ୍ର କରାଯାଇଛି।
ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ସଶସ୍ତ୍ର ପୁଲିସ ମୁତୟନ କରାଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସେହିପରି ସମ୍ବଲପୁର ଲୋକସଭା କ୍ଷେତ୍ରରେ ନିର୍ବାଚନ ପାଇଁ ମଧ୍ୟ ପୋଲିଂ ପାର୍ଟି ବୁଥ୍ ଅଭିମୁଖେ ବାହାରିଛନ୍ତି। ସମ୍ବଲପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ରେଙ୍ଗାଲି ଓ ସମ୍ବଲପୁର ବିଧାନସଭା କ୍ଷେତ୍ର ଅଧିନରେ ଥିବା ବୁଥ୍କୁ ପୋଲିଂ ପାର୍ଟି ପଠାଯାଉଛି।
from Odisha Reporter http://bit.ly/2Xpe0p4
No comments:
Post a Comment