ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଜି ସ୍ପ୍ରିଙ୍ଗ୍‌ ରୋଲ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, April 24, 2019

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସୁଜି ସ୍ପ୍ରିଙ୍ଗ୍‌ ରୋଲ୍‌

roll

ଆବଶ୍ୟକ ସାମଗ୍ରୀ: ସୁଜି, ମଇଦା, ବନ୍ଧା କୋବି, ଗାଜର, ତେଲ, ଲୁଣ ଓ ଲଙ୍କା ଗୁଣ୍ଡ

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ସୁଜିକୁ ଆଣି ଗ୍ରାଇଣ୍ଡିଂ କରନ୍ତୁ। ଏହା ପୂରା ପାଉଡର ପରି ହୋଇଗଲା ପରେ ତାକୁ ଏକ ପାତ୍ରରେ ରଖି ପାଣି ପକାଇ ଅଟା ଚକଟିଲା ଭଳି ଚକଟି ଦିଅନ୍ତୁ। ଭଲ କରି ଚକଟନ୍ତୁ ଯେମିତି ପୂରା ନରମ ରହିବ। ତା’ପରେ ଏକ ଓଦା କପଡ଼ା ସେହି ସୁଝି ଚକଟା ଉପରେ କିଛି ସମୟ ପକାଇ ଦିଅନ୍ତୁ।

୧୫ ରୁ ୨୦ ମିନିଟ୍‌ ରଖିବା ପରେ ସୁଜି ପାଣି ପିଇ ଫୁଲି ଯାଇଥାଏ। ତା’ପରେ ଏହାକୁ ଛୋଟ ଛୋଟ ଗୁଳା କରି ଏହା ରୁଟି ବେଲିଲା ପରି ମଇଦା ପକାଇ ପୂରା ପତଳା ପତଳା କରି ବେଲି ଦିଅନ୍ତୁ।
ତାପରେ ଚୁଲିରେ ତାୱା ବସାନ୍ତୁ। ତାୱା ଗରମ ହୋଇଯିବା ପରେ ସେଥିରେ ସୁଜିରେ ପ୍ରସ୍ତୁତ ରୁଟି ପକାଇ ଏପଟ ସେପଟ ଓଲଟାଇ ସେକି ଦିଅନ୍ତୁ। ତାକୁ ଏକ ପାତ୍ରରେ ରଖନ୍ତୁ।

ଅନ୍ୟପଟେ ଅଠା ପ୍ରସ୍ତୁତ କରିବା ପାଇଁ ଏକ ପାତ୍ରରେ ମଇଦା ନେଇ ସେଥିରେ ଅଳ୍ପ ପାଣି ମିଶାଇ ଅଠା ପ୍ରସ୍ତୁତ କରନ୍ତୁ।
ଏହାପରେ ପୁର ପ୍ରସ୍ତୁତ କରିବା ପାଇଁ ବନ୍ଧା କୋବି ଓ ଗାଜରକୁ ଛୋଟ ଛୋଟ କରି କାଟି ଦେଇ ଏକ ପାତ୍ରରେ ରଖନ୍ତୁ। ସେଥିରେ ଆପଣ ଚାହିଁଲେ ଅଳ୍ପ ଲଙ୍କା ଗୁଣ୍ଡ ଓ ଅଳ୍ପ ଲୁଣ ପକାଇ ଗୋଳେଇ ଦେଇ ତାକୁ ସେହି ସୁଜି ରୁଟିରେ ପୁର ଦିଅନ୍ତୁ। ତା’ପରେ ସେଥିରେ ମଇଦା ଅଠା ଲଗାଇ ଦେଇ ରୋଲ୍‌ କରି ଦିଅନ୍ତୁ। ଆପଣ ଚାହିଁଲେ କଡ଼େଇରେ ପୁର ଭାଜି ରୋଲ୍‌ କରି ପାରିବେ।

ତା’ପରେ କଡ଼େଇରେ ତେଲ ଗରମ କରି ସେହି ସ୍ପ୍ରିଙ୍ଗ୍‌ ରୋଲ୍‌କୁ ଛାଣନ୍ତୁ। ଟିକେ ବାଦାମୀ ରଙ୍ଗ ହୋଇ ଆସିଲେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ସୁଜିରେ ତିଆରି ସ୍ପ୍ରିଙ୍ଗ୍‌ ରୋଲ୍‌। ଏହା ଖୁବ୍‌ ସ୍ୱାସ୍ଥ୍ୟକର। ଖାସ୍‌ କରି ପିଲାମାନେ ଏହାକୁ ଖୁବ୍‌ ପସନ୍ଦ କରିବେ। ଆପଣ ଚାହିଁଲେ ପନିର ଓ ଚିକେନ୍‌ ପୁର ଦେଇ ମଧ୍ୟ ପ୍ରସ୍ତୁତ କରି ପାରିବେ।



from Odisha Reporter http://bit.ly/2IT7fbi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages