୧୯ ଯୁଦ୍ଧ ଆଗରୁ ୧୯ଟି ପ୍ରତିଶ୍ରୁତି ଢାଳିଲା କଂଗ୍ରେସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, April 7, 2019

୧୯ ଯୁଦ୍ଧ ଆଗରୁ ୧୯ଟି ପ୍ରତିଶ୍ରୁତି ଢାଳିଲା କଂଗ୍ରେସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘ଆସିବ କଂଗ୍ରେସ, ହସିବ ଓଡ଼ିଶା’, ଏଭଳି ନାରା ଦେଇ ୧୯ ମହାସମର ଲାଗି ପ୍ରସ୍ତୁତ ହେଉଛି କଂଗ୍ରେସ ଆଉ ଜାରି କରିଛି ନୂଆ ଇସ୍ତାହାର।ଦଳ କ୍ଷମତାକୁ ଆସିଲେ କୃଷି ଋ଼ଣ ଛାଡ଼, ସବୁ ବେକାରୀଙ୍କୁ ନିଯୁକ୍ତି, ଶିକ୍ଷିତ ବେକାରୀଙ୍କୁ ଭତ୍ତା, ମାଗଣା ସ୍ୱାସ୍ଥ୍ୟ ସେବା, ୬ ମାସ ଭିତରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରସ୍ତ ଭଳି ଦଳ ବହୁ ଲୋଭନୀୟ ପ୍ରତିଶ୍ରୁତି ଦେଇଛି। କ୍ଷମତାକୁ ଆସିଲେ ନ୍ୟାୟ ଯୋଜନାରେ ଗରିବଙ୍କୁ ମାସିକ ୬ହଜାର ଟଙ୍କା ପ୍ରଦାନ ଲାଗି ମଧ୍ୟ କହିଛି କଂଗ୍ରେସ।

କଂଗ୍ରେସର ୧୯ଟି ପ୍ରତିଶ୍ରୁତି ସମ୍ମଳୀତ ଦଳୀୟ ଇସ୍ତାହାର ଆଜି ପ୍ରକାଶ ପାଇଛି।

ପୂର୍ବ ଘୋଷଣା ଅନୁଯାୟୀ କୃଷିଋଣ ଛାଡ଼, ଋଣ ପୈଠ କରିଥିବା ଚାଷୀଙ୍କୁ ଟଙ୍କା ଫେରସ୍ତ, ଧାନର ଏମ୍ଏସ୍‌ପି ୨୬ଶହକୁ ବୃଦ୍ଧି, ଚାଷୀଙ୍କୁ ମାଗଣା ବିଜୁଳି, ମହିଳା ଚାଷୀଙ୍କୁ ମାଗଣାରେ କୃଷି ଉପକରଣ ଯୋଗାଣ ଲାଗି କଂଗ୍ରେସ ଘୋଷଣାପତ୍ରରେ ଉଲ୍ଲେଖ କରିଛି। ପ୍ରତି ପରିବାରରୁ ଜଣଙ୍କୁ ସରକାରୀ କିମ୍ବା ଘରୋଇ କ୍ଷେତ୍ରରେ ଚାକିରୀ, ଶିକ୍ଷିତ ବେକାରୀଙ୍କୁ ମାସିକ ୩ ହଜାର ଟଙ୍କାର ଭତ୍ତା, ଚାକିରୀ ବୟସ ସୀମା ବୃଦ୍ଧି, ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତଙ୍କୁ ମାଗଣା ଶିକ୍ଷା ଏବଂ ମହିଳାଙ୍କୁ ମାଗଣା ଉଚ୍ଚଶିକ୍ଷା ଯୋଗାଇ ଦେବ ବୋଲି ଇସ୍ତାହାରରେ ଉଲ୍ଲେଖ କରିଛି କଂଗ୍ରେସ।

ସରକାରକୁ ଆସିଲେ ୬ ମାସ ମଧ୍ୟରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଟଙ୍କା ଫେରାଇବ ବୋଲି ମଧ୍ୟ ବିଜେପି ଭଳି ପ୍ରତିଶ୍ରୁତି ଦେଇଛି କଂଗ୍ରେସ। ରାଜ୍ୟର ସବୁ ବର୍ଗର ଶିକ୍ଷକଙ୍କୁ କେନ୍ଦ୍ରୀୟ ଢାଞ୍ଚାରେ ଦରମା ସହ ରାଜ୍ୟ ବଜେଟର ୨୦ ପ୍ରତିଶତ ଶିକ୍ଷା ବ୍ୟବସ୍ଥା ପାଇଁ ଖର୍ଚ୍ଚ କରାଯିବ। ଜଙ୍ଗଲ ଅଧିକାର ଆଇନ କଡ଼ାକଡ଼ି ଲାଗୁ କରି ଜଙ୍ଗଲ ସୁରକ୍ଷା କରାଯି। ଅଙ୍ଗନବାଡ଼ି କର୍ମୀଙ୍କୁ ସ୍ଥାୟୀ କରିବା ସହ ମାସିକ ଦରମା ୯ହଜାର ଟଙ୍କା କରିବାକୁ କଂଗ୍ରେସ ଇସ୍ତାହାରରେ କହିଛି ।

୨୦୨୪ ସୁଦ୍ଧା ସମସ୍ତ ଭୂମିହୀନଙ୍କୁ ଘରଡ଼ିହ ଓ ଜମି ପ୍ରଦାନ ସହ ରାଜ୍ୟରୁ ଦାଦନ ସମସ୍ୟା ଦୂର ପାଇଁ କଂଗ୍ରେସ ସଙ୍କଳ୍ପବଦ୍ଧ ବୋଲି ଇସ୍ତାହାରରେ ପ୍ରକାଶ କରିଛି ।

ଗତ ୨୦ ବର୍ଷରେ ରାଜ୍ୟ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଆସିଥିବା ଅଭିଯୋଗର ଯାଞ୍ଚ ଲାଗି ତଦନ୍ତକମିଶନ ଗଠନ, ରାଜ୍ୟର ସବୁ ପରିବାରକୁ ଖାଦ୍ୟ ସୁରକ୍ଷା ଆଇନରେ ସାମି, ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ଅତିକମ୍‌ରେ ଦେଢ଼ ଶହ ଦିନ କାମ ଯୋଗାଣ ସାଙ୍ଗକୁ ବିବାହ ପାଇଁ ଯୁବତୀଙ୍କୁ ଆର୍ଥିକ ସହାୟତା ଦେବାକୁ ବି କଂଗ୍ରେସ ଘୋଷଣା କରିଛି।



from Odisha Reporter http://bit.ly/2FU2o6j

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages