
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନର ଶୁଣାଣି ୨୭ତାରିଖକୁ ଘୁଞ୍ଚିଛି। କେସ୍ ଡାଏରୀ ଓ ଇଞ୍ଜୁରୀ ରିପୋର୍ଟ ଆସି ନଥିବାରୁ ଏହା ଘୁଞ୍ଚିଥିବା କୁହାଯାଇଛି। ସ୍ୱତନ୍ତ୍ର ପ୍ରାଧିକୃତ କୋର୍ଟରେ ଜାମିନ ଶୁଣାଣି ହୋଇଥିଲା।
ଗତ ସୋମବାର ପ୍ରଦୀପ ମହାରଥୀଙ୍କୁ ଗିରଫ କରାଯାଇଥିଲା। ତାଙ୍କୁ ପ୍ରଥମେ ପିପିଲି ଜେଏମ୍ଏଫ୍ସି କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ହାଜର ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଏହାପରେ ତାଙ୍କୁ ଭୁବନେଶ୍ୱର କୋର୍ଟରେ ହାଜର କରାଯାଇଥିଲା। ତାଙ୍କ ଜାମିନ ଆବେଦନ ଶୁଣାଣି ୨୪ରେ ଧାର୍ଯ୍ୟ ହୋଇଥିଲା।
ସୂଚନା ଅନୁଯାୟୀ, ମହାରଥୀଙ୍କ ଫାର୍ମ ହାଉସରେ ମଦ ଓ ଟଙ୍କା ବଣ୍ଟାଯାଉଥିବା ଖବର ପାଇ ଚଢାଉ ପାଇଁ ଯାଇଥିବା ଫ୍ଲାଇଂ ସ୍କ୍ୱାଡର ମାଜିଷ୍ଟ୍ରେଟ ଓ ଅନ୍ୟ ସଦସ୍ୟଙ୍କୁ ଆକ୍ରମଣ ହୋଇଥିଲା। ନିଜେ ମହାରଥୀ ଓ ତାଙ୍କ ସମର୍ଥକମାନେ ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିବା ଅଭିଯୋଗ ହୋଇଥିଲା। ପୁଲିସ ଏ ନେଇ ନିର୍ଦ୍ଦିଷ୍ଟ ତଥ୍ୟ ପ୍ରମାଣ ପାଇବା ପରେ ମହାରଥୀଙ୍କୁ ଗିରଫ କରିଥିଲା।
from Odisha Reporter http://bit.ly/2KZqSRm
No comments:
Post a Comment