ଟସ୍ ଜିତି ବୋଲିଂ କରିବ ସନରାଇଜର୍ସ, କେକେଆର୍ ଟିମରୁ ଉଥାପ୍ପା ଓ କୁଲଦୀପ ବାଦ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 21, 2019

ଟସ୍ ଜିତି ବୋଲିଂ କରିବ ସନରାଇଜର୍ସ, କେକେଆର୍ ଟିମରୁ ଉଥାପ୍ପା ଓ କୁଲଦୀପ ବାଦ୍

ହାଇଦ୍ରାବାଦ: ଚଳିତ ଆଇପିଏଲର ରବିବାର ୩୮ତମ ମ୍ୟାଚ୍ ସନରାଇଜର୍ସ ହାଇଦ୍ରାବାଦ ଓ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ କେନ୍ ୱିଲିୟମସନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ଥାତ୍ କେକେଆର ପ୍ରଥମେ ବ୍ୟାଟିଂ କରିବ।

କେକେଆର ଏହି ମ୍ୟାଚରେ ତିନୋଟି ବଡ଼ ପରିବର୍ତ୍ତନ କରିଛି। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା କେକେଆର ଟିମର ରବିନ୍ ଉଥାପ୍ପା, କୁଲଦୀପ ଯାଦବ ଓ ପ୍ରସିଦ୍ଧ କ୍ରିଷ୍ଣା ବାଦ୍ ପଡ଼ିଛନ୍ତି। ତେବେ ଆନ୍ଧ୍ରର ଯୁବ ବାମହାତୀ ପେସର୍ ପୃଥ୍ୱୀ ରାଜ ଆଇପିଏଲରେ ପଦାର୍ପଣ କରିଛନ୍ତି । ତେବେ ସନରାଇଜର୍ସ ଦଳ ଅପରିବର୍ତ୍ତିତ ରହିଛି।

କେକେଆର୍ ଏକାଦଶ: କ୍ରିସ୍ ଲିନ୍, ସୁନୀଲ ନରିନ୍, ଶୁବମାନ୍ ଗିଲ, ନୀତୀଶ ରାଣା, ଆନ୍ଦ୍ରେ ରସେଲ, ଦିନେଶ କାର୍ତ୍ତିକ (ଅଧିନାୟକ), ରିଙ୍କୁ ସିଂହ, ପୀୟୂଷ ଚାୱଲା, କେସି କାରିଆପ୍ପା, ହ୍ୟାରୀ ଗର୍ନି, ପୃଥ୍ୱୀ ରାଜ୍।

ସନରାଇଜର୍ସ ଏକାଦଶ: ଡେଭିଡ୍ ୱାର୍ଣ୍ଣର୍, ଜନ୍ନି ବେୟାରଷ୍ଟୋ, କେନ୍ ୱିଲିୟମସନ୍ (ଅଧିନାୟକ), ବିଜୟ ଶଙ୍କର, ଦୀପକ ହୁଡା, ୟୁସୁଫ୍ ପଠାନ୍, ରଶିଦ୍ ଖାନ୍, ଭୁବନେଶ୍ୱର କୁମାର, ସନ୍ଦୀପ ଶର୍ମା, ଶାହାବାଜ ନଦିମ, ଖଲିଲ୍ ଅହମ୍ମଦ।



from Odisha Reporter http://bit.ly/2IyIiCy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages